Only for Entertainment

୬୧ ବର୍ଷିୟା ମହିଳାଙ୍କୁ ବିବାହ କରିବେ ୨୪ ବର୍ଷିୟା ଆମେରିକାନ ୟୁଟ୍ୟୁବର

nypost
27

ଆମେରିକାର ୟୁଟ୍ୟୁବ ଷ୍ଟାର ଜୁଲିଆଙ୍କ ଏକ ନିଷ୍ପତି ଏବେ ବିଶ୍ୱବ୍ୟାପୀ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି । ୨୪ବର୍ଷିୟା ଜୁଲିଆ ପ୍ରେମ କରୁଥିଲେ ୬୧ବର୍ଷିୟାମହିଳା ଏଲିନ୍‍ ଡ଼ି ଙ୍କୁ । ଏବେ ଏହି ଦୁଇଜଣ ବିବାହ କରିବାର ନିଷ୍ପତି ନେଇଛନ୍ତି । ବ୍ରାଜିଲରେ ରହୁଥିବା ଜୁଲିଆ ଏକ ୟୁଟ୍ୟୁବ୍‍ ଚ୍ୟାନେଲ ଚଳାଉଥିଲା ବେଳେ ତାଙ୍କର ଭିଡିଓ ସବୁ ତାଙ୍କୁ ପ୍ରସିଦ୍ଧି ଦେଇଛି । ନିକଟରେ ସେ ୬୧ବର୍ଷିୟା ଏଲିନଙ୍କ ସହ ରିଲେସନ୍‍ସିପ୍‍ରେ ଥିବା ବିଷୟ ଖୁଲାସା କରିଥିଲେ । ଆଉ କହିଥିଲେ ଯେ ଆମେ ଖୁବ୍‍ଶୀଘ୍ର ବିବାହ କରିବାକୁ ଯାଉଛୁ ।

ଜୁଲିଆଙ୍କ କହିବା ଅନୁସାରେ ମୁଁ ପୂର୍ବରୁ କେବେ ବି ବିବାହ କରିବି ନାହିଁ ବୋଲି ସ୍ଥିର କରିଥିଲି । ମାତ୍ର ଏଲିନଙ୍କୁ ଭେଟିବା ପରେ ମୋର ବିଚାରଧାରା ବଦଳି ଯାଇଥିଲା । ମୁଁ ବୁଝିପାରିଛି ଏଲିନ ହିଁ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯାହା ସହ ମୁଁ ମୋର ଜୀବନକୁ ଆଗକୁ ନେଇପାରିବି । ଏଲିନଙ୍କ କହିବା ଅନୁସାରେ ଆମ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଜବୁତ ଅଛି । ବୟସ ଆଦୌ ଏହି ପ୍ରେମରେ ବାଧା ସୃଷ୍ଟି କରିପାରିବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More