ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରା କଲେ ମହାନାୟକ ଅମିତାଭ ବଚ୍ଚନ, ଇମୋଶନାଲ ପୋଷ୍ଟ ସେୟାର କଲେ ପୁଅ ଅଭିଷେକ
ବଲିଉଡର ମହାନାୟକର ଟାଇଟଲ ହାସଲ କରିଥିବା ଆଂଗ୍ର୍ରୀ ୟଙ୍ଗମ୍ୟାନ ଅମିତାଭ ବଚ୍ଚନ ଫିଲ୍ମ ଇମ୍ଡଷ୍ଟ୍ରୀରେ ନିଜର ୫୦ ବର୍ଷ ପୂତଣ କରିଛନ୍ତି । ଆଜ୍ଞା ହଁ, ଆଜିର ଦିନରେ ତାଙ୍ର ପ୍ରଥମ ଫିଲ୍ମ ସାତ ହିନ୍ଦୁସ୍ତାନୀ ରିଲିଜ ହୋଇଥିଲା । ଏହି ଫିଲ୍ମକୁ ଆଜି ୫୦ ବର୍ଷ ପୂରଣ ହୋଇଛି । ଫିଲ୍ମ ଇଣ୍ଡଷ୍ଟ୍ରୀରେ ବିଗ ବିଙ୍କ ୫୦ ବର୍ଷ ପୂରା ଅବସରରେ ତାଙ୍କ ପରିବାର ସମେତ ପୂରା ବଲିଉଡ ଇଣ୍ଡଷ୍ଟ୍ରୀ ଆଜି ଖୁସି ମନାଉଛନ୍ତି । ଅମିତାଭ ବଚ୍ଚନ ବଲିଉକୁ ଦୀର୍ଘ ୫୦ ବର୍ଷ ମଧ୍ୟରେ ଅନେକ ସପୁରହିଟ ଫିଲ୍ମ ଭେଟି ଦେଇଛନ୍ତି ।
ଏହି ଖାସ ଅବସରରେ ଅଭିନେତା ଅଭିଷେକ ବଚ୍ଚନ ପିତା ଅମିତାଭ ବଚ୍ଚନଙ୍କୁ ୱିଶ କରି ଏକ ଇମୋଶନାଲ ପୋଷ୍ଟ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଅମିତାଭ ବଚ୍ଚନଙ୍କ ଫଟୋ ଥିବା ଏକ ଟି-ସର୍ଟ ପିନ୍ଧି ଅଭିଷେକ ଫଟୋ ସେୟାର କରି ସେ ଲେଖିଛନ୍ତି, ‘ମୋ ପାଇଁ ଆଇକନିକ ! ତା ଠାରୁ ଅଧିକ ମୋ ପିତା, ମୋ ବନ୍ଧୁ, ମୋ ପଥପ୍ରଦର୍ଶକ, ବେଷ୍ଟ ଆଲୋଚକ, ଆଇଡଲ, ହିରୋ ।’ ଆଗକୁ ଅଭିଷେକ ଲେଖିଥିଲେ, ‘ଫଲ୍ମ ଦୁନିଆରେ ତାଙ୍କର ଯାତ୍ରାକୁ ଆଜି ୫୦ ବର୍ଷ ପୂରିଛି । ଆଜି ମଧ୍ୟ କାମ ପାଇଁ ତାଙ୍କର ଇଚ୍ଛା ଏବଂ ଭଲପାଇବା ସେହିପରି ଅଛି ଯେପରି ପ୍ରଥମ ଫିଲ୍ମରେ ଥିଲା । ପ୍ରେମର ପା, ଆଜି ଆମେ ଆପଣଙ୍କୁ ସେଲିବ୍ରେଟ କରିବୁ । ଆପଣଙ୍କ ପ୍ୟାସନ, ଆପଣଙ୍କ ଟ୍ୟାଲେଣ୍ଟ, ଆପମଙ୍କ ବୁଦ୍ଧିମତା ଏବଂ ଆପଣଙ୍କ ସୁନ୍ଦର ପ୍ରଭାବ । ’ ମୁଁ ଅପେକ୍ଷା କରିପାରୁନାହିଁ ଯେ ଆପମ ଆଗମୀ ୫୦ ବର୍ଷରେ କ’ଣ କ’ଣ ଆଚିଭ କରିବେ ।
ଏହା ବ୍ୟତିତ ସେ ଲେଖିଛନ୍ତି, ‘ସବୁଠାରୁ ଭଲ କଥା ସେ ଆଜି ମୋତେ ଶିଖାଇଛନ୍ତି । ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରା ହେବା ପାିଂ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଗଲା ବେଳ ସେ ରେଡି ହେଉଥିଲେ । ମୁଁ ତାଙ୍କୁ ପଚାରିଲି କୁଆଡେ ବାହାରିଛ ସେ କହିଲେ କାମକୁ ।’ ସେହିପରି ଝିଅ ଶ୍ୱେତା ମଧ୍ୟ ଏକ ଅମିତାଭ ବଚ୍ଚନ ଟି-ସାର୍ଟ ସହିତ ଫଟୋ ସେୟାର କରି ଅମିତାଭଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଅମିତାଭଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ପିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଫିଲ୍ମରେ ତାଙ୍କ ସହିତ ରଣବିର ସିଂ ଏବଂ ଆଲିଆ ଭଟ୍ଟ ନଜର ଆସିବେ । ଏହା ବ୍ୟତିତ ସେ ଫିଲ୍ମ ‘ବଦଲା’ରେ ମଧ୍ୟ ନଜର ଆସିବେ ।