Only for Entertainment

ଆପଣଙ୍କୁ ରାତିରେ ନିଦ ଆସୁନାହିଁ କି ? ତେବେ ଖାଦ୍ୟରେ କରନ୍ତୁ ପରିବର୍ତ୍ତନ

Eight Sleep
0 44

କ’ଣ ଆପଣ ରାତିରେ ଠିକ ଭାବେ ଶୋଇ ପାରୁ ନାହାନ୍ତି କି ? ଚିନ୍ତାକୁ ଦୂର କରିବା ପାଇଁ ଅନେକ ଲୋକ ଅନେକ ଉପାୟ ଅବଲମ୍ବନ କରିଥାନ୍ତି । ବିଭିନ୍ନ ଔଷଧ ମଧ୍ୟ ନେଇଥାନ୍ତି । ଏହା ପରେ ମଧ୍ୟ ରାତିରେ ଭଲ ଭାବେ ନିଦ ହୋଇନଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଆପଣ ଦିନରେ ଯାହା ସବୁ ଖାଇଥାନ୍ତି ତାହାର ପ୍ରଭାବ ସିଧା ସଳଖ ଆମ ନିଦ୍ରା ଏବଂ ଅଧୀରତାର କାରଣ ହୋଇଥାଏ । ଖାଦ୍ୟ ଖାଇବା ସମୟରେ ଆମେ ଅନେକ ଜିନିଷ ଖାଇଥାଉ ଯାହା ଆମର ଦୈନଦିନ ଜୀବନର ଏକ ଅଂଶ ଏହା ସହିତ ଏହି ଖାଦ୍ୟ ଗୁଡିକୁ ହେଲଦୀ ଫୁଡ ମଧ୍ୟ କୁହାଯାଇଥାଏ । କିନ୍ତୁ ଏହି ସବୁ ଖାଦ୍ୟ ଆମର ନର୍ଭ ସିଷ୍ଟମ ଗୁଡିକି ଉତେଜୀତ କରିଦେଇଥାଏ । ଫଳରେ ରାତିରେ ନିଦ ଆସିନଥାଏ ଏବଂ ଅଧୀରତା ଲାଗିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଏଥିପାଇଁ ଦାୟୀ…

  • କ୍ୟାଫିନ:
    ଅନେକ ଗବେଷଣାରେ କୁହାଯାଇଛି ଯେ କ୍ୟାଫିନର ସେବନ କରିବା ଦ୍ୱାରା ଷ୍ଟ୍ରେସ ହରମୋନ ବଢିଯାଇଥାଏ । ଯାହା ଫଳରେ ପ୍ୟାନିକ ଆର୍ଟାକ ହେବାର ଆଶଙ୍କା ବଢି ଯାଇଥାଏ । ଆପଣ ଦେଖିଥିବେ ଯେ ନିଦ୍ରାକୁ ଦୂରେଇବା ପାଇଁ ଲୋକ କଫି ପିଇଥାନ୍ତି । ସୂଚନା ଅନୁସାରେ କଫିରେ ଥିବା କ୍ୟାଫିନ ମସ୍ତିଷ୍କର ଆଡେନେସିସ ରିସେପ୍ଟରସକୁ ବ୍ଲକ କରି ଦେଇଥାଏ । ଗବେଷଣା ଅନୁସାରେ କ୍ୟାଫିନ ଶରୀରରୁ ବାହାରକୁ ଯିବା ପାଇଁ ୨୪ ଘଣ୍ଟା ସମୟ ନେଇଥାଏ । ତେଣୁ ଆପଣଙ୍କୁ କଫି ପିଇବା କମ କରିବା ଆବଶ୍ୟକ । ହୋଇପାରେ ଏହି କାରଣରୁ ଆପଣଙ୍କୁ ନିଦ ମଧ୍ୟ ଆସିନଥାଏ ।
  • ନାଇଟସେଡ ଫ୍ୟାମିଲି :
    ବାଇଗଣ, ଆଳୁ, ଟମାଟୋ ଏବଂ ଗୋଲମରିଚ ନାଇଟଶେଡ ପ୍ୟାମିଲିର ଖାଦ୍ୟ ପଦାର୍ଥ ଅଟନ୍ତି । ନାଇଟସେଡ ଫ୍ୟାମିଲିର ଅଧିକାଂଶ ଖାଦ୍ୟ ପଦାର୍ଥ ଗ୍ଲାଇକୋଲିସାଇଡ ପ୍ରସ୍ତୁତ କରଥାନ୍ତି । ଏହା ଏକ ପ୍ରାକୃତିକ ପେଷ୍ଟିସାଇଡ ଯାହା ପୋକକୁ ମାରିଦେଇଥାଏ । କିନ୍ତୁ ଏହି ପେଷ୍ଟିସାଇଡ ମାନବ ଶରୀରର କୋଷ ଗୁଡିକ ପାଇଁ ନକରାତ୍ମକ ପ୍ରଭାବ ପକାଇଥାଏ । ଏହା ନର୍ଭସ ସିଷ୍ଟମକୁ ଅତି ଉତେଜିତ କରିବା ସହିତ ଅଧୀରତା ସୃଷ୍ଟି କରିଥାଏ । ନାଇଟସେଡରେ ଆସୁଥିବା ଖାଦ୍ୟକୁ ଆମେ ଦୈନଦିନ ଖାଇବାରେ ବ୍ୟବହାର କରିଥାଉ । ତେଣୁ ଏଥିରେ ଥିବା କେମିକାଲ୍ସ ଶରୀରରେ ଜମା ହୋଇ ରହିଥାଏ । ଏହି କେମିକାଲ୍ସ ଶରରରୁ ବାହାରକୁ ଯିବା ପାଇଁ ୫ ରୁ ୭ ଦିନ ସମୟ ଲାଗିଥାଏ ।
  • ମଦ୍ୟ ପାନୀୟ:
    ମଦ୍ୟପାନୀୟ ରିଲାକ୍ସ ହୋଇ ଶୋଇବା ପାଇଁ ସାହାଯ୍ୟ କରିଥାଏ ବୋଲି ଅନେକଙ୍କର ମତ । କିନ୍ତୁ ଆପଣ ଜାଣି ନଥିବେ ଯେ ମଧ୍ୟରାତ୍ରରେ ମଦର ନିଶା କମ ହୋଇଯାଇଥାଏ ଏହା ଫଳରେ ନିଦ୍ରା ଉପରେ ପ୍ରଭାବ ପଡିଥାଏ । ମଦର ନିଶା ଛାଡିବା ଆରମ୍ଭ ହେଲେ ପ୍ୟାନିକ ଆର୍ଟାକ୍ ଏବଂ ନିଦ୍ରା ସମୟରେ ଉଦବେଗ ବଢିବାକୁ ଲାଗିଥାଏ । ତେଣୁ ଯେଉଁମାନେ ପ୍ରତିଦିନ ମଦ୍ୟ ପାନୀୟ ସେବନ କରିଥାନ୍ତି ସେମାନେ ଧୀରେ ଧୀରେ ଏହି ଅଭ୍ୟାସ ଛାଡିବା ଆବଶ୍ୟକ ।
  • ରିଫାଇଣ୍ଡ କାର୍ବୋହାଇଡ୍ରେଟସ ଖାଦ୍ୟ:
    ଦହି, କମଳା ଜୁସ ଏବଂ ଧାନ ଜାତୀୟ ଶସ୍ୟରେ ଥିବା ସୁଗାରକୁ କାର୍ବୋହାଇଡ୍ରେଟସ କହାଯାଇଥାଏ । ଏହା ଆମର ବ୍ଲଡ ସୁଗାର ସ୍ତରକୁ ବଢାଇ ଦେଇଥାଏ ଯାହା ଫଳରେ ଆମ ଭିତରେ ଶକ୍ତି ଆସିବା ପରି ଲାଗିଥାଏ । ଯେତେବେଳେ ଶରୀରରେ ଥିବା ଇଂସୁଲିନ ବ୍ଲଡ ସୁଗାର ସ୍ତରକୁ ସାଧାରଣ ସ୍ତରକୁ ଆଣିଥାଏ ଯେତେବେଳେ କାର୍ଟିସୋଲ ରିଲିଜ ହୋଇଥାଏ । କର୍ଟିସୋଲ ଏକ ପ୍ରକାର ଷ୍ଟ୍ରେସ ହରମୋନ । ତେଣୁ ରାତିରେ ବ୍ରେଡ, ଚିପ୍ସ କିମ୍ବା ନୁଡୁଲସ ପରି ରିଫାଇଣ୍ଡ କାର୍ବୋସ ଖାଇବା ଦ୍ୱାରା ରାତିରେ ନିଦ ହୋଇନଥାଏ ।
  • ଫରମେଣ୍ଟେଡ ଏବଂ ସ୍ମୋକଡ ଫୁଡ:
    ସତେଜ ଖାଦ୍ୟରେ ଫରମେଣ୍ଟେଡ ଜରୀଆରେ ବ୍ୟାକଟେରିଆ ଅଣାଯାଇ ଖାଦ୍ୟକୁ ସ୍ୱାଦିଷ୍ଟ କରାଯାଇଥାଏ । ଏହି ବ୍ୟ।।କଟେରିଆ ଖାଦ୍ୟରେ ଥିବା ପ୍ରୋଟିନକୁ ଛୋଟ ଛୋଟ ଅଣୁରେ ପରିଣତ କରିଥାନ୍ତି । ଏହି ଅଣୁ ଗୁଡିକ ସମୟ ସହିତ ବଢିଥାଏ । ଏହି ଅଣୁ ଗୁଡିକ ଆମ ଶରାରର ଡାଇଜେଷ୍ଟିଭ ସିଷ୍ଟମ, କାର୍ଡିଓଭାସ୍କୁଲାର ଏବଂ ନର୍ଭସ ସିଷ୍ଟମ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ସହିତ ଶରୀରରେ ଆଡ୍ରେନାଲିନ ସ୍ତରକୁ ବଢାଇଥାଏ । ଫଳରେ ଅଧୀରତା ସହିତ ନିଦ ଆସିନଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More