Only for Entertainment

ଅଭିନେତା ହେବା ପୂର୍ବରୁ ମାମୁଲି ଚାକିରି କରୁଥିଲେ ଅମିତାଭ ବଚ୍ଚନ, ଏପରି ମିଳିଥିଲା ପ୍ରଥମ ଫିଲ୍ମ

google
35

ବଲିଉଡ ମହାନାୟକ ଅର୍ଥାତ ଅମିତାଭ ବଚ୍ଚନ ଆଜି ବଲିଉଡ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ କରିଛନ୍ତି । ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ରୁପେଲୀ ପରଦାରେ ଡେବ୍ୟୁ କରିଥିବା ଅମିତାଭଙ୍କୁ ଆଜି ଦୁନିଆରେ କିଏ ବା ନଜାଣେ । କିନ୍ତୁ ଏପରି ମଧ୍ୟ ଏକ ସମୟ ଥିଲା ଯେତେବେଳେ ଅମିତାଭ ସାଧାରଣ ଲୋକଙ୍କ ପରି ଏକ କମ୍ପାନୀରେ ଜବ କରୁଥିଲେ । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା ।

ବହୁତ କମ ଲୋକ ଜାଣିଥିବେ ଯେ, ଅମିତାଭ ବଚ୍ଚନ ଅଭିନେତା ହେବା ପୂର୍ବରୁ ଏକ କମ୍ପାନୀରେ କାମ କରୁଥିଲେ । ଏହାକୁ ନେଇ ଅମିତାଭ ୭ ରୁ ଆଠ ବର୍ଷ କୋଲକତାରେ ରହିଥିଲେ । ଏହା ପରେ ସେ ବଲିଉଡ ଇଣ୍ଡଷ୍ଟ୍ରୀରେ ପାଦ ରଖିଥିଲେ ।

କମ୍ପାନୀରେ ଜବ କରିବା ସମୟରେ ଅମିତାଭ ମାତ୍ର ୫୦୦ ଟଙ୍କା ଦରମା ପାଉଥିଲେ । ଏହାର ଖୁଲାସା ଅମିତାଭ ବଚ୍ଚନ କେବିସିରେ କରିଥିଲେ । ବଲିଉଡରେ ଅମିତାଭ ବଚ୍ଚନଙ୍କ ଡେବ୍ୟୁ ବିଷୟରେ କହିବାକୁ ଗଲେ ଆଜି ଦିନରେ ଅର୍ଥାତ ୭ ନଭେମ୍ବର ୧୯୬୯ରେ ସାତ ହିନ୍ଦୁସ୍ତାନୀ ରିଲିଜ ହୋଇଥିଲା । ଏହି ଫିଲ୍ମକୁ ସଫଳତା ମିଳିନଥିଲା ସତ କିନ୍ତୁ ନିଜ ପରିଶ୍ରମ ଫଳରେ ସେ ଇଣ୍ଡଷ୍ଟ୍ରୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ଖ୍ୱାଜା ଅହମଦ ଅବାସଙ୍କ ନିର୍ମିତ ଏବଂ ନିର୍ଦ୍ଦେଶିତ ଫିଲ୍ମ ସାତ ହିନ୍ଦୁସ୍ତାନୀରେ ଅମିତାଭଙ୍କୁ ଲିଡ ରୋଲ ମିଳିବା କାହାଣୀ ମଧ୍ୟ ଖୁବ ଲମ୍ବା । ପ୍ରଥମ ଅମିତାଭ ଜଣେ ସପୋର୍ଟିଂ ଅଭିନେତା ଭାବେ ନଜର ଆସିଥାନ୍ତେ ମାତ୍ର ଲିଡ ରୋଲରେ ଥିବା ଟିନୁ ଆନନ୍ଦ କୌଣସି କାରଣ ପାଇଁ ଫିଲ୍ମ ଛାଡିବାରୁ ତାଙ୍କ ବଦଳରେ ଅମିତାଭଙ୍କୁ ଲିଡ ରୋଲ ମିଳିଥିଲା । ଏହି ଫିଲ୍ମ ପାଇଁ ଅମିତାଭଙ୍କୁ ୫ ହଜାର ଫିସ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More