Only for Entertainment

ଏହି ଫିଲ୍ମ ପାଇଁ ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ସର୍ବଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ପାଇଲେ ସନି ।

ani
20

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ମୁମ୍ବାଇର ୧୧ ବର୍ଷର ସନି ପାୱାରଙ୍କୁସର୍ବଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ମିଳିଛି। ସନିଙ୍କୁ ଏହି ପୁରସ୍କାର ଫିଲ୍ମ ‘ଚିପା’ ପାଇଁ ମିଳିଛି । ପୁରସ୍କାର ମିଳିବା ପରେ ସନି କହିଛନ୍ତି ଯେ ଏହି ସଫଳତା ପଛରେ ମୋର ବାପା-ମାଙ୍କର ହାତ ରହିଛି। ସେ ସୁପରଷ୍ଟାର ରଜନୀକାନ୍ତଙ୍କ ଭଳି ହେବାକୁ ଚାଁହୁଥିବାର କହିଛନ୍ତି ।

 

ବଲିଉଡ ଓ ହଲିଉଡରେ ଅଭିନୟ କରିବାକୁ ରୁଚି ରଖୁଥିବା ସନି ଭବିଷ୍ୟତରେ ମଧ୍ୟ ଦୁଇଟି ଫିଲ୍ମ ଦୁନିଆରେ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଫିଲ୍ମ ଚିପାର ସ୍କ୍ରିପ୍ଟ ସଫଦର ରହମାନ ଲେଖିଥିବା ବେଳେ ସେ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମର କାହାଣୀ ଜଣେ ପିଲାର ଆକାଂକ୍ଷା ବାବଦରେ  ରହିଛି, ଯିଏ କି ରାସ୍ତା କଡରେ ରହୁଥିବାବେଳେ ନିଜ ପାଇଁ ଏକ ବଡ଼ ସ୍ବପ୍ନ ଦେଖୁଛି । ଆର୍ଥିକ ସ୍ଵଚ୍ଛଳ ନ ଥିବା ସନି ମୁମ୍ବାଇର କୁରଭେ ନଗର ବସ୍ତି ଅଂଚଳରେ ରୁହନ୍ତି । ଏଠାରେ ସୂଚନା ଥାଉ କି ୨୦୧୬ ମସିହାରେ ଅଷ୍ଟ୍ରେଲିଆର ନିର୍ଦ୍ଦେଶକ ଗର୍ଥ ଡାଭିସଙ୍କ ଫିଲ୍ମ ‘ଲାୟନ’ରେ ସେ ଅଭିନୟ କରିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More