Only for Entertainment

୨୩ବର୍ଷର ଝିଅ ୬୫ବର୍ଷୀୟ ବୃଦ୍ଧଙ୍କୁ କଲେ ବିବାହ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ !

38

କମ ବୟସ ଝିଅ ଅଧିକ ବୟସ ଥିବା ଏନ ଆର ଆଇଙ୍କ ସହ ବିବାହ କରିବା ସାଧାରଣ କଥା ଅଟେ । ଏଭଳି ଖବର ଅନେକ ଥର ଆପଣ ଶୁଣିଥିବେ । କିନ୍ତୁ ପଂଜାବର ଏକ ଗାଁରେ ରହୁଥିବା ୨୩ବର୍ଷୀୟା ମହିଳା ୬୫ବର୍ଷ ବୟସ୍କ ବୃଦ୍ଧଙ୍କୁ ବିବାହ କରିଥିବା ମାମଲା ଏବେ ସାମ୍ନାକୁ ଆସିଛି ।

ଏହି ବିବାହର ଫଟୋ ଏବେ ସୋସିଆଲ ମିହିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଗାଁ ବଲିଆ ତହସିଲ ଧୁରୀ ଜିଲ୍ଲା ସଂଗରୁରର ନିବାସୀ ୬୫ବର୍ଷର ବୃଦ୍ଧ ଲୋଙ୍ଗୋବାଲର ୨୩ବର୍ଷୀୟା ଝିଅକୁ ଏକ ଧାର୍ମିକ ସ୍ଥାନରେ ବିବାହର ପୂରା ରୀତିନୀତି ପୂରଣ କରୁଥିବା ନଜର ଆସିଛନ୍ତି । ବିବାହ ରେଜିଷ୍ଟ୍ରେସନ ପାଇଁ ଦିଆ ଯାଇଥିବା ଫର୍ମ ଏବଂ ବିବାହ ସାର୍ଟିଫିକେଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଠାରେ ଆମେ କହି ରଖୁଛୁ ଏକ ଅଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣା ପଡିଛି ସବୁକିଛି ଦୁହିଁଙ୍କ ସହମତିରେ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More