Only for Entertainment

ବାଥରୁମରେ ଥିବା ଏହି ୫ଟି ଜିନିଷ ହୋଇପାରେ କର୍କଟର କାରଣ ।

punjab kesari
0 50

ସୁସ୍ଥ ସମାଜରେ ସୁସ୍ଥ ରହିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାଦାନ ବ୍ୟବହାର କରୁଛନ୍ତି । ବିଶେଷ କରି ତ୍ୱଚାର ପରିବର୍ତ୍ତ ପାଇଁ କ୍ରିମ ଠାରୁ ଆରମ୍ଭ କରି ବଡି ଲୋସନ ପର୍ଯ୍ୟନ୍ତ ସବୁକିଛି କିଣୁଛନ୍ତି । କିନ୍ତୁ ବାଥରୁମରେ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ଏଭଳି କିଛି ଉପାଦାନ ରହିଛି ଯାହା କର୍କଟକୁ ସ୍ୱାଗତ କରିଥାଏ । ଯାହାକୁ ଜାଣିବା ନିହାତି ଦରକାର ଏବଂ ସଚେତନ ହେବା ମଧ୍ୟ ଆବଶ୍ୟକ । ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା ।
ବଡି ଲୋସନ-
ପିଚ ମିଲ୍କ,କୋକ ମିଲ୍କ ଏବଂ ସିଆ ବଟର ଭଳି ଖୁବ ସାରା ବଡି ଲୋଶନ ବଜାରରେ ଉପଲବ୍ଧ । ବିଭିନ୍ନ କଥା କହି ଏହାକୁ ବିକ୍ରି କରାଯାଏ । କିନ୍ତୁ ଏହା ପଛର ସତ୍ୟତାକୁ କେହି ମଧ୍ୟ କୁହନ୍ତି ନାହିଁ । ସବୁଠାରୁ ଗୁରୁତ୍ୱ କଥା ହେଉଛି ଏ ସବୁର ବାସ୍ନା । ଏହାର କାରଣ ହେଉଛି ପ.ିଏଚ୍.ଟ.ିଏଚ.ଏ.ଏଲ.ଏ.ଟ.ିଇ.ଏସ । ଏହା ଅଙ୍ଗ ଉପରେ ପ୍ରଭାବ ପକାଇଥାଏ । କେତେକ ବଡି ଲୋଶନରେ କୋଲ ତାର ବ୍ୟବହାର କରାଯାଏ । ଏହା ଏଭଳି ଏକ ତତ୍ତ୍ୱ ଯାହା କର୍କଟକୁ ସ୍ୱାଗତ କରିଥାଏ । ତେବେ ବଜାରରେ ଏଭଳି ବହୁତ ଉପାଦାନ ମିଳୁଛି ।
ଫେଶ ୱାସ-
ଫେଶ ୱାସରେ ଥିବା ପାରାବିନ ବ୍ରେନ ଡ୍ୟାମେଜ କରି ତ୍ୱଚାକୁ କ୍ଷତି ପହଂଚାଇଥାଏ । ଏହା ସହିତ ଏହା ଜନାଙ୍ଗକୁ ମଧ୍ୟ କ୍ଷତି ପହଂଚାଇଥାଏ । ତେବେ ପାରାବିନ ସ୍ତନ କର୍କଟ ଟିସୁରେ ମଧ୍ୟ ମିଳିଛି ଏବଂ ଟୁଥପେଷ୍ଟରେ ମଧ୍ୟ ।
ଫେଶ ମଏଶ୍ଚରାଇଜର-
ପ.ିଏଚ୍.ଟ.ିଏଚ.ଏ.ଏଲ.ଏ.ଟ.ିଇ.ଏସ ଓ ପାରାବିନ ମଧ୍ୟ ଫେଶ ମଏଶ୍ଚରାଇଜରରୁ ମିଳିଛି । ଏହା
ପରିବର୍ତ୍ତେ ଚେହୋରାର ଦେଖାରେଖା କରିବା ପାଇଁ ବିନା ବାସ୍ନାର ତେଲ ବ୍ୟବହାର କରିପାରିବେ ।
ଡିଓଡରାଂଟ-
ଡିଓ ଏବଂ ପରଫ୍ୟୁମରୁ ଟ୍ରିକ୍ଲୋଜାନ ଏବଂ ପ୍ରୋପିଲେନ ଗ୍ଲାଇକୋଲ ମିଳିଥାଏ । ପ.ିଏଚ୍.ଟ.ିଏଚ.ଏ.ଏଲ.ଏ.ଟ.ିଇ.ଏସ ଓ ପାରାବିନ ରହିଥାଏ । ତେବେ ଏଭଳି ଡିଓ ବ୍ୟବହାର କରନ୍ତୁ ଯେଉଁଥିରେ ଭିଟାମିନ ଇ ଏବଂ ନଡ଼ିଆ ତେଲର ବ୍ୟବହାର କରାଯାଏ ।
ଟାଲକମ ପାଉଡରରେ ଏସ୍ଟବେଷ୍ଟସ ରହିଥାଏ । ଏହା କର୍କଟର କାରଣ । ଏହା ଅଧିକତର କସମେଟିକ ଏବଂ ବେବି ପ୍ରଡକ୍ଟରୁ ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More