Only for Entertainment

ଜାଣନ୍ତୁ ନିଜ ସଂପର୍କୀୟଙ୍କୁ ବିବାହ କରିଥିବା ୪ ଜଣ କ୍ରିକେଟରଙ୍କ ବିଷୟରେ ।

news18
0 88

କ୍ରିକେଟର କିଛି ଏଭଳି ଖେଳାଳୀ ଅଛନ୍ତି ଯେଉଁମାନେ ବିବାହ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି ୪ ଜଣ ଖେଳାଳୀ ଅଛନ୍ତି ଯେଉଁମାନେ ନିଜ ସଂପର୍କୀୟଙ୍କୁ ବିବାହ କରିଛନ୍ତି । ଏହି ଲିଷ୍ଟରେ ପାକିସ୍ତାନର ୨ ବଡ଼ ମ୍ୟାଚ ବିଜେତାଙ୍କ ନାମ ମଧ୍ୟ ରହିଛି । ଏଥିରେ ଭାରତର ସବୁଠାରୁ ବିସ୍ଫୋଟକ ସେହୱାଗଙ୍କ ନାମ ରହିଛି । ଏଥିରେ ବାଂଲାଦେଶର ଜଣେ ଖେଳାଳୀଙ୍କ ନାମ ମଧ୍ୟ ରହିଛି । ଯିଏ ନିଜ ସଂପର୍କୀୟଙ୍କୁ ବିବାହ କରିଛନ୍ତି ।

ପାକିସ୍ତାନର ଅଲରାଉଣ୍ଡର ଶାହିଦ ଅଫରୀଦି ନିଜ ମାମୁଁଙ୍କ ଝିଅକୁ ବିବାହ କରିଛନ୍ତି । ଶାହିଦଙ୍କ କହିବା ଅନୁସାରେ ଏକ ଟୁରରେ ଯିବା ସମୟରେ ସେ ତାଙ୍କ ବାପାଙ୍କୁ ମଜାକରେ କହିଥିଲେଯେ ବିବାହ କରିବାକୁ ଚାହୁଁଛନ୍ତି,ତେଣୁ ଝିଅ ଦେଖିବାକୁ କହିଥିଲେ । ସେ ଟୁରରେ ଫେରିବା ପରେ ତାଙ୍କର ନିର୍ବନ୍ଧ କରି ଦିଆଗଲା । ତେବେ ସେ ଝିଅ ତାଙ୍କ ମାମୁଁଙ୍କ ଝିଅ ଥିଲେ ।

ପାକିସ୍ତାନର ଶଇଦ ଅନବର ମଧ୍ୟ ନିଜ ସଂପର୍କୀୟ ଭଉଣୀ ଲୁବ୍ନା ଅନବରଙ୍କୁ ୧୯୯୬ରେ ବିବାହ କରିଥିଲେ । ତେବେ ତାଙ୍କ ପତ୍ନୀ ଜଣେ ଡାକ୍ତର ।

ବୀରେନ୍ଦ୍ର ସେହୱାଗ ୨୦୧୪ରେ ଆରତୀ ଅହଲାବତଙ୍କୁ ବିବାହ କରିଥିଲେ । ତେବେ ଏହି ଦୁଇ ଜଣ ଦୂର ସଂପର୍କୀୟ । ଦୁଇ ଜଣ ଉଭୟଙ୍କୁ ୧୪ ବର୍ଷ ପୂର୍ବରୁ ଜାଣିଥିଲେ । ୨୦୦୪ରେ ବିବାହ ପାଇଁ ସେମାନେ ତାଙ୍କ ସଂପର୍କୀୟଙ୍କୁ ମନାଇଥିଲେ ।

ବାଂଲାଦେଶର ଅଫତାବ ଅହମ୍ମଦ ନିଜ ସଂପର୍କୀୟ ଭଉଣୀଙ୍କୁ ବିବାହ କରିଛନ୍ତି । ଅଫତାବ ବାଂଲାଦେଶ ପାଇଁ ୧୬ଟି ଟେଷ୍ଟ,୮୫ ୱାନ ଡେ ଏବଂ ୧୧ଟି ଟି ୨୦ ମ୍ୟାଚ ଖେଳିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More