Only for Entertainment

ବଲିଉଡରେ ଚାଲିଛି ମହିଳାଙ୍କ ରାଜ । ଡେବ୍ୟୁ କରିବେ ଏହି ୫ଟି ହିରୋଇନ ।

amarujala
0 55

ଡିଜିଟାଲ ଯୁଗ ହେଲେ ମଧ୍ୟ ମହିଳାଙ୍କୁ ନେଇ ଆଜି ବି ଲୋକଙ୍କ ବିଚାର ଧାରାରେ ପରିବର୍ତ୍ତନ ହୋଇପାରି ନାହିଁ । କେବେ କେବେ ଏହି ଭାବନା ଲୋକଙ୍କ ମନରେ ଦୁଃଖ ମଧ୍ୟ ପହଂଚାଇଥାଏ । ଗୋଟିଏ ପାଶ୍ୱର୍ରେ ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ଉପାୟ କରୁଥିବା ସମୟରେ ଅନ୍ୟ ପକ୍ଷରେ ସେମାନଙ୍କ ଉପରେ ଅତ୍ୟାଚାର ମଧ୍ୟ କରାଯାଉଛି । ତେବେ କେତେକ କ୍ଷେତ୍ରରେ ମହିଳା ମାନେ ପୁରୁଷଙ୍କ ଠାରୁ ତଳ ସ୍ତରରେ ଅଛନ୍ତି ତ ଆଉ କେତେକ ସ୍ଥାନରେ ମହିଳା ମାନେ ଏହାକୁ ଖଣ୍ଡନ କରି ସଫଳତାର ଶୀର୍ଷରେ ପହଂଚିଛନ୍ତି । କିନ୍ତୁ ଗ୍ଲାମର ଦୁନିଆ ବିଷୟରେ ଆଲୋଚନା କଲେ ଜଣାଯାଏଯେ ଲୋକମାନେ ଅଧିକ ମାତ୍ରାରେ ହିରୋଇନଙ୍କୁ ଦେଖିବାକୁ ପସନ୍ଦ କରନ୍ତି । ତେବେ ଆସନ୍ତୁ ଆଲୋଚନା କରିବା ସେହି ନାୟିକା ମାନଙ୍କ ବିଷୟରେ ଯେଉଁମାନେ ଏ ବର୍ଷ ବଲିଉଡରେ ଝଣ୍ଡା ଉଡ଼଼ାଇବା ପାଇଁ ଖୁବ ପ୍ରସ୍ତୁତିର ସହିତ ଅଛନ୍ତି ।

ବଲିଉଡ ଅଭିନେତା ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ ଏ ବର୍ଷ ଫିଲ୍ମ କେଦାରନାଥରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିରେ ସୁଶାନ୍ତ ସିଂ ରାଜପୁତ ତାଙ୍କ ବିପକ୍ଷରେ ନଜର ଆସିବେ ।

ବଲିଉଡର ପ୍ରସିଦ୍ଧ ପ୍ରଯୋଜକ ବୋନି କପୁର ଏବଂ ଲେଟ ଏଭରଗ୍ରୀନ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ଫିଲ୍ମ ଧଡ଼କରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଶାହିଦ କପୁରଙ୍କ ଭାଇ ଇଶାନ ଖଟ୍ଟର ତାଙ୍କ ବିପକ୍ଷରେ ନଜର ଆସିବେ ।

ସଲମାନଙ୍କ ଭିଣୋଇ ଆୟୁଷ ଶର୍ମା ଫିଲ୍ମ ‘ଲଭରାତ୍ରି’ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ବିପକ୍ଷରେ ବାରିନା ହୁସେନ ନଜର ଆସିବେ । ତେବେ ଏହି ଫିଲ୍ମରେ ବାରିନା ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ବାରିନା ଡାଏରି ମିଲ୍କ ସିଲ୍କ ବିଜ୍ଞାପନରେ ନଜର ଆସିଛନ୍ତି ।

 

ମଡେଲ ବନିତା ସନ୍ଧୁ ସୁଜିତ ସରକାରଙ୍କ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ବରୁଣ ଧାୱନଙ୍କ ସହିତ ନଜର ଆସିବେ । ଫିଲ୍ମର ସୁଟିଂ ଦିଲ୍ଲୀ ଏବଂ ହିମାଚଳ ପ୍ରଦେଶରେ ଚାଲୁଅଛି ।

ଟିଭି ଅଭିନେତ୍ରୀ ମୌନି ମଧ୍ୟ ଫିଲ୍ମ ଆଡ଼କୁ ମୁହାଁଇଛନ୍ତି । ସେ ଖୁବ ଶୀଘ୍ର ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ ଗୋଲ୍ଡରେ ନଜର ଆସିବେ । ତେବେ ଏହା ହେବ ତାଙ୍କର ଡେବ୍ୟୁ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More