Only for Entertainment

ପୁସ୍ତକରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ ଭୁଲ !

India today
50

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ବର୍ଷରେ କରିଛନ୍ତି ଶହେ ଭୁଲ୍ । ୨୦୧୪ ରୁ ୨୦୧୯ ଭିତରେ ମୋଦିଙ୍କର ଶହେଟି ଭୁଲ୍ କାଢ଼ିଛି କଂଗ୍ରେସ । ‘ମୋଦିଙ୍କର ଶହେ ଭୁଲ’ ଶୀର୍ଷକ ଏକ ପୁସ୍ତକ ଶନିବାର ପ୍ରକାଶ କରିଛି କଂଗ୍ରେସ । ତା ସହ ପୁସ୍ତକଟିର ଟ୍ୟାଗଲାଇନ ରହିଛି ‘ଭାଜପାର ଶିଶୁପାଳ’ । ମହାରାଷ୍ଟ୍ର ରାଜ୍ୟ କଂଗ୍ରେସ କମିଟି ଏହି ପୁସ୍ତକର ପ୍ରକାଶକ ରହିଛି । ଶନିବାର ଦାଦରରେ କଂଗ୍ରେସର ଏକ ଦଳୀୟ ବୈଠକ ପରେ ଏହି ପୁସ୍ତକ ପ୍ରକାଶିତ ହୋଇଛି । ମଲ୍ଲିକାର୍ଜୁନ ଖଡଗେ, କେ.ସି ବେଣୁଗୋପାଳ ଓ ଅଶୋକ ଚୱନ ଏହି ବୈଠକରେ ଯୋଗଦେଇଥିଲେ ।

book on modis mistake

ଏହି ପୁସ୍ତକରେ ରାଫେଲ ଡିଲ୍କୁ ମୋଦିଙ୍କର ସବୁଠାରୁ ବଡ ଭୁଲ୍ ବୋଲି ଦର୍ଶାଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ଦେଶର ସବୁଠାରୁ ବଡ ଦୁର୍ନୀତି କରି ନିଜର ପୁଞ୍ଜିପତି ବନ୍ଧୁଙ୍କୁ ଲାଭ ଯୋଗାଇବା ବ୍ୟବସ୍ଥା କରିଛନ୍ତି ବୋଲି କଂଗ୍ରେସ ପୁସ୍ତକରେ ଲେଖିଛି । ମିଛ ପ୍ରତିଶୃତି ଓ କାମ କମ୍ ଚତୁର୍ଥ ଭୁଲ୍ ତଥା ଚତୁର୍ଥ ଅଧ୍ୟାୟରେ ରହିଛି । ମୋଦି ସରକାର କାମ କମ୍ କିନ୍ତୁ ପ୍ରଚାର ଅଧିକ କରନ୍ତି ବୋଲି ଏହି ଅଧ୍ୟାୟରେ କଂଗ୍ରେସ ଦର୍ଶାଇଛି । ବିମୁଦ୍ରୀକରଣ କରି ରାତାରାତି ଦେଶକୁ କଳାଧନ ଫେରେଇ ଆଣିବେ ବୋଲି ଯେଉଁ ଗଳାଫଟା ଚିକ୍ରାର କରୁଥିଲେ, ତାହା ଫୁସ ହୋଇଗଲା । ସେପଟେ ବରଂ ୧୦୦ ଲୋକ ବିମୁଦ୍ରୀକରଣ ଯୋଗୁଁ ପ୍ରାଣ ହରେଇଲେ ବୋଲି କଂଗ୍ରେସ ଏହି ପୁସ୍ତକରେ ଲେଖିଛି ।

ମହାଭାରତରେ ଶ୍ରୀକୃଷ୍ଣ ଯେପରି ଶିଶୁପାଳଙ୍କ ଶହେ ଭୁଲ ସହିବା ପରେ ୧୦୧ତମ ଭୁଲରେ ତାଙ୍କ ଶିରଛେଦ କରିଥିଲେ, ଚଳିତ ନିର୍ବାଚନରେ ସାଧାରଣ ଲୋକେ ମୋଦିଙ୍କୁ ଶିଶୁପାଳ ଆକାରରେ ଦେଖୁଛନ୍ତି । ମୋଦିଙ୍କର ଶହେ ଭୁଲକୁ ସହିବା ପରେ ଚଳିତ ନିର୍ବାଚନରେ ସାଧାରଣ ଜନତା ତାଙ୍କୁ ଶିଶୁପାଳ ଭଳି ଜବାବ୍ ଦେବେ ବୋଲି କଂଗ୍ରେସ କହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More