Only for Entertainment

ଏୟାରପୋର୍ଟରେ ଚେକିଂ ସମୟରେ ହ୍ୟାଣ୍ଡବ୍ୟାଗରୁ ଯାହା ବାହାରିଲା, ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

punjabkesari
45

ଦୁବାଇ ଏୟାରପୋର୍ଟରେ ଚେକିଂ ଅଧିକାରୀ ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ହ୍ୟାଣ୍ଡବ୍ୟାଗରୁ ଏକ ପାଂଚ ମାସର ପିଲା ବାହାରି ଆସିଲା । ପିଲାଟିକୁ କଥିତ ଭାବରେ ଅପହରଣ କରିଥିବା ଘଟଣାରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ଏହି ନିରୀହ କୁନି ପିଲାଟିକୁ କରାଚୀରୁ ଦୁବାଇ ନିଆଯାଉଥିଲା । ରବିବାରକୁ ଏହି ଘଟଣାର ଭିଡ଼ିଓ ପୋଲିସ ଅଧିକାରୀ ଏଚଜିଏସ ଧାଲିବାଲି ଟ୍ୱିଟ କରି ଜଣାଇଛନ୍ତି ।

 

ଭାଇରାଲ ଭିଡ଼ିଓରେ ଜଣାପଡ଼ିଛିଯେ ପିଲାଟିକୁ ଅପହରଣ କରାଯାଇଥିଲା ଏବଂ ବିଦେଶ ନେଇଯିବା ପୂର୍ବରୁ ତାକୁ ହ୍ୟାଣ୍ଡବ୍ୟାଗରେ ରଖିଥିଲେ । ଭିଡ଼ିଓରୁ ଜଣାପଡ଼ୁଛିଯେ ପିଲାଟିକୁ ଅନ୍ୟ ନରମ ଜିନିଷ ସହିତ ପ୍ୟାକ କରାଯାଇଥିଲା । ଏହାକୁ ସ୍ଥିର ରଖିବା ପାଇଁ ପିଲାଟିର ମୁଣ୍ଡ ନିକଟରେ ଦୁଇଟି ଛୋଟ ଷ୍ଟିଲ ଗ୍ଲାସ ରଖା ଯାଇଥିଲା । ଅବଶ୍ୟ ପିଲାଟି ଖୁବ ଶାନ୍ତ ଏବଂ ନର୍ମାଲ ଲାଗୁଥିଲା ।

ମିଡିଆ ରିପୋର୍ଟ ଅନୁସାରେ ଅପହରଣ କରିଥିବା ବ୍ୟକ୍ତିକୁ ଦୁବାଇ ଏୟାରପୋର୍ଟରେ ଗିରଫ କରାଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More