Only for Entertainment

ମଧୁମେହ ଠାରୁ ଆରମ୍ଭ କରି ଏହି ସମସ୍ତ ବିରାଟ ସମସ୍ୟାରୁ ରକ୍ଷା କରେ ଜାମୁକୋଳି ମଂଜି

107

ମଧୁମେହକୁ ନିୟନ୍ତ୍ରଣ କରିବାର ଏହି ଖାସ ମାଧ୍ୟମ ହେଉଛି ଜାମୁକୋଳି ମଂଜି । ମାକ୍ରୋବାୟୋଟିକ ନ୍ୟୁଟ୍ରିସନିଷ୍ଟ ଏବଂ ହେଲଥ ପ୍ରାକ୍ଟିସନର ଶିଳ୍ପା ଅରୋରାଙ୍କ କହିବା ଅନୁସାରେ ଜାମୁକୋଳି ମଂଜିିରେ ଜାମୋଲିନ ଏବଂ ଜାମୋସିନ ନାମକ ଉପାଦାନ ରହିଥାଏ, ଯାହା ସୁଗାର ସ୍ତରକୁ କମ କରିଥାଏ । ଏହା ଇନସୁଲିନ ମଧ୍ୟ ଉତ୍ପାଦନ କରିଥାଏ ।

ଜାମୁକୋଳି ମଂଜି ପାକସ୍ଥଳୀକୁ ମଧ୍ୟ ଠିକ ରଖେ । ଯେପରି ହଜମ ହେବା ପ୍ରକ୍ରିୟାର ଠିକ ଯତ୍ନ ନେଇଥାଏ । ଜାମୁକୋଳି ମଂଜିକୁ ସାଧାରଣ ଉପଚାରରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହା ଖଣ୍ଡିଆକୁ ମଧ୍ୟ ଭଲ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
ଜାମୁକୋଳି ମଂଜି ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।

ଏଥିରେ ଥିବା ଶକ୍ତିଶାଳୀ ଆଂଟି ଅକ୍ସିଡାଂଟ ଇମ୍ୟୁନ ସିଷ୍ଟମକୁ ଠିକ ରଖେ ।

କେବଳ ସେତିକି ନୁହେଁ ଓଜନ ହ୍ରାସ କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଜାମୁକୋଳି । ବଜାରରେ ମିଳୁଥିବା ଏହାର ପାଉଡର ମଧ୍ୟ ଡାଇଟରେ ସାମିଲ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More