Only for Entertainment

୧୦୨ବର୍ଷୀୟା ବୃଦ୍ଧା ସ୍କାଏ ଡାଇଭ କରି ବିଶ୍ୱରେ ବନାଇଲେ ରେକର୍ଡ, ଭିଡିଓ ଭାଇରାଲ !

South China Morning Post
20

ଆଜିର ସମୟରେ ୧୦୦ପାର କରିବା ଦୂରରେ ଥାଉ, ୬୦ଅତିକ୍ରମ କଲେ ଜୀବନର ସମସ୍ତ ସୁଖ ମଜା ମଜଲିସ ଶେଷ ହୋଇଯାଏ । କିନ୍ତୁ ଏହି ଭ୍ରମକୁ ଦୂରକୁ କରିଛନ୍ତି ଜଣେ ୧୦୨ବର୍ଷୀୟା ବୃଦ୍ଧା ଜେଜେମା ।

ଘଟଣା ହେଉଛି ଦକ୍ଷିଣ ଅଷ୍ଟ୍ରେଲିଆର । ବୃଦ୍ଧା ଜଣକ ୧୦୨ବର୍ଷରେ ଏଭଳି କାର୍ଯ୍ୟ କରିଥିବାରୁ ରେକର୍ଡ ହାସଲ କରିଛନ୍ତି । ଇରେନ୍‌ ଓ’ସାକ୍‌ ନାମକ ଏହି ଜେଜେମା ୨୦୧୭ ମସିହାର ଏକ ରେକର୍ଡ ଭାଙ୍ଗିଛନ୍ତି।

ଜଣେ ସ୍କାଇ ଡାଇଭ ଇନ୍‌ଷ୍ଟ୍ରକ୍ଟର୍‌ଙ୍କ ସହିତ ସେ ଉଡ଼ାଣ ଭରୁଥିବାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ୍‌ ହେବାରେ ଲାଗିଛି।  ୨୦୧୬ ମସିହାରେ ସେ ସ୍କାଇ ଡାଇଭିଂ କରିବାକୁ ପ୍ରଥମ ପ୍ରୟାସ କରିଥିଲେ। ଏଥର ସେ ସୁରକ୍ଷିତ ଏବଂ ସଫଳ ଲ୍ୟାଣ୍ଡିଂ କରିବାପରେ ତାଙ୍କ ପରିବାର ଲୋକେ ଏବଂ ବନ୍ଧୁମାନେ ତାଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More