Only for Entertainment

ସାନ୍ତା ହୋଇ ଛୁଆଙ୍କୁ ଗିଫ୍ଟ ଦେବା ଲାଗି ହସ୍ପିଟାଲରେ ପହଂଚିଲେ ଆମେରିକା ପୂର୍ବ ରାଷ୍ଟ୍ରପତି ଓବାମା , ବାଂଟିଲେ ଖୁସି !

22

ଦୁନିଆର ଅଧିକାଂଶ ସ୍ଥାନରେ ଖ୍ରୀଷ୍ଟମାସ ସେଲିବ୍ରେଶନ ଆରମ୍ଭ ହୋଇଗଲାଣି । ଆମେରିକାରେ ଥ୍ୟାଙ୍କ୍ସ ଗିଭିଂ ଡେ’ ପରେ ଏହି ଉତ୍ସବ ଆରମ୍ଭ ହୋଇଯାଇଥାଏ । ଖ୍ରୀଷ୍ଟମାସ ପର୍ବରେ ସାନ୍ତାଙ୍କ କଥା ନ ହେବା ଏହା କିପରି ସମ୍ଭବ । ନାଲି ପୋଷାକରେ ବଡ ବ୍ୟାଗ ଧରି ଅନେକ ଉପହାର ନେଇ ଆସିବ ସାନ୍ତା ବୋଲି ଛୁଆଙ୍କର ଅପେକ୍ଷା ରହିଥାଏ ।

ଏହିଭଳି କିଛି ଘଟଣା ଘଟିଛି ଆମେରିକାରେ । ଆମେରିକାର ପୂର୍ବ ରାଷ୍ଟ୍ରପତି ବାରକ ଓବାମା କିଛି ରୋଗୀ ଛୁଆଙ୍କ ପାଇଁ ସାନ୍ତା ବେଶ ହୋଇ ୱାଶିଙ୍ଗଟନର ଏକ ହସ୍ପିଟାଲରେ ପହଂଚିଥିଲେ ଏବଂ ଛୁଆମାନଙ୍କୁ ଖୁବ ଖୁସି କରାଇଥିଲେ । । ଏହି ମୂହୁର୍ତ୍ତରେ ସେ ରୋଗୀ ଶିଶୁଙ୍କୁ ଆଲିଙ୍ଗନ କରି ସ୍ନେହ କଲେ ଏବଂ ସେମାନଙ୍କୁ ଉପହାର ମଧ୍ୟ ଦେଲେ । ଯାହାର ଭିଡିଓ ନିଜେ ଓବାମା ଶେୟାର କରି ପୋଷ୍ଟ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More