Only for Entertainment

୧୫ ଦିନ ମଧ୍ୟରେ ସାର୍ବଜନୀନ ଭାବେ କ୍ଷମା ମାଗିବା ପାଇଁ ସଲମାନ ଓ ଶିଳ୍ପାଙ୍କୁ ନୋଟିସ । ନହେଲେ ହେବ କାର୍ଯ୍ୟନୁଷ୍ଠାନ

jansatta
0 26

ରାଷ୍ଟ୍ରୀୟ ସ୍ପଷ୍ଟୀକରଣ କର୍ମଚାରୀ ଆୟୋଗ (ଏନସିଏସକେ) ଅଭିନେତା ସଲମାନ ଖାନ ଓ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଏକ ଟିଭି ଶୋ ରେ ଅନୁସୂଚିତ ଜାତିଙ୍କ ବିପକ୍ଷରେ ଦେଇଥିବା ଅପମାନ ଜନକ ଟିପ୍ପଣୀ ପାଇଁ କ୍ଷମା ମାଗିବାକୁ କହିଛନ୍ତି । ଆୟୋଗ ଦୁଇ କଳାକାରଙ୍କୁ ପତ୍ର ପଠାଇ ଏହି ଅଭିଯୋଗ ଉପରେ କାର୍ଯ୍ୟ କରିବା ପାଇଁ କହିଛନ୍ତି । ସୂଚନା ଅନୁସାରେ ଦୁଇ କଳାକାରଙ୍କ ଉପରେ ଅଭିଯୋଗ କରାଯାଇଥିଲା ଯେ ସେମାନେ ଏକ ଟିଭି ଶୋ ରେ ଅପମାନ ଜନକ ଟିପ୍ପଣୀ ଦେଇଥିଲେ ଯାହା ବାଲ୍ମୀକି ସମାଜର ଭାବନାକୁ ଆଘାତ କରିଥିଲା ।
ଏନସିଏସକେର ଉପନିର୍ଦ୍ଦେଶକ ବରିନ୍ଧର ସିଂ କହିଛନ୍ତି ଯେ, ‘ଆୟୋଗ ଚାହୁଁଛି ଏହି ଦୁଇ କଳାକାର ପତ୍ର ମିଳିବାର ୧୫ ଦିନ ଭିତରେ ବିନା ସର୍ତ୍ତରେ ସାର୍ବଜନୀନ ଭାବେ କ୍ଷମା ମାଗନ୍ତୁ । ଯଦି ସୋମାନେ ଏପରି ନକରନ୍ତି ତେବେ ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କାରାଯିବ ।’ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ ପୂର୍ବ ସପ୍ତାହରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏବଂ ଦିଲ୍ଲୀ ଓ ମୁମ୍ବାଇ ପୋଲିସ କମିସନରକୁ ନୋଟିସ ଜାରୀ କରି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଅତ୍ୟାଚାର ନିବାରଣ ଅଧ୍ôୟନିୟମ ୨୦୧୫ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନା ଅନୁସାରେ, ଏକ ଟିଭି ଶୋ ରେ ‘ଟାଇଗର ଜିନ୍ଦା ହୈ’ର ପ୍ରମୋଶନ ବେଳେ ସଲମାନ ଜାତି ସୂଚକ ଶବ୍ଦର ବ୍ୟବହାର କରିଥିଲେ । ସେହିପରି ଘରେ କିପରି ଦେଖାଯାଆନ୍ତି କହି ଶିଳ୍ପା ସେଟ୍ଟୀ ଜାତି ସୂଚକ ଶବ୍ଦର ବ୍ୟବହାର କରିଥିଲେ । ଦୁଇ ଜଣଙ୍କ ଏହି ଟିପ୍ପଣୀକୁ ନେଇ ବଲ୍ମୀକି ସମାଜ ଆକ୍ସନ କମିଟିର ଦିଲ୍ଲୀ ଅଧ୍ୟକ୍ଷ ପଶ୍ଚିମ ଦିଲ୍ଲୀର ଡିସିପିଙ୍କୁ ଅଭିଯୋଗ ପତ୍ର ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More