ଫିଲ୍ମ ହମ୍ ଆପକେ ହୈ କୌନ୍ ରିଲିଜ୍ ହେବାକୁ ପୁରିଛି ୨୫ ବର୍ଷ, ମେକର୍ ସେୟାର୍ କଲେ ଫିଲ୍ମ ବିଷୟରେ କିଛି ଖାସ୍ କଥା
ପାରିବାରିକ କାହାଣୀକୁ ନେଇ ବଲିଉଡରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ହମ୍ ଆପକେ ହୈ କୌନ୍ ରିଲିଜ୍ ହେବାକୁ ପୁରିଛି ୨୫ ବର୍ଷ । ହେଲେ ଆଜି ବି ସିନେପ୍ରେମୀଙ୍କୁ ମନୋରଂଜନ ଯୋଗାଉଛି ଏହି ଫିଲ୍ମ । ଫିଲ୍ମଟିକୁ ରିଲିଜ୍ ହେବାର ୨୫ ବର୍ଷ ପୂରଣକୁ ନେଇ ମେକର୍ ସେୟାର୍ କରିଛନ୍ତି ଫିଲ୍ମ ବିଷୟରେ କିଛି ଖାସ୍ କଥା ।
ସଲମାନ୍ – ମାଧୁରୀଙ୍କ ରୋମାନ୍ସ ହେଉ ଅବା, ଫିଲ୍ମର କାହାଣୀ କି ରାମଲକ୍ଷ୍ମଣଙ୍କ ସଙ୍ଗୀତ । ସବୁକିଛିକୁ ଦର୍ଶକ କରିଥିଲେ ଢେର୍ ପସନ୍ଦ । ଯେପରି ଆକର୍ଷଣୀୟ କାହାଣୀ ଥିଲା ଏହି ସିନେମାର ସେହିପରି ମନଛୁଆଁ ଗୀତ ଗୁଡିକ ମଧ୍ୟ ଶୁଣିବାକୁ ମିଳିଥିଲା ଏହି ସିନେମାରେ । ଫିଲ୍ମରେ ଆଲୋକ ନାଥ, ଅନୁପମ୍ ଖେର୍, ରିମା ଲାଗୁ, ମୋନିଷ ବେହଲ୍, ରେଣୁକା ସାହାଣେ, ବିନ୍ଦୁ, ସତୀଶ ଶାହ, ହିମାନୀ ଶିବପୁରୀ, ଲକ୍ଷ୍ମୀକାନ୍ତ, ପ୍ରିୟା ଅରୁଣ ଆଦି କଳାକାରଙ୍କ ବଳିଷ୍ଠ ଅଭିନୟ ଦେଖିବାକୁ ମିଳିଥିଲା ଏହି ସିନେମାରେ ।
ସିନେମାର ୨୫ ବର୍ଷ ପୂରଣକୁ ନେଇ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ୍ ନିଜ ସୋସିଆଲ୍ ମିଡିଆରେ ଏକ ଖାସ୍ ଭିଡିଓ ସେୟାର୍ କରିଛନ୍ତି । ସେପଟେ ଅନୁପମ୍ ଖେର୍ ମଧ୍ୟ ଟ୍ୱିଟ୍ କରି ନିଜ ଖୁସି ଜାହିର୍ କରିଛନ୍ତି । ଏହି ଫିଲ୍ମ ଆଗକୁ ବି ବଲିଉଡ୍ ସିନେପ୍ରେମୀଙ୍କୁ ଏଂଟରଟେନ୍ କରିବ ବୋଲି ଆଶା କରାଯାଉଛି ।