୨୨ ମିଲିୟନ ଫଲୋର୍ସ ହେବାରୁ ସମୂଦ୍ର କୂଳରେ କ୍ରିତି ପାଳନ କଲେ ଖୁସିର………. ।
ବଲିଉଡ ସେଲିବ୍ରେଟୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ଫ୍ୟାନ ଫଲୋଇଙ୍ଗ ବଢିବାକୁ ନେଇ କ୍ରେଜ ଦେଖିବାକୁ ମିଳେ । ନିକଟ ଅତୀତରେ ୩୦ ମିଲିୟନ ଫ୍ୟାନ ଫଲୋଇଙ୍ଗ ହେବା ଖୁସିରେ ଭିଡ଼ିଓ ଶେୟାର କରିଥିଲେ ଦୀପିକା ପାଦୁକୋନ । ଏବେ ଏହି ଟ୍ରେଣ୍ଡରେ ସାମିଲ ହୋଇ ଯାଇଛନ୍ତି ବଲିଉଡର ଆଉ ଜଣେ ନାୟିକା କ୍ରିତି ସାନନ । ଏଥିପାଇଁ ଖୁସି ଜାହିର୍ କରି କୃତି ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଖୁବ୍ ସେକ୍ସି ଲାଗୁଛନ୍ତି।
ବ୍ଲାକ କଲର୍ କଷ୍ଟ୍ୟୁମ ସାଙ୍ଗକୁ ସମୁଦ୍ର ବାଲିରେ ୨୨ ଲେଖି ସେ ତା ମଧ୍ୟରେ ବସିଥିବା ନଜର ଆସିଛି। ବିଭିନ୍ନ ସମୟରେ ନିଜର ହଟ୍ ଓ ସେକ୍ସି ଫଟୋ ଶେୟାର କରି ଫ୍ୟାନ୍ସଙ୍କ ନିକଟତର ହେଉଥିବା କ୍ରିତି ଏଥର ମଧ୍ୟ ଦେଖାଦେଇଛନ୍ତି କିଛି ଭିନ୍ନ ଅନ୍ଦାଜରେ।