Only for Entertainment

ଫ୍ଲପ ହୋଇପାରେ ୪୫୦ କୋଟିର ଏହି ଫିଲ୍ମ,ରଜନୀକାନ୍ତ ଏବଂ ଅକ୍ଷୟଙ୍କ ମୁଣ୍ଡରେ ଚଡ଼କ

india today
0 54

ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ୨୦୧୭ ଖୁବ ଲାଭଦାୟକ ଥିଲା । ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ମୋଟ ୨୩୯ଟି ଫିଲ୍ମ ରିଲିଜ ହୋଇଥିଲା । ବଲିଉଡରେ ବ୍ଲକବଷ୍ଟର ଭାବେ ୫ଟି ଫିଲ୍ମକୁ ନାମିତ କରା ଯାଇଥିଲା । ୨୦୧୮ରେ ମଧ୍ୟ କେତେକ ନାମିଦାମୀ ଫିଲ୍ମ ରିଲିଜ ହେବାକୁ ଯାଉଛି । କିନ୍ତୁ ଫିଲ୍ମକୁ ନେଇ କେତେକ ପ୍ରଶ୍ନ ସୃଷ୍ଟି ହୋଇଛି । କିଛି ସୁପରହିଟ ହେବାକୁ ଆଶା କରା ଯାଉଥିବା ଫିଲ୍ମ ମଧ୍ୟ ଫ୍ଲପ ହେବାର ସମ୍ଭାବନା ରହିଛି । ତେବେ ସେହିଭଳି ଏକ ଫିଲ୍ମ ହେଉଛି ୨.୦ । ଯାହା ୪୫୦ କୋଟି ବଜେଟରେ ନିର୍ମାଣ କରାଯାଉଛି ।

ବାସ୍ତବରେ ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ୨.୦ ଏହି ବର୍ଷର ବହୁ ପ୍ରତିକ୍ଷୀତ ଫିଲ୍ମ । କିନ୍ତୁ ଏହା ସହିତ ଆଉ ୩ଟି ଫିଲ୍ମ ମଧ୍ୟ ରିଲିଜ ହେବାକୁ ଯାଉଛି । ତେଣୁ କୁହାଯାଉଛିଯେ ଏହି ମେଗା ବଜେଟ ଫିଲ୍ମ ମଧ୍ୟ ଏଥିରେ ପ୍ରଭାବିତ ହେବାକୁ ଯାଉଛି । ତେବେ ପୂର୍ବରୁ ଅକ୍ଷୟଙ୍କ ଫିଲ୍ମ ପ୍ୟାଡମ୍ୟାନ ଏହାର କାରଣ ହୋଇଥିଲା, ଯାହା ଏହି ମାସରେ ରିଲିଜ ହୋଇଥାନ୍ତା କିନ୍ତୁ ବର୍ତ୍ତମାନ ଏହି ଫିଲ୍ମ ଅପ୍ରେଲରେ ରିଲିଜ ହେବ ବୋଲି ଘୋଷଣା କରାଯାଉଛି । ତେବେ ରଜନୀକାନ୍ତଙ୍କ ଫିଲ୍ମ ସାମ୍ନାରେ ବାଘୀ ଟୁ,ମଣିକର୍ଣ୍ଣିକା ଏବଂ ଆଭେଞ୍ଜର୍ସ ଇନଫିନିଟି ବାର ମଧ୍ୟ ୨୭ ଅପ୍ରେଲରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି । ଏହି ସବୁ ଫିଲ୍ମ ମଧ୍ୟ ଖୁବ ଦମଦାର ରହିବ ବୋଲି ଆଶା କରାଯାଉଛି ।

ଅଭିନେତା ରଜନୀକାନ୍ତଙ୍କ କହିବା ଅନୁସାରେ ସେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି । ତାଙ୍କ କହିବା ଅନୁସାରେ ସେ ଏକ ନୂଆ ଦଳ ତିଆରି କରିବେ । ସେ ତାଙ୍କ ଦଳ ପାଇଁ ସତ୍ୟ,ପରିଶ୍ରମ ଏବଂ ଉନ୍ନତି ନାମକ ୩ଟି ମନ୍ତ୍ର ରଖିଛନ୍ତି । ତେବେ ଦେଶକୁ ଉନ୍ନତି ପାଇଁ ସୃଷ୍ଟି ହେଉଥିବା ବାଧାକୁ ସେ ଦୂର କରିବାକୁ ପ୍ରୟାସ ଜାରି ରଖିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More