Only for Entertainment

ଖରା ଦିନେ ନଡ଼ିଆ ପାଣି ପିଇ ଦୂର କରନ୍ତୁ ଏ ସବୁ ଶାରୀରିକ ସମସ୍ୟା

you tube
28

ଖରାଦିନେ ପଇଡ଼ ପାଣି ପିଇବା ଦ୍ୱାରା ଶୋଷ ମେଣ୍ଟିବା ସହ ଶରୀର ଥଣ୍ଡା ରହିଥାଏ । ପ୍ରତିଦିନ ପଇଡ଼ ପାଣି ପିଇବା ଦ୍ୱାରା ରକ୍ତଚାପ, ମଧୁମେହ, ଓଜନ ବଢ଼ିବା ସମସ୍ୟା ଇତ୍ୟାଦିରୁ ମୁକ୍ତି ମିଳିଥାଏ । ଗୋଟେ କପ ପଇଡ଼ ପାଣିରେ ୨୮୩ କ୍ୟାଲୋରୀ, ୪୧% ଫ୍ୟାଟ୍‌, ୮%ସୋଡ଼ିୟମ, ୪% କାର୍ବୋହାଇଡ୍ରେଟ୍‌, ୫ଗ୍ରାମ୍‌ ସୁଗାର, ୫%ପ୍ରୋଟିନ୍‌, ୧% ଭିଟାମିନ୍‌ ଏ, ୧%କ୍ୟାଲସିୟମ, ୧୦% ଆଇରନ ଇଦ୍ୟାଦି ରହିଥାଏ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ ।

ଖରାଦିନେ ଅଧିକ ଝାଳ ବୋହୁଥିବାରୁ ଶରୀରରୁ ତରଳ ପଦାର୍ଥ ବାହାରି ଯାଇ ଜଳୀୟଅଂଶ କମ ହୋଇ ଯାଇଥାଏ । ଏହାଦ୍ୱାରା ମୁଣ୍ଡବିନ୍ଧା ହେବା ସହ ବାନ୍ତି ହେବା ଭଳି ସମସ୍ୟା ଦେଖାଯାଇଥାଏ । ଏଭଳି ପରିସ୍ଥିତିରେ ପଇଡ଼ ପାଣି ପିଇ ଶରୀରକୁ ସୁସ୍ଥ ରଖନ୍ତୁ ।

ପଇଡ଼ ପାଣିରେ ଆଣ୍ଟିଅକ୍ସିଡାଣ୍ଟ, ମ୍ୟାଗ୍ନେସିୟମ ଏବଂ ଆମିନୋ ଏସିଡ୍‌ ଭଳି ତତ୍ତ୍ୱ ରହିଥାଏ, ଯାହା କୋଲେଷ୍ଟ୍ରେଲ ସ୍ତରକୁ ନିୟନ୍ତ୍ରଣ କରିଥାଏ ।

ଫ୍ୟାଟ୍‌ ଫ୍ରି ପଇଡ଼ ପାଣିରେ ମାକ୍ରୋ-ନ୍ୟୁଟ୍ରିଏଣ୍ଟସ୍‌ ବହୁତ କମ ରହିଥାଏ । ଯାହା ପାଇଁ ପ୍ରତିଦିନ ଏହାର ସେବନ କରିବା ଦ୍ୱାରା ଓଜନ ବଢ଼ି ନଥାଏ ।

ଯଦି ଆପଣଙ୍କର କିଡ୍‌ନୀ ଷ୍ଟୋନ୍‌ର ସମସ୍ୟା ରହିଛି । ତେବେ ସପ୍ତାହକୁ ୨-୩ଥର ପଇଡ଼ ପାଣି ପିଇ ଷ୍ଟୋନକୁ ବାହାର କରି ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More