Only for Entertainment

ମୃତ୍ୟୁ ଭୁଲିଯାଇଛି ମୋ ଘରର ରାସ୍ତା, ୧୮୩ ବର୍ଷ ହେଲାଣି କିନ୍ତୁ ଯମ ନେଉନାହିଁ । ଅପେକ୍ଷା କରିଛି ଶେଷ ମୂହୂର୍ତ୍ତକୁ ।

patrika
70

ଦିନ ଥିଲା ଯେତେବେଳେ ମଣିଷ ୧୦୦ ବର୍ଷ ଉର୍ଦ୍ଧ୍ୱକୁ ମଧ୍ୟ ବଂଚୁଥିଲା,କିନ୍ତୁ ଏବେ ଆଉ ସେ ସମୟ ନାହିଁ । ମୃତ୍ୟୁର କୌଣସି ସମୟ ନାହିଁ । ବୟସ ନ ହୋଇ ମଧ୍ୟ ଆତ୍ମା ଶରୀର ଛାଡ଼ି ଦେଉଛି । ତେବେ ଏହା ବାସ୍ତବ କଥା । କିନ୍ତୁ ଆମ ସାମ୍ନାକୁ ଏଭଳି ଏକ ଦୃଶ୍ୟ ଆସିଛି ଯାହା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେବ । ଆଜ୍ଞା ହଁ ଆମେ ଆଲୋଚନା କରୁଛୁ ଜଣେ ଏଭଳି ବ୍ୟକ୍ତିଙ୍କ ବିଷୟରେ ଯିଏ ୧୮୩ ବର୍ଷ ହେଲାଣି ଜୀବିତ ଅଛନ୍ତି ଏବଂ ମୃତ୍ୟୁକୁ ଅପେକ୍ଷା କରିଛନ୍ତି । ଅପେକ୍ଷା କରିଛନ୍ତି ଶେଷ ମୁହୂର୍ତ୍ତକୁ । ଲୋକ କୁହନ୍ତି ବୋଧହୁଏ ସେ ପିତାମହ ଭୀଷ୍ମଙ୍କ ଠାରୁ ବର ପାଇଛନ୍ତି ।

ବାରଣାସୀରେ ରୁହନ୍ତି ମୁରାସୀ ନାମକ ଏହି ୧୮୩ ବର୍ଷୀୟ ବୃଦ୍ଧ । ବହୁ ବର୍ଷ ହେବ ନିଜ ମୃତ୍ୟୁକୁ ଅପେକ୍ଷା କରିଛନ୍ତି । କିନ୍ତୁ ମୃତ୍ୟୁ ଆସୁନାହିଁ । ମୁରାସୀ ୧୮୩୫ରେ ବାଙ୍ଗାଲୁରରେ ଜନ୍ମ ହୋଇଥିଲେ । ୧୯୦୩ରେ ବାରଣାସୀ ଆସିଗଲେ ଏବଂ ସେହି ଦିନଠାରୁ ସେଠାରେ ରହୁଛନ୍ତି । ସେ ୧୨୨ ବର୍ଷ ପର୍ଯ୍ୟନ୍ତ ମୋଚିର କାମ କରୁଥିଲେ । ୧୯୫୭ରେ ସେ କାମରୁ ରିଟାୟର ହୋଇ ଯାଇଛନ୍ତି । ତାଙ୍କୁ ଦେଖି ଲୋକ ଦିବ୍ୟଶକ୍ତି ବୋଲି ମଧ୍ୟ ଆଖ୍ୟା ଦେଉଛନ୍ତି । ମୁରାସୀ ତାଙ୍କ ଜନ୍ମର ପ୍ରମାଣ ପତ୍ର ମଧ୍ୟ ଦେଖାଇ ସାରିଛନ୍ତି ।କେତେକ ଥର ତାଙ୍କ ମେଡିକଲ ଟେଷ୍ଟ ମଧ୍ୟ କରାଯାଇଛି । କିନ୍ତୁ ତାଙ୍କ ବାସ୍ତବ ବୟସକୁ ନେଇ ଡାକ୍ତର ଏବେ ମଧ୍ୟ ସନ୍ଦେହରେ ଅଛନ୍ତି ।

ଡାକ୍ତର ମଧ୍ୟ ଏହାକୁ ଭଗବାନଙ୍କ ଚମତ୍କାର ବୋଲି କହୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More