Only for Entertainment

୧୯୨୧ ଫିଲ୍ମ ସମୀକ୍ଷା

0 62

Ratings

4.9
Average
  • IMDB 4.7
  • BookMyShow 6
  • Times Of India 4

୧୯୨୧ର ସଂକ୍ଷିପ୍ତ ବିବରଣୀ-
ଆୟୁଷ (କରଣ କୁନ୍ଦ୍ରା) ମୁମ୍ବାଇର ଜଣେ ବାସିନ୍ଦା ଯେ ପିଆନୋ ବାଦକ ଏବଂ ଭଲ ପିଆନୋ ବଜାନ୍ତି । ଦୟାଳୁ ଏବଂ ଧନା ୱାଡିଆ (ବିକ୍ରମ ଭଟ୍ଟ) ତାଙ୍କୁ ପରାମର୍ଶ ଦିଅନ୍ତି ସେ ୟୁକେ ର ନ୍ୟୁୟୋର୍କ ସହର ଯାଇ ସଙ୍ଗୀତ ଶିକ୍ଷା କରିବା ପାଇଁ । ଏଥିପାଇଁ ସେ ଆୟୁଷଙ୍କର ସମସ୍ତ ଖର୍ଚ୍ଚ ବହନ କରନ୍ତି । ଏହା ବଦଳରେ ୟୁକେରେ ଥିବା ୱାଡିଆ ମ୍ୟାନସନର ରକ୍ଷଣା ବେକ୍ଷଣ ଦାୟିତ୍ୱ ଦିଅନ୍ତି । ଏହା ପରେ ଆୟୁଷ ୟୁକେ ଚାଲିଯାଆନ୍ତି । ଏବଂ ସେହି ଭବନରେ ସେ ତାଙ୍କର ପିଆନୋ ବଜାଇବା ସେକ୍ସନ ଆରମ୍ଭ କରିଦିଅନ୍ତି । ଏବଂ ଏଥିପାଇଁ ଶ୍ରୋତାମାନେ ଚାହିଁଲେ ତାଙ୍କୁ ଅର୍ଥ ଦେଇପାରିବେ । ୱାଡିଆଙ୍କ ଝିଆରୀ ଏହା ବିଷୟରେ ଜାଣିବା ପରେ ତାଙ୍କର ସାମ୍ନା ଆୟୁଷ ସହିତ ହୋଇଥାଏ । ସେ ଆୟୁଷଙ୍କୁ ବ୍ୟକ୍ତିଗତ ପିଆନୋ ସେକ୍ସନ ପାଇଁ କୁହନ୍ତି ଏବଂ ତାଙ୍କୁ ପ୍ରଲୁବ୍ଧ କରିବାକୁ ଚେଷ୍ଟା କରନ୍ତି । ଇତି ମଧ୍ୟରେ ଭୁଲ ବସତଃ ମେହେରର ମୃତ୍ୟୁ ହୋଇଯାଏ । ଏହାପରେ ଆୟୁଷକୁ ଭୟ ଲାଗିଥାଏ ଯେପରି ଏକ ଦୁଷ୍ଟ ଆତ୍ମା ତାଙ୍କୁ କାବୁ କରିବା ପାଇଁ ଚାହୁଁଛି । ଏହି ସମୟରେ ଆୟୁଷ ରୋଜ (ଜରୀନ ଖାନ)ଙ୍କ ବିଷୟରେ ଶୁଣିବାକୁ ପାଇଥାନ୍ତି ଯେ ମୃତ ବ୍ୟକ୍ତୁଙ୍କ ସହିତ ସମ୍ପର୍କ କରିପାରେ । ଆୟୁଷ ରୋଜଙ୍କୁ ସାହାଯ୍ୟ କରିବାକୁ କୁହନ୍ତି ଏବଂ ରୋଜ ଏଥିରେ ସହଜରେ ରାଜି ହୋଇଯାଆନ୍ତି । କାରଣ ଆୟୁଷଙ୍କର ସଙ୍ଗୀତ ତାଙ୍କର ପୁରୁଣା କ୍ଷତକୁ ଠିକ କରିବାରେ ସାହାଯ୍ୟ କରେ । ଆଗକୁ କ’ଣ ରହିଛି ତାହା ଫିଲ୍ମରେ ଦର୍ଶା ଯାଇଛି ।

୧୯୨୧ ଫିଲ୍ମ ସମୀକ୍ଷା-
ହରର କେବେ ହେଲେ ବି ଫିଲ୍ମ ଦୁନିଆରେ ଫ୍ୟାଶନ ବାହାରକୁ ଯାଇନାହିଁ । ଏହା ସତ୍ତେ୍ୱ ମଧ୍ୟ ନିକଟରେ ରିଲିଜ ହୋଇଥିବା ଦୋବାରା, ରାଜ ରିବୋଟ, ଦି ଫାଇନାଲ ଏକ୍ସିଟ, ମୋନା ଡାର୍ଲିଙ୍ଗ, ଏଲୋନ ପରି ଅନେକ ହରର ଫିଲ୍ମ ବକ୍ସ ଅଫିସରେ ବେଶ୍ କିଛି କମାଲ କରିପାରି ନାହିଁ । ବଲିଉଡର ହରର ଏକ୍ସପର୍ଟ ଭାବେ ପରିଚିତ ବିକ୍ରମ ଭଟ୍ଟ ଯିଏକି ଅତୀତରେ ଅନେକ ହରର ଫିଲ୍ମ ନିର୍ମାଣ କରିଛନ୍ତି ଏବେ ଆଉ ଏକ ହରର ଫିଲ୍ମ ୧୯୨୧ ସହିତ ଆସିଛନ୍ତି । ଯାହା ୧୯୨୦ ଏକ ସିକ୍ୱଲ । ଏହି ଫିଲ୍ମଟି ଦର୍ଶକକୁ ଭୟଭୀତ କରାଇବାରେ ସଫଳ ନା ବିଫଳ ହୋଇଛି ଆସନ୍ତୁ ଦେଖିବା ।

୧୯୨୧ ଏକ ଅସାଧାରଣ ଓ ଅଭିଶପ୍ତ ଆତ୍ମା ଉପରେ ଆଧାରିତ ଯେଉଁଥିରେ ଏକ କପଲ ଏହି ଦୁଷ୍ଟ ଆତ୍ମା ବିପକ୍ଷରେ ଲଢେଇ କରନ୍ତି । ଆୟୁଷ (କରଣ କୁନ୍ଦ୍ରା) ମୁମ୍ବାଇର ଜଣେ ବାସିନ୍ଦା ଯେ ପିଆନୋ ଭଲ ଭାବେ ବଜାଇ ଜାଣନ୍ତି । ଦୟାଳୁ ଏବଂ ଧନା ୱାଡିଆ (ବିକ୍ରମ ଭଟ୍ଟ) ତାଙ୍କୁ ପରାମର୍ଶ ଦିଅନ୍ତି ସେ ୟୁକେ ର ନ୍ୟୁୟୋର୍କ ସହର ଯାଇ ସଙ୍ଗୀତ ଶିକ୍ଷା କରିବା ପାଇଁ । ଏଥିପାଇଁ ସେ ଆୟୁଷଙ୍କର ସମସ୍ତ ଖର୍ଚ୍ଚ ବହନ କରନ୍ତି । ଏହା ବଦଳରେ ୟୁକେରେ ଥିବା ୱାଡିଆ ମ୍ୟାନସନର ରକ୍ଷଣା ବେକ୍ଷଣ ଦାୟିତ୍ୱ ଦିଅନ୍ତି । ଏହା ପରେ ଆୟୁଷ ୟୁକେ ଚାଲିଯାଆନ୍ତି । ଏବଂ ସେହି ଭବନରେ ସେ ତାଙ୍କର ପିଆନୋ ବଜାଇବା ସେକ୍ସନ ଆରମ୍ଭ କରିଦିଅନ୍ତି । ଏବଂ ଏଥିପାଇଁ ଶ୍ରୋତାମାନେ ଚାହିଁଲେ ତାଙ୍କୁ ଅର୍ଥ ଦେଇପାରିବେ । ୱାଡିଆଙ୍କ ଝିଆରୀ ଏହା ବିଷୟରେ ଜାଣିବା ପରେ ତାଙ୍କର ସାମ୍ନା ଆୟୁଷ ସହିତ ହୋଇଥାଏ । ସେ ଆୟୁଷଙ୍କୁ ବ୍ୟକ୍ତିଗତ ପିଆନୋ ସେକ୍ସନ ପାଇଁ କୁହନ୍ତି ଏବଂ ତାଙ୍କୁ ପ୍ରଲୁବ୍ଧ କରିବାକୁ ଚେଷ୍ଟା କରନ୍ତି । ଇତି ମଧ୍ୟରେ ଭୁଲ ବସତଃ ମେହେରର ମୃତ୍ୟୁ ହୋଇଯାଏ । ଏହାପରେ ଆୟୁଷକୁ ଭୟ ଲାଗିଥାଏ ଯେପରି ଏକ ଦୁଷ୍ଟ ଆତ୍ମା ତାଙ୍କୁ କାବୁ କରିବା ପାଇଁ ଚାହୁଁଛି । ଏହି ସମୟରେ ଆୟୁଷ ରୋଜ (ଜରୀନ ଖାନ)ଙ୍କ ବିଷୟରେ ଶୁଣିବାକୁ ପାଇଥାନ୍ତି ଯେ ମୃତ ବ୍ୟକ୍ତୁଙ୍କ ସହିତ ସମ୍ପର୍କ କରିପାରେ । ଆୟୁଷ ରୋଜଙ୍କୁ ସାହାଯ୍ୟ କରିବାକୁ କୁହନ୍ତି ଏବଂ ରୋଜ ଏଥିରେ ସହଜରେ ରାଜି ହୋଇଯାଆନ୍ତି । କାରଣ ଆୟୁଷଙ୍କର ସଙ୍ଗୀତ ତାଙ୍କର ପୁରୁଣା କ୍ଷତକୁ ଠିକ କରିବାରେ ସାହାଯ୍ୟ କରେ । ଆଗକୁ କ’ଣ ରହିଛି ତାହା ଫିଲ୍ମର ଦ୍ୱିତୀୟ ଭାଗରେ ଦର୍ଶା ଯାଇଛି ।

୧୯୨୧ ଏପରି ଏକ ସମୟରେ ଆସିଛି ଯେତେବେଳେ ଦର୍ଶକ ଷ୍ଟେରିଓଟିପିକାଲ ହରର ଫିଲ୍ମ ଭାବେ ଦେଖିନ୍ତି । ବିକ୍ରମ ଭଟ୍ଟ ଏପରି ଅନେକ ଫିଲ୍ମ ନିର୍ମାଣ କରିଛନ୍ତି ଯାହା ତୁଳନାରେ ୧୯୨୧ରେ କିଛି ନୂତନତ୍ୱ ଦେଇନାହିଁ । ଫିଲ୍ମରେ କିଛି ଦୃଶ୍ୟ ଦର୍ଶକଙ୍କୁ ଡରାଇବାରେ ସକ୍ଷମ ହୋଇଛି କିନ୍ତୁ ପୁରା ଫିଲ୍ମ ନୁହେଁ । ଫିଲ୍ମରେ ରୋମାଣ୍ଟିକ ଟ୍ରାକ ମଧ୍ୟ କମ ରହିଛି । ଫିଲ୍ମର ପ୍ରଥମ ଭାଗରେ ଏକ ଦୃଶ୍ୟ ରହିଛି ଯେଉଁଥିରେ ଆୟୁଷ ଏକ ଚିଠି ମାଧ୍ୟମରେ ରୋଜଙ୍କୁ ସବୁ ସତ୍ୟ ବିଷୟରେ ଅବଗତ କରାଉଛନ୍ତି । ଏବଂ ରୋଜ ମଧ୍ୟ ଏକ ଚିଠି ଲେଖି ତାଙ୍କ ଜୀବନ ବଷୟରେ ଆୟୁଷଙ୍କୁ ଜଣାଉଛନ୍ତି । ଯାହା ଖୁବ ସୁନ୍ଦର ହୋଇଛି । ଏବଂ ଇଣ୍ଟରମିଶନ ମଧ୍ୟ କୌତୁହଳ ସୃଷ୍ଟି କରିଛି । କିନ୍ତୁ ଫିଲ୍ମର ଦ୍ୱିତୀୟଭାଗ ବିଶେଷ କିଛି କମାଲ କରିପାରିନାହିଁ ।

ଜରୀନ ଖାନ ଏହି ଫିଲ୍ମରେ ଭଲ ଅଭିନୟ କରିବା ସହିତ ତାଙ୍କର ଅଭିନୟ କୌଶଳର ପ୍ରମାଣ ଦେବାର ମଉକା ପାଇଛନ୍ତି । ସେ ତାଙ୍କର ରିଲିଜ ହୋଇଥିବା ଫିଲ୍ମ ‘ଅକ୍ସର ୨’ ଠାରୁ ମଧ୍ୟ ଉନ୍ନତ ଅଭିନୟ କରିଛନ୍ତି । କରଣ କୁନ୍ଦ୍ରା ମଧ୍ୟ ପରଦାରେ ଭଲ ଉପସ୍ଥାପନା କରିଛନ୍ତି । ନଫିସା ଚରିତ୍ର ଦର୍ଶକଙ୍କ ମନରେ ଏକ ଛାପ ଛାଡିଛି । ବସୁଧା ଏବଂ ଦିନ ଚରିତ୍ର ମଧ୍ୟ ଫିଲ୍ମରେ ଭଲ ଅଭିନୟ କରିଛନ୍ତି ।

ହରିଶ ସଗାନେଙ୍କ ମ୍ୟୁଜିକ ଦର୍ଶକଙ୍କୁ ନିରାଶ କରିଛି । ମ୍ୟୁଜିକ ଫିଲ୍ମର ଏକ ମୁଖ୍ୟ ଭାଗ ଥିଲା କାରଣ ଏହି ଫିଲ୍ମରେ ଆୟୁଷ ଏକ ପିଆନୋ ବାଦକ ଭାବେ ନଜର ଆସିଥିଲେ ଏବଂ ତାଙ୍କ ସଙ୍ଗୀତ ରୋଜଙ୍କୁ ଠିକ କରିବାରେ ମଧ୍ୟ ସାହାଯ୍ୟ କରିଥିଲା । କିନ୍ତୁ ଫିଲ୍ମର ଗୀତ ଏହାକୁ ନ୍ୟାୟ ଦେଇପାରିଲା ନାହିଁ । ‘ସୁନ ଲେ ଜରା’ ଏବଂ ‘ଆନେବାଲେ କଲ’ ଗୀତ ମନକୁ ଛୁଇଁ ଥିବା ବେଳେ ‘କୁଛ ଇସ ତରାହା’, ‘ୟାରା’ ଏବଂ ‘ତେରେ ବିନ ’ ମନକୁ ଛୁଇଁ ପାରିନାହିଁ । ସଙ୍ଗୀତ ଏବଂ ସିଦ୍ଧାର୍ଥ ହଲଦିପୁରଙ୍କ ବ୍ୟାକଗ୍ରାଉଣ୍ଡ ସ୍କୋର ନାଟକୀୟ ହୋଇଛି ।

ପ୍ରକାଶ କୁଟ୍ଟିଙ୍କ ସିନୋମାଟୋଗ୍ରାଫି ଠିକ ରହିଥିବା ବେଳେ କୁଳଦୀପ ମେହନଙ୍କ ଏଡିଟିଙ୍ଗ କଠିନ ହୋଇଛି । ଇୟାନ ଆଣ୍ଡେୟୁଜଙ୍କ ପ୍ରଡକ୍ସନ ଡିଜାଇନ ପରାତନ ଯୁଗକୁ ଜୀବିତ କରିଦେଇଛି । ଫିଲ୍ମର ସୁଟିଂ ସୁନ୍ଦର ସ୍ଥାନରେ କରାଯାଇଛି । କିନ୍ତୁ ସେହି ସ୍ଥାନ ଗୁଡିକୁ ବାରମ୍ବାର ବ୍ୟବହାର କରାଯାଇଛି । ଏଥିରୁ ଫିଲ୍ମଟି କମ ବଜେଟର ବୋଲି ସାମ୍ନାକୁ ଆସିଛି ।

ସଂପୂର୍ଣ୍ଣ ରୂପେ କହିବାକୁ ଗଲେ ୧୯୨୧ ନିୟମିତ ହରର ଡ୍ରାମା ଯେଉଁଥିରେ କିଛି ନୂତନତ୍ୱ ନାହିଁ । ବକ୍ସ ଅଫିସରେ ଏକ ସପ୍ତାହ ପର୍ଯ୍ୟନ୍ତ ଦର୍ଶକ ଦେଖିବାକୁ ମିଳିବେ କିନ୍ତୁ ଏହା ପରେ ଏହି ଫିଲ୍ମକୁ ଧରି ରଖିବା ମୁସକିଲ ହୋଇଯିବ ।

ସୌଜନ୍ୟ Bollywood Hungama
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More