Only for Entertainment

ହେଲେ କ’ଣ ପାଇଁ ନୀରଜାଙ୍କ ମୃତ୍ୟୁରେ ପାକିସ୍ତାନ ମଧ୍ୟ ବୁହାଇଥିଲା ଲୁହ ?

Yahoo Lifestyle India
0 42

ନୀରଜା ଭନୋଟଙ୍କୁ ଜାଣିବା ପାଇଁ ତାଙ୍କ ନାମ ହିଁ ଯଥେଷ୍ଟ । ଏହି ଦୁନିଆରେ ଏପରି କୌଣସି ବ୍ୟକ୍ତି ନଥିବେ ଯେ ଭାରତର ଏହି ଝିଅ ବିଷୟରେ ଜାଣିନଥିବେ । ଆଜିର ଦିନ ଅର୍ଥାତ ୫ ସେପ୍ଟେମ୍ବର ୧୯୮୬ରେ ସେ ନିଜ ଜୀବନକୁ ବାଜି ଲଗାଇ ଅନେକ ଲୋକଙ୍କ ଜୀବନକୁ ବଂଚାଇଥିଲେ ।

୩୨ ବର୍ଷ ପୂର୍ବେ ଆଜିର ଦିନରେ ଆତଙ୍କବାଦୀମାନେ କରାଚି ରାସ୍ତାରେ ମୁମ୍ବାଇରୁ ଆମେରିକା ଯିବାକୁ ଥିବା ବିମାନକୁ ହାଇଜ୍ୟାକ କରିନେଇଥିଲେ । ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ପୋଷାକରେ ବିମାନ ବନ୍ଦରରେ ପ୍ରବେଶ କରିଥିଲେ । ବିମାନ ଭିତରେ ପରିବା ପରେ ସେମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଆତଙ୍କବାଦୀମାନେ ବିମାନକୁ ଇଜରାଏଲରେ କ୍ରାଶ କରିବାକୁ ଚାହୁଁଥିଲେ ।

neerja

ଜଣେ ଆତଙ୍କବାଦୀ ପ୍ଲେନରେ ଏୟାରହେଷ୍ଟେସ ଥିବା ନିରଜାଙ୍କୁ ସବୁ ଯାତ୍ରୀମାନଙ୍କର ପୋସପୋର୍ଟ ଆଣିବା ପାଇଁ କହିଥିଲେ । ସେହି ସମୟରେ ପ୍ଲେନରେ ୩୭୯ ଲୋକ ଥିଲେ । ନୀରଜା ଅଚଙ୍କବାଦୀମାନଙ୍କୁ ନଡରି ଲୋକଙ୍କୁ ଏମରଜେନ୍ସି ଡୋରରେ ବାହାରକୁ ଛାଡିଥିଲେ । ଯାତ୍ରୀମାନଙ୍କୁ ବିମାନରୁ ବାହାରୁଥିବାର ଦେଖି ଆତଙ୍କବାଦୀମାନେ ଗୁଳି ଚଲାଇବା ଆରମ୍ଭ କରିଦେଲେ । ଆତଙ୍କବାଦୀଙ୍କ ଗୁଳିରେ ନୀରଜାଙ୍କ ସମେତ ୨୦ ଯାତ୍ରୀ ପ୍ରାଣ ହରାଇଥିଲେ ଏବଂ ୧୦୦ରୁ ଅଧିକ ଆହାତ ହୋଇଥିଲେ ।

neerjabhanot

ନୀରଜାଙ୍କ ମୃତ୍ୟୁପରେ ତାଙ୍କୁ ଭାରତର ସର୍ବେଚ୍ଚ ନାଗରିକ ସମ୍ମାନ ଅଶୋକ ଚକ୍ର ଦିଆଯାଇଥିଲା ଏବଂ ତାଙ୍କ ନାମରେ ଜାକ ଟିକେଟ ମଧ୍ୟ ଜାରି କରାଯାଇଥିଲା । ମୋଗାର ଏକ ଗାଁ ଧଲକଲାର ଦେଶଭଗତ ପାର୍କରେ ନୀରଜାଙ୍କର ଏକ ମାତ୍ର ଷ୍ଟ୍ୟଚୁ ସ୍ଥାପିତ କରାଯାଇଛି । ସେଠାରେ ୧୬ ଫୁଟର ଲମ୍ବା ଜାହାଜ ମଧ୍ୟ ନିର୍ମାଣ କରାଯାଇଛି । ଏହା ବ୍ୟତିତ ପାକିସ୍ତାନ ତମଗା-ଏ-ଇନ୍ସାନିୟତ ସମ୍ମାନ ମଧ୍ୟ ଦେଇଥିଲେ । ନିଜର ଜୀବନକୁ ବାଜି ଲଗାଇ ଲୋକଙ୍କୁ ସୁରକ୍ଷିତ ବାହାର କରିଥିବା ଭାରତର ଏହି ଝିଅ ଉପରେ କେବଳ ଆମକୁ ନୁହେଁ ବରଂ ପୁରା ଦୁନିଆ ଗର୍ବ ଅନୁଭବ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More