Only for Entertainment

୬୮ବର୍ଷୀୟ ସହ-କଳାକାରଙ୍କୁ ବିବାହ କରିବେ ୨୬ବର୍ଷୀୟ ଏହି ହଲିଉଡ୍‌ ଅଭିନେତ୍ରୀ

Sqoop
75

ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ସେଲିନା ଗୋମେଜ ଏବେ ଇନ୍‌ଷ୍ଟାରେ ଏକ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । କିଛି ଲୋକ ଏହି ପୋଷ୍ଟ ଦେଖି ଖୁସି ଥିବା ସହ କିଛି ଆଶ୍ଚର୍ଯ୍ୟ ହୋଇଛନ୍ତି । ଇନ୍‌ଷ୍ଟାରେ ସେଲିନା କାନ୍ ଫିଲ୍ମ ଫେଷ୍ଟିଭାଲର କିଛି ଫଟୋ ସେୟାର କରିଥିଲେ । ଫଟୋ କ୍ୟାପ୍‌ସନ ରଖି ଶେଷରେ ସେ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଲେଖିିଥିଲେ ।

selenagome

ସହ-କଳାକାର ବିଲ ମୁରେଙ୍କ ସହ ଫଟୋ ସେୟାର କରି, ପ୍ରଥମ ଥର କାନ୍ ଆସିଛି । ଏହି ଫିଲ୍ମ ସହ ଜଡ଼ିତ ଥିବାରୁ ମୁଁ ବହୁତ ଗର୍ବ ଅନୁଭବ କରୁଛି । ଏଇଠି କହି ରଖିବାକୁ ଚାହୁଁଛି, ମୁଁ ଏବଂ ବିଲ ମୁରେଙ୍କ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛୁ ବୋଲି ଲେଖିଥିଲେ ସେଲିନା । ତାଙ୍କର ଏଭଳି ପୋଷ୍ଟ ଦେଖି ତୁମେ ଥଟ୍ଟା କରୁଛ ବୋଲି ଲୋକେ ପଚାରୁଥିବା ବେଳେ କିଛି ଲୋକ ଭଲ ଯୋଡ଼ି ହେବ ବୋଲି କହିବା ଆରମ୍ଭ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More