Only for Entertainment

ଓଲିଉଡରେ ରଜ ଲଢେଇ ପରଦାକୁ ଆସିଲା ଲଗାତାର ୩ଟି ଫିଲ୍ମ !

58

ରଜ ବଜାରରେ ଓଡିଆ ଦର୍ଶକଙ୍କୁ ଏଂଟରଟେନ୍ କରିବା ପାଇଁ ମୁକ୍ତିଲାଭ କରୁଛି ୪ଟି ଓଡିଆ ଫିଲ୍ମ । ଏହି ତାଲିକାରେ ପ୍ରଥମେ ରହିଛି ଚଳଚ୍ଚିତ୍ର ସେଲଫିସ୍ ଦିଲ୍ । ସିନେମାଟି ୧୩ ଜୁନରେ ରିଲିଜ୍ ହେବାକୁ ଯାଉଛନ୍ତି । ହେମନ୍ତ ନାୟକଙ୍କ ପ୍ରଯୋଜିତ ଏବଂ ବସନ୍ତ ନାୟକଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାରେ ନାୟକ ଭୂମିକାରେ ଶ୍ରେୟାନ୍ ଓ ନାୟିକା ଭାବେ ସୂର‌୍ୟମୟୀଙ୍କୁ ଦେଖିବାକୁ ମିଳିବ । ରୋମାଂଟିକ୍ କାହାଣୀ ଓ ଭରପୁର୍ ଆକ୍ସନ୍ ଏହାସହ ମନଛୁଆଁ ଗୀତକୁ ନେଇ ରଜ ବଜାରରେ ଧମାଲ୍ କରିବା ପାଇଁ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ସେଲଫିସ୍ ଦିଲ୍ ।

 

View this post on Instagram

 

Chirakut releasing on this Raja….

A post shared by ODIA FILM CRITICS (@odiafilmcritics) on

ସେହିପରି ଏହି ରଜରେ ରିଲିଜ୍ ହେବାକୁ ଯାଉଛି କମେଡି କିଙ୍ଗ ପପୁ ପମଙ୍କ ପ୍ରଥମ ନିର୍ଦ୍ଦେଶିତ ସିନେମା ଚିରକୁଟ୍ । କମେଡି – ଡ୍ରାମା ଜୋନରକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସିନେମାରେ ନାୟକ ଭାବେ ଅରୋଜିତ୍ ଓ ନାୟିକା ଭାବେ ନଜର ଆସିଛନ୍ତି ଅନନ୍ୟା । ଫିଲ୍ମରେ ନିର୍ଦ୍ଦେଶନା ସହ କାହାଣୀ, ସ୍କ୍ରିନ ପ୍ଲେ ଓ ସଙ୍ଗୀତର ଭାର ତୁଲାଇଛନ୍ତି ପପୁ ପମ୍ ପମ୍ । ଆଶା କରାଯାଉଛି ଏହି ସିନେମାଟି ମଧ୍ୟ ରଜରେ କରିବ କମାଲ୍ ।

 

View this post on Instagram

 

Part-2 Tu mo love story trailer out… Good one … Waiting for film @swarajbarik_ @subhasis_sharma @bhoomika.dash65

A post shared by ODIA FILM CRITICS (@odiafilmcritics) on

ରଜ ବଜାରରେ ଧମାଲ୍ କରିବା ପାଇଁ ଆଶୁଛି ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରର ଫିଲ୍ମ ତୁ ମୋ ଲଭ୍ ଷ୍ଟୋରୀ – ଟୁ । ସିନେମାରେ ପୁଣି ଥରେ ରୋମାନ୍ସ କରିବାରେ ନଜର ଆସିବେ ସ୍ୱରାଜ୍ ଓ ଭୁମିକା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ତାପସ ସରଘରିଆ କରିଥିବାବେଳେ, ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ପ୍ରେମ ଆନନ୍ଦ । ସିନେମାରେ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ପାର୍ଥ ସାରଥୀ ଆଦି କଳାକାରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ସିନେମାଟି ୧୪ ଜୁନ୍ରେ ଆସିବ ପରଦାକୁ ।

 

View this post on Instagram

 

Ore Dilnashi out now… Superb !! ??

A post shared by ODIA FILM CRITICS (@odiafilmcritics) on

ସେହିପରି ରଜରେ ଆସୁଛି ଚକଲେଟ ବୟ ବାବୁଶାନ୍ ମହାନ୍ତିଙ୍କ ରୋମାଂଟିକ୍ କମେଡି ଫିଲ୍ମ ଗୋଲମାଲ୍ ଲଭ୍ । ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ନାୟକ ଓ ନାୟିକା ଭାବେ ନଜର ଆସିବେ ବାବୁଶାନ ଓ ତମନ୍ନା । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ଅଭିଜୀତ୍ ମଜୁମ୍ଦାର୍ । ତେବେ ଏହି ୪ଟି ସିନେମାକୁ ନେଇ ରଜରେ ହେବାକୁ ଯାଉଛି ଜୋର୍ କା ଟକ୍କର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More