Only for Entertainment

ଏଭଳି କିଛି ନିରାମିଷ ଖାଦ୍ୟ, ଯେଉଁଥିରେ ରହିଛି ଅଣ୍ଡା ଠାରୁ ଅଧିକ ପ୍ରୋଟିନ ।

timesfood
84

ଅଧିକାଂଶ ଭାବନ୍ତିଯେ ନିରାମିଷ ଅପେକ୍ଷା ଆମିଷ ଖାଦ୍ୟରେ ଅଧିକ ପ୍ରୋଟିନ ରହିଥାଏ । ଗୋଟିଏ ବଡ଼ ଆକୃତିର ଅଣ୍ଡାରେ ୬.୪୨ ଗ୍ରାମ ପ୍ରୋଟିନ ରହିଥାଏ । ତେଣୁ ଆପଣ ଭାବୁଥିବେ ନିରାମିଷ ଖାଦ୍ୟ ଅପେକ୍ଷା ଅଣ୍ଡାରେ ଅଧିକ ପ୍ରୋଟିନ ରହିଥାଏ । କିନ୍ତୁ ଏହା ହେଉଛି ଏକ ପ୍ରକାରର ଭୁଲ ଧାରଣା । କାରଣ ଏଭଳି କିଛି ନିରାମିଷ ଖାଦ୍ୟ ରହିଛି ଯାହା ଆମିଷ ଅର୍ଥାତ ଅଣ୍ଡା ଠାରୁ ଅଧିକ ପ୍ରୋଟିନ ଧାରଣ କରିଥାଏ । ଆସନ୍ତୁ ସେହି ସମସ୍ତ ନିରାମିଷ ଖାଦ୍ୟ ବିଷୟରେ ଆଲୋଚନା କରିବା ।

ସୋୟାବିନ:
ରନ୍ଧା ସୋୟାବିନରେ ୨୮ ଗ୍ରାମ ପ୍ରୋଟିନ ରହିଥାଏ । ଯାହାକୁ ଆପଣ ସ୍ନାକ୍ସ ହେଉ ବା ମେନ କୋର୍ସରେ ଖାଇପାରିବେ ।

 

କଖାରୁ ମଂଜି:
୩୦ ଗ୍ରାମ କକ୍ଷାରୁରୁ ଆପଣ ୯ ଗ୍ରାମର ପ୍ରୋଟିନ ପାଇପାରିବେ । ଏଥିରେ ଫସଫରସ, ଜିଙ୍କ ଏବଂ ମ୍ୟାଗ୍ନେସିୟମ ଭରି ରହିଥାଏ ।

ବିଭିନ୍ନ ଡାଲି:
ଏକ କପ ଡାଲିରେ ୧୪ରୁ ୧୬ ଗ୍ରାମ ପ୍ରୋଟିନ ରହିଥାଏ । ଏହା ଗୋଟିଏ ସିଝା ଅଣ୍ଡା ଅପେକ୍ଷା ଯଥେଷ୍ଟ ଭଲ । ଏଥିରେ ଫାଇବର ଏବଂ କମ୍ପେ୍ଲକ୍ସ କାର୍ବୋହାଇଡ୍ରେଟ୍ସ ରହିଥାଏ ।

ଗ୍ରୀକ ଦହି:
୧୭୦ ଗ୍ରାମ ଦହିରେ ଆପଣଙ୍କୁ ୧୭ ଗ୍ରାମର ପ୍ରୋଟିନ ମିଳିଥାଏ । ଘରୋଇ ଦହି ଅପେକ୍ଷା ଏହା ଯଥେଷ୍ଟ ଭଲ ।

ଶିମ୍ବ:
ଅଧ କପ ଶିମ୍ବରେ ୬.୬ ଗ୍ରାମ ପ୍ରୋଟିନ ଏବଂ ୮୩ କ୍ୟାଲୋରୀ ରହିଥାଏ । ଏହା ଶକ୍ତି ବଢାଇବା ସହିତ ମାଂସପେଶୀକୁ ଦୃଢ ରଖିଥାଏ ଏବଂ ଏଥିରେ ଥିବା ମ୍ୟାଗ୍ନେସିୟମ ମେଟାବଲିଜିମକୁ ବଢାଇଥାଏ ।

କଟେଜ ଚିଜ:
୧୦୦ ଗ୍ରାମ ପନିରୁରୁ ଆପଣ ୨୩ ଗ୍ରାମ ପ୍ରୋଟିନ ପାଇଥାନ୍ତି ।

ବୁଟ:
ଅଧ କପ ରନ୍ଧା ବୁଟରେ ୭.୩ ଗ୍ରାମ ପ୍ରୋଟିନ ରହିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More