Only for Entertainment

ଦୋମୁହାଁ କେଶରୁ ମୁକ୍ତି ପାଇଁ ବ୍ୟବହାର କରନ୍ତୁ ଏହି ହୋମମେଡ ହେୟର ମାସ୍କ ।

punjabkesari
27

ଚେହେରା ସହିତ କେଶ ସମସ୍ୟା ମଧ୍ୟ ସମସ୍ତଙ୍କର ଦେଖାଦିଏ । ତେଣୁ କେବଳ ଯେ ଚେହେରାଙ୍କ ସୌନ୍ଦର୍ଯ୍ୟ ପାଇଁ ଧ୍ୟାନ ଦେବା ଏବଂ କେଶକୁ ଉପେକ୍ଷା କରିବା ଆଦୌ ଠିକ ନୁହେଁ । ତେଣୁ ଚେହେରାର ଯତ୍ନନେବା ସହିତ କେଶର ମଧ୍ୟ ଯତ୍ନ ନେବା ଉଚିତ । ଅଧିକାଂଶ ସମୟରେ କେଶ ବଢି ଆସିଲେ ତାହା ଦୋ ମୁହାଁ ହୋଇଯାଏ । କାରଣ ହେଉଛି ଆମେ ଠିକ ଭାବରେ ଯତ୍ନ ନେଇ ନଥାଉ । ତେବେ ସେହିଭଳି କିଛି ହେୟର ମାସ୍କ ରହିଛି ଯାହା ଦ୍ୱାରା ଦୋମୁହାଁ କେଶରୁ ଆପଣଙ୍କୁ ମୁକ୍ତି ମିଳିପାରିବ ।

ଅଣ୍ଡା କେଶ ପାଇଁ ଭଲ କତ୍ପିସନର ଭଳି କାମ କରେ । ଏଥିରେ ଥିବା ପୋଷଣ କେଶକୁ ମଜବୁତ କରିଥାଏ । ଅଣ୍ଡାର ଧଳା ଅଂଶରେ ୧ ଚାମଚ ଅଲିଭ ତେଲ ମିଶାନ୍ତୁ । ଏହାକୁ କେଶରେ ଲଗାଇ ଅଧ ଘଂଟା ପାଇଁ ଛାଡ଼ି ଦିଅନ୍ତୁ ଏବଂ ପରେ କେଶକୁ ଶାମ୍ପୁ କରନ୍ତୁ ।

ଦହିରେ ୨ରୁ ୩ ଚାମଚ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ କେଶରେ ଲଗାଇ ଅଧଘଂଟା ପାଇଁ ଛାଡ଼ି ଦିଅନ୍ତୁ ଏବଂ ଶାମ୍ପୁ କରନ୍ତୁ ।

ନଡ଼ିଆ ତେଲରେ ଅଲିଭ ତେଲ ମିଶାଇ କେଶରେ ଲଗାନ୍ତୁ । ୨ ଘଂଟା ପରେ ଶାମ୍ପୁ କରନ୍ତୁ ।

ନଡ଼ିଆ ତେଲ ବା ଅଲିଭ ତେଲକୁ ସାମାନ୍ୟ ଗରମ କରି ସ୍କାଲ୍ପରେ ଲଗାନ୍ତୁ । ଏହାକୁ ପ୍ରାୟ ୧ ଘଂଟା କେଶରେ ଛାଡ଼ି ଦିଅନ୍ତୁ ଏବଂ ପରେ ଶାମ୍ପୁ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More