Only for Entertainment

ସୂର୍ଯ୍ୟବଂଶମକୁ ୨୦ ବର୍ଷ, ଅଭିନେତ୍ରୀଙ୍କ ମୃତ୍ୟୁ ପରେ ପରିବାରକୁ ମିଳିନଥିଲା ଶବ ।

bollywood tadka
64

ବଲିଉଡ ଆକ୍ଟର ଅମିତାଭ ବଚ୍ଚନଙ୍କ ଫିଲ୍ମ ସୂର୍ଯ୍ୟବଂଶମକୁ ୨୦ ବର୍ଷ ହୋଇସାରିଛି । ଏହି ଫିଲ୍ମ ୨୧ ମଇ ୧୯୯୯କୁ ସିନେମା ଘରେ ରିଲିଜ ହୋଇଥିଲା । ଫିଲ୍ମରେ ଅମିତାଭ ବଚ୍ଚନଙ୍କୁ ଡବଲ ରୋଲରେ ଦେଖିବାର ସୁଯୋଗ ପାଇଥିଲେ ଦର୍ଶକ । ଫିଲ୍ମରେ ବିଗ ବିଙ୍କ ବ୍ୟତୀତ ଅନୁପମ ଖେର ଏବଂ ସୌନ୍ଦର୍ଯ୍ୟା ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ।

ସୌନ୍ଦର୍ଯ୍ୟା ବିଗ ବି’ଙ୍କ ପତ୍ନୀ ଚରିତ୍ରରେ ଫିଲ୍ମରେ ନଜର ଆସିଥିଲେ । କିନ୍ତୁ ଫିଲ୍ମ ରିଲିଜର ୫ ବର୍ଷ ପରେ ୨୦୦୪ରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ସମୟରେ ସୌନ୍ଦର୍ଯ୍ୟା ଗର୍ଭବତୀ ଥିଲେ । କିନ୍ତୁ ସୌନ୍ଦର୍ଯ୍ୟାଙ୍କ ପରିବାରକୁ ତାଙ୍କ ଶବ ମିଳିନଥିଲା । ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ୧୭ ଅପ୍ରେଲ ୨୦୦୪ରେ ହୋଇଥିଲା ।

ସେଦିନ ସୌନ୍ଦର୍ଯ୍ୟା ଜନତା ପାର୍ଟି ଏବଂ ତେଲୁଗୁ ଦେଶମ ପାର୍ଟିର ଆଶାୟୀ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ପାଇଁ କରୀମନଗର ଯାଉଥିଲେ । ସକାଳ ୧୧ଟା ୫ରେ ୪ ସିଟର ପ୍ରାଇଭେଟ ଏୟରକ୍ରାଫ୍ଟରେ ବାଙ୍ଗାଲୁରରେ ଜକୁର ଏୟରଫିଲ୍ଡରୁ ବାହାରିଲେ, ୧୦୦ ଫୁଟ ଉପରକୁ ଯିବା ମାତ୍ରେ ଏୟରକ୍ରାଫ୍ଟ କ୍ରାଶ ହୋଇଗଲା । ଏୟାରକ୍ରାଫ୍ଟରେ ସୌନ୍ଦର୍ଯ୍ୟାଙ୍କ ବ୍ୟତୀତ ତାଙ୍କ ଭାଇ ଅମରନାଥ, ହିନ୍ଦୁ ଜାଗରଣ ସମିତିର ସେକ୍ରେଟରୀ ରମେଶ କଦମ ଏବଂ ପାଏଲଟ ଜୟ ଫିଲିପ ଉପସ୍ଥିତ ଥିଲେ । ମୃତ୍ୟୁର ୫ ଦିନ ପୂର୍ବରୁ ସୌନ୍ଦର୍ଯ୍ୟା ଭାଜପାରେ ଯୋଗ ଦେଇଥିଲେ । ସେହି ସମୟରେ ସେ ୩୧ ବର୍ଷର ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More