Only for Entertainment

ନିର୍ମାଣ ହେଲା ଶିବଙ୍କର ସବୁଠାରୁ ଉଚ୍ଚ ପ୍ରତିମା ଷ୍ଟାଚୁ ଅଫ ବିଲିଫ !

42

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୁର୍ତ୍ତି ପରେ, ଭାରତ ଏବେ ଆଉ ଏକ ବିଶାଳ ମୂର୍ତ୍ତି ପ୍ରସ୍ତୁତ କରୁଛି । ତାହା ଭଗବାନ ଶିବଙ୍କ ପ୍ରତିମୂର୍ତ୍ତି ଅଟେ । ରାଜସ୍ଥାନ ସ୍ଥିତ ନାଥଦ୍ୱାରାରେ ଗଣେଷ ଟେକରୀରେ ଏହି ମୂର୍ତ୍ତିର ଉଦ୍ଘାଟନ ହେବ । ୨୦ଫିଟ, ୧୧୦ଫିଟ ଏବଂ ୨୭୦ଫିଟ ଉଚ୍ଚରେ ତିନୋଟି ଭ୍ୟୁଇଙ୍ଗ ଗ୍ୟାଲେରୀ ରହିଛି । ଭଗବାନ ଶିବଙ୍କ କାନ୍ଧ ୨୬୦ଫୁଟରେ ରହିଛି ଏବଂତ୍ରିଶୁଳ ୩୧୫ଫୁଟ ପର୍ଯ୍ୟନ୍ତ ଉଚ୍ଚ ରହିବ । ରିପୋର୍ଟ ମୁତାବକ ଶିବଙ୍କର ଏହି ପ୍ରତିମା ଗଢା ଶେଷ ହୋଇ ଆସିଲାଣି । ଅଗଷ୍ଟ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଯିବ । ଷ୍ଟାଚ୍ୟୁ ଅଫ ୟୁନିଟି, ସ୍ପ୍ରିଙ୍ଗ ଟେମ୍ପଲ ବୁଦ୍ଧା ଏବଂ ଲେକ୍ୟୁନ ସେଟକ୍ୟାର ପରେ ଏହା ଦୁନିଆର ୪ର୍ଥ ସବୁଠାରୁ ଉଚ୍ଚ ପ୍ରତିମା ଅଟେ ।

ଏହାକୁ ପରିଯୋଜନା କରିଥିବା ମିରାଜ ଗୃପ କହିବା ମୂତାବକ ୧୭ଅପ୍ରେଲ ୨୦୧୩ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ଏହି ଯୋଜନାରେ ୭୫୦କର୍ମଚାରୀ କାମ କରିଛନ୍ତି । ରିପୋର୍ଟ ମୁତାବକ ଶୁଣିବାକୁ ମିଳିଛି ଯେ ଏହି ମୂର୍ତ୍ତି ନନ୍ଦୀଙ୍କ ସହ ହେବ, ଯାହାର ଆକାର ହାରାହାରି ୩୭ଫୁଟ ଚଉଡା ଏବଂ ୨୫ଫୁଟ ଉଚ୍ଚ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More