Only for Entertainment

ଶ୍ରୀଦେବୀଙ୍କ ମୃତ୍ୟୁ ପଛର ୫ଟି ରହସ୍ୟ ! ଯାହା ଏବେ ବି ସନ୍ଦେହରେ !

the express tribune
0 95

ଶ୍ରୀଦେବୀ ଦୁବାଇ ତାଙ୍କ ଭଣଜା ମୋହିତଙ୍କ ବିବାହ ଉତ୍ସବରେ ଯୋଗଦାନ ଦେବା ଲାଗି ଯାଇଥିଲେ ମାତ୍ର ଏହା ତାଙ୍କ ଜୀବନର ଶେଷ ଯାତ୍ରା ପାଲଟିଗଲା । ବିଶେଷ ସୂତ୍ରରୁ ପ୍ରକାଶ ଯେ ବିବାହ କାର୍ଯ୍ୟ ସମାପ୍ତ ହେବା ପରେ ଶ୍ରୀଦେବୀ ଦୁବାଇରେ କିଛି ଦିନ ରହି ସପିଂ କରିବାକୁ ଚାହୁଁଥିଲେ । ଶ୍ରୀଦେବୀଙ୍କର ମୃତ୍ୟୁ ଖବରରେ ସାରା କପୁର ପରିବାର ସ୍ତବ୍ଧ ହୋଇଯାଇଛି । ସପୂର୍ଣ୍ଣ କପୁର ପରିବାରରେ ଶୋକର ଛାୟା ଖେଳିଯାଇଛି । ଏହାସହିତ ତାଙ୍କର ଏଭଳି ଅଚାନକ ମୃତ୍ୟୁ ଯୋଗୁଁ ସଭିଁଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

  • ଶ୍ରୀଦେବୀଙ୍କର କାର୍ଡିୟକ ଅରେଷ୍ଟ ଯୋଗୁଁ ମୃତ୍ୟୁ ହୋଇଥିବା ଶୁଣିବାକୁ ମିଳିଛି । ମାତ୍ର ତାଙ୍କ ଦିଅର କହିବା ମୁତାବକ ଶ୍ରୀଦେବୀ କୌଣସି ହୃଦରୋଗରେ ପୀଡିତ ନଥିଲେ । ଶ୍ରୀଦେବୀ ତାଙ୍କର ଫିଟନେସକୁ ନେଇ ଖୁବ ସଜାଗ ରହୁଥିଲେ । ସାଧାରଣତଃ କୌଣସି ବ୍ୟକ୍ତି ଆଗରୁ ହୃଦରୋଗରେ ପୀଡିତ ଥିଲେ ହୃଦଘାତ ହୋଇଥାଏ । ଏହି କାରଣରୁ ମୃତ୍ୟୁ ସମ୍ପର୍କିତ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାନାହିଁ ।
  • କିଛି ୱେବସାଇଟ ମୁତାବକ ଶ୍ରୀଦେବୀ ନିଜର ଭୋକ ମେଂଟାଇବାକୁ ଏବଂ ଯବାନ ରହିବା ଲାଗି ଏହି ସମସ୍ତ ଔଷଧ ସେବନ କରୁଥିଲେ । ପ୍ରତିକ୍ରିୟା ସ୍ୱରୂପ ହୃଦୟ ଉପରେ ଏହାର ପ୍ରଭାବ ପଡିଥାଏ । ଖବର ମୁତାବକ ହୁଏତ ଏହି ସମସ୍ତ ଔଷଧ ପାଇଁ ଶ୍ରୀଦେବୀଙ୍କର ଏଭଳି ପରିସ୍ଥିତି ହୋଇଥିବା ଅନୁମାନ କରାଯାଉଛି । କିଛି ଲୋକ ସର୍ଜରୀ କାରଣରୁ ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିବା କହୁଛନ୍ତି । ସେ ୨୯ଟି ସର୍ଜରୀ କରିଥିଲେ । ଏଥିମଧ୍ୟରୁ ଏକ ସର୍ଜରୀ ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା । ଯେଉଁ କାରଣରୁ ତାଙ୍କୁ ଅନେକ ଔଷଧ ଖାଇବା ପାଇଁ ପଡିଥିଲା ।
  • ଖଲିଜ ଟାଇସମ ମୁତାବିକ, ବାଥରୁମର ଟବରେ ଡୁବି ଯାଇ ତାଙ୍କର ମୃତ୍ୟୁ ହୋଇଥିଲା । ବୋନି କାପୁରଙ୍କ ସହ ଡିନରକୁ ଯିବା ପାଇଁ ସେ ବାଥରୁମ ଫ୍ରେଶ ହେବା ପାଇଁ ଯାଇଥିଲେ । ଦୀର୍ଘ ସମୟ ପରେ ସେ ବାହାରକୁ ନଆସିବାରୁ ବୋନି କବାଟ ବାଡେଇଥିଲେ । ଏହାପରେ ସେ କୌଣସି ପ୍ରକାରେ କବାଟ ଖୋଲି ବାଥରୁମ ଭିତରକୁ ଯାଇ ଦେଖିଲେ ଶ୍ରୀଦେବୀ ପାଣି ଭରାଥିବା ବାଥଟବରେ ଅଚେତ ଅବସ୍ଥାରେ ପଡିଛନ୍ତି । ଏହାପରେ ସେ ତାଙ୍କ ଚେତା ଆଣିବାକୁ ଅନେକ ଚେଷ୍ଟା କରିଥିଲେ ମାତ୍ର ଏଥିରେ ଅସଫଳ ହୋଇଥିଲେ । ଅୁଏଦତ ବାଥଟବରେ ବୁଡି ଯାଇ ମୃତ୍ୟୁ ହୋଇଛି । ଶରୀର ବ୍ୟବଚ୍ଛେଦ ପରେ ସମସ୍ତ ପ୍ରଶ୍ନର ଖୁଲାସା ହୋଇପାରିବ ।
  • ପିୟାଲି ଗାଙ୍ଗୁଲି ନାମକ ଏକ ସୋସିଆଲ ମିଡିଆ ୟୁଜର ନିଜ ଇନଷ୍ଟାଗ୍ରାମ ଆକାଉଂଟରେ ଏକ ବଡ ଖୁଲାସା କରିଛନ୍ତି । ଶ୍ରୀଦେବୀଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ କୌଣସି ଭରସା ନଥିବା ସେ କହିଛନ୍ତି । ତେଣୁ ସେ ଅନେକ ଥର ପ୍ଲାଷ୍ଟିକ ସର୍ଜରୀ କରୁଥିଲେ । ସେ ସବୁବେଳେ ସୁନ୍ଦର ଦେଖାଯିବା ଲାଗି ଚାହାନ୍ତି ବୋଲି ପିୟାଲି କହିଛନ୍ତି ।
  • ଶ୍ରୀଦେବୀ ତାଙ୍କ ଦୁଇ କନ୍ୟାକୁ ବହୁତ ଭଲ ପାଉଥିଲେ । ସେ ତାଙ୍କ ଝିଅର ପ୍ରଥମ ଫିଲ୍ମକୁ ନେଇ ଅତ୍ୟଧିକ ଖୁସି ଥିଲେ । ମାତ୍ର ଝିଅର ଫିଲ୍ମ ରିଲିଜ ହେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଗଲା ଏବଂ ଝିଅ ଜାହ୍ନବୀର ପ୍ରଥମ ଫିଲ୍ମ ଦେଖିବା ଆଶା ଆଶାରେ ରହିଗଲା ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More