Only for Entertainment

ବର୍ଷେ ମଧ୍ୟରେ ଭଗତ ସିଂଙ୍କ ଉପରେ ପ୍ରସ୍ତୁତ ହୋଇଥିଲା ତିନି ତିନୋଟି ଫିଲ୍ମ, ଏକାସହ ପରଦାରେ ନଜର ଆସିଥିଲା ଏହି ୨ଟି ଫିଲ୍ମ !

rightlog
0 45

ଭାରତକୁ ଆଜାଦ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଶହିଦ କ୍ରାନ୍ତିକାରୀ ଭଗତ ସିଂଙ୍କୁ ଆଜି ଛୁଆଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ସହ ପରିଚିତ ଏବଂ ସମୟ ସମୟରେ ବଲିଉଡରେ ମଧ୍ୟ ଦେଶର ସ୍ୱତନ୍ତ୍ରତାକୁ ନେଇ ଅନେକ ଫିଲ୍ମ ପ୍ରସ୍ତୁତ କରାଯାଇଛି । ଏହିଭଳି ବର୍ଷକ ମଧ୍ୟରେ ଭଗତ ସିଂଙ୍କ ଉପରେ ୩ଟି ଫିଲ୍ମ ରିଲିଜ ହୋଇଥିଲା । ତେବେ ଆସନ୍ତୁ ଜାଣିବା କଣ କଣ ଥିଲା ସେହି ଫିଲ୍ମ …

ଏଠାରେ ଆମେ କହି ରଖୁଛୁ ଯେ ୨୦୦୨ରେ କ୍ରାନ୍ତିକାରୀ ଭଗତ ସିଂଙ୍କ ଉପରେ ଆସିଥିବା ଫିଲ୍ମ ‘ଶହିଦ ଏ ଆଜମ’ରିଲିଜ ହୋଇଥିଲା । ଫିଲ୍ମ ଭଗତ ସିଂଙ୍କ ଭୂମିକା ଅଭିନେତା ସୋନୁ ସୁଦ ତୁଲାଇ ଥିଲେ । ଏହାସହ ଫିଲ୍ମରେ ଶମା ସିକନ୍ଦର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମ ଯଦିଓ ଅଧିକ ବ୍ୟବସାୟ କରି ପାରିନଥିଲା ମାତ୍ର ଏହି ଫିଲ୍ମ ଦର୍ଶକ ଖୁବ ପସନ୍ଦ କରିଥିଲେ ।

୨୦୦୨ରେ ଫିଲ୍ମ ୭ଜୁନରେ ‘୨୩ମାର୍ଚ୍ଚ ୧୯୩୧ ଶହିଦ’ ଦେଖିବାକୁ ମିଳିଥିଲା । ଫିଲ୍ମରେ ଦେଓଲ ଭାଇ ବବି ଦେଓଲ ଏବଂ ସନି ନଜର ଆସିଥିଲେ । ବବି ଭଗତ ସିଂ ଭୂମିକା ତୁଲାଇଥିବା ବେଳେ ସନି ଚନ୍ଦ୍ର ଶେଖର ଆଜାଦଙ୍କ ଭୂମିକାରେ ନଜର ଆସିଥିଲେ । ଫିଲ୍ମ ଗୁଡ୍ଡୁ ଧନୱା ଡିରେକ୍ଟ କରିଥିଲେ ।

ମାତ୍ର ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଫିଲ୍ମ ‘ଦ ଲେଜେଂଡ ଅଫ ଭଗତ ସିଂ’ମଧ୍ୟ ୭ଜୁନ ୨୦୦୨ରେ ରିଲିଜ ହୋଇଥିଲା । ଫିଲ୍ମରେ ଅଜୟ ଦେବଗନ ଭଗତ ସିଂ ଭୂମିକାରେ ହିଟ ହୋଇଥିଲେ ଏବଂ ଦୁଇଟି ଯାକ ସିନେମା ମଧ୍ୟରେ ଜବରଦସ୍ତ ଟକ୍କର ହୋଇଥିଲା । ଏଠାରେ ଆମେ କହି ରଖୁଛୁ ଯେ ଅଜୟଙ୍କ ଫିଲ୍ମ ବାଜି ମାରି ନ୍ୟାସନାଲ ଆୱାର୍ଡ ହାସିଲ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More