Only for Entertainment

ଏକାଠି ହେଲେ ଦୁଇ ରାମାୟଣର ସୀତା,ଟ୍ୱିଟରରେ ଫ୍ୟାନ୍ସଙ୍କ ପ୍ରତିକ୍ରୟା ।

jansatta
0 50

୧୯୮୭ରେ ଟିଭିରେ ପ୍ରସାରିତ ହୋଇଥିବା ରାମାନନ୍ଦ ସାଗରଙ୍କ ରାମାୟଣରେ ସୀତାଙ୍କ ଚରିତ୍ରରେ ଦୀପିକା ଚିଖଲିୟା ଅଭିନୟ କରିଥିଲେ । ସୀତାଙ୍କ ଚରିତ୍ରରେ ଦିପିକାଙ୍କୁ ଦର୍ଶକଙ୍କ ପ୍ରେମ,ଭଲ ପାଇବା,ଆଦର ଓ ଖୁବ ସମ୍ମାନ ମିଳିଥିଲା । ଭାରତର ପ୍ରତି ଘରେ ଘରେ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଥିଲେ । ଏହି ଧାର୍ମିକ ଶୋ ସେହି ସମୟର ସବୁଠାରୁ ଲୋକପ୍ରିୟ ଶୋ ଥିଲା ।

 


ଏହାପରେ ୨୦୦୮ରେ ଗୁରମିତ ଚୌଧରୀ ଏବଂ ଦେବୀନାଙ୍କୁ ରାମସୀତା ଭାବେ ଦେଖିବାକୁ ପାଇଥିଲେ ଦର୍ଶକ । ଏହି ଦୁଇ ଜଣଙ୍କ ଯୋଡ଼ିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ତାହା ପରେ ପରେ ଅନେକ ରାମାୟଣ ଧାରାବାହିକ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଦର୍ଶକଙ୍କ ଉପରେ ଖାସ ପ୍ରଭାବ ପକାଇ ପାରିନଥିଲା । ନିକଟରେ ରାମାନନ୍ଦଙ୍କ ରାମାୟଣର ସୀତା ଅର୍ଥାତ ଦୀପିକାଙ୍କ ସହିତ ଦେବୀନାଙ୍କ ସାକ୍ଷାତ ହୋଇଥିଲା । ଏହି କାରଣରୁ ଦୁଇ ଅଭିନେତ୍ରୀ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ । ଫ୍ୟାନ୍ସ ଏହି ଫଟୋ ଦେଖିବା ପରେ ଖୁବ ଖୁସି ହୋଇ ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More