Only for Entertainment

ରିଲିଜ ହେଲା ଫିଲ୍ମ ‘ପଟଣାଗଡ’ର ଦ୍ୱିତୀୟ ଟ୍ରେଲର, ଦେଖିବାକୁ ମିଳିଲା ମନୋଜ ମିଶ୍ରଙ୍କ ଅଭିନୟର ଝଲକ ।

from teaser video of patnagarh
40

ଓଲିଉଡ୍ ଲୋକପ୍ରିୟ ଅଭିନେତା ମନୋଜ ମିଶ୍ରଙ୍କ ଆଗାମୀ ଫିଲ୍ମ ପାଟନାଗଡର ଏକ ଟିଜର ସୋସିଆଲ ମିଡିଆରେ ସେୟାର୍ କରିଛନ୍ତି । ନିଜ ନେଗେଟିଭ୍ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟ ହୋଇଥିବା ମନୋଜ ମିଶ୍ର ଏହି ସିନେମାରେ ବି ଖଳନାୟକ ଚରିତ୍ରରେ ନଜର ଆସିବେ ।

ଚଳଚ୍ଚିତ୍ର ପାଟନାଗଡ୍ ଏକ ସତ କାହାଣୀକୁ ନେଇ ଗତିଶୀଳ ହୋଇଛି ।ଫିଲ୍ମଟି ବହୁଚର୍ଚ୍ଚିତ ପାର୍ସଲ ବୋମା ଘଟଣାକୁ ନେଇ ଗତିଶୀଳ ହୋଇଛି । ସିନେମାରେ ତାଙ୍କ ଅଭିନୟର କିଛି ଝଲକ ଏହି ଟିଜରରେ ଦେଖିବାକୁ ମିଳିଛି । ଶ୍ରୀଧର ମାର୍ଥାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରାଜେଶ ଟଚଭିର୍ । ଖୁବଶୀଘ୍ର ଏହି ଫିଲ୍ମଟି ଆସିବ ପରଦାକୁ ।

ଏହା ପୂର୍ବରୁ ଫିଲ୍ମର ପ୍ରଥମ ଟିଜରକୁ ରିଲିଜ କରାଯାଇଥିଲା ଯାହାକୁ ଲୋକେ ଖୁବ ପସନ୍ଦ କରିଥିଲେ । ଫିଲ୍ମଟି ଦୁଇଟି ଭାଷା ଓଡିଆ ଏବଂ ତେଲଗୁରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More