Only for Entertainment

କେବଳ ଶ୍ରୀଦେବୀ ନୁହଁନ୍ତି,ଏହି ୫ ଜଣ ମହିଳା ସେଲିବ୍ରେଟୀ ମଧ୍ୟ ଦୁନିଆରୁ ବିଦାୟ ନେଇଛନ୍ତି,ରହିଯାଇଛି କେବଳ ସ୍ମୃତି ।

AMARUJALA
0 51

ଗତ ୧ ବର୍ଷ ମଧ୍ୟରେ କେତେକ ମହିଳା ସେଲିବ୍ରେଟୀ ଏହି ଦୁନିଆରୁ ବିଦାୟ ନେଇ ଯାଇଛନ୍ତି । ୮ ମାର୍ଚ୍ଚରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆସନ୍ତୁ ସେମାନଙ୍କୁ ମନେ ପକାଇବା ।

ବଲିଉଡର ଏଭର ଗ୍ରୀନ ଅଭିନେତ୍ରୀ ଶ୍ରୀଦେବୀ ୨୪ ଫେବୃୟାରୀକୁ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ଦୁବାଇର ଏକ ହୋଟେଲରେ ବାଥ ଟବରେ ବୁଡ଼ି ସେ ପ୍ରାଣ ହରାଇଛନ୍ତି । ତେବେ ନିଶାଗ୍ରସ୍ତ ହୋଇ ସେ ନିଜର ସନ୍ତୁଳନ ହରାଇ ବସିବା ପରେ ଏଭଳି ଦୁର୍ଘଟଣା ଘଟିଛି ବୋଲି ରିପୋର୍ଟ ଆସିଥିଲା ।

ପ୍ରସିଦ୍ଧ ଅଭିନେତ୍ରୀ ଶମ୍ମୀଙ୍କର ମଧ୍ୟ ୬ ମାର୍ଚ୍ଚକୁ ୮୭ ବର୍ଷ ବୟସରେ ପରଲୋକ ହୋଇଛି । କିଛି ସମୟ ପୂର୍ବରୁ ସେ ଅସୁସ୍ଥ ମଧ୍ୟ ଥିଲେ । ସେ ମୁମ୍ବାଇର ଜୁହୁ ସର୍କଲ ସ୍ଥିତ ଘରେ ଅନ୍ତିମ ନିଶ୍ୱାସ ନେଇଛନ୍ତି । ସେ କୁଲି ନମ୍ବର ୱାନ,ଖୁଦା ଗବାହ,ହମ,ଅର୍ଥ,ଦ ବର୍ଣ୍ଣିଙ୍ଗ ଟ୍ରେନ ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ଟିଭିର ଜନପ୍ରିୟ ଶୋ ‘ଦେଖ ଭାଇ ଦେଖ’ରେ ମଧ୍ୟ ଅଭିନୟ କରିଛନ୍ତି ।

ହିନ୍ଦୀ ଫିଲ୍ମରେ ମା ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଜିତିଥିବା ରିମା ଲାଗୁ ୧୮ ମଇ ୨୦୧୭ରେ ଦୁନିଆରୁ ବିଦାୟ ନେଇଛନ୍ତି । ହମ ସାଥ ସାଥ ହୈ,ମେନେ ପ୍ୟାର କିୟା,ବାସ୍ତବ,କଲ ହୋ ନା ହୋ,ହମ ଆପକେ ହୈ କନ ଭଳି ସୁପରହିଟ ଫିଲ୍ମରେ ଅଭିନୟ କରି ସବୁଦିନ ପାଇଁ ସ୍ମୃତି ଛାଡ଼ି ଯାଇଛନ୍ତି ।

ମଡେଲରୁ ଅଭିନେତ୍ରୀ ହୋଇଥିବା ସୋନିକା ସିମୋନ ସିଂ ୨୯ ଅପ୍ରେଲ ୨୦୧୭ରେ ଏ ଦିନିଆରୁ ବିଦାୟ ନେଇଛନ୍ତି । ସେତେବେଳେ ତାଙ୍କର ବୟସ ଥିଲା ୨୭ ବର୍ଷ । ଏକ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଫେମିନା ମିସ ଇଣ୍ଡିଆରେ ସେ ଭାଗ ମଧ୍ୟ ନେଇଥିଲେ ।

ମଇ ୨୦୧୭ରେ କନ୍ନଡ଼ ଅଭିନେତ୍ରୀ ରେଖା ସିନ୍ଧୁ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ଏହି ଦୁର୍ଘଟଣା ଚେନ୍ନାଇ ଓ ବାଂଗାଲୋର ହାଇୱେ ମଧ୍ୟରେ ହୋଇଥିଲା । ସେ ତାମିଲ ଏବଂ କନ୍ନଡ଼ ଟିଭି ଶୋ’ା ଖୁବ ଲୋକପ୍ରିୟ ଅଭିନେତ୍ରୀ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More