Only for Entertainment

ବନ୍ଧୁତ୍ୱ ଦିବସ : ‘ସୋଲେ’ ଠାରୁ ଆରମ୍ଭ କରି ‘ବୀରେ ଦି ୱେଡିଂ’ ପର୍ଯ୍ୟନ୍ତ ଯାହା ଦର୍ଶକଙ୍କୁ ବୁଝାଇଛି ବନ୍ଧୁତ୍ୱର ପରିଭାଷା ।

Cinebioscope
0 40

ମଣିଷ ଜୀବନରେ ବନ୍ଧୁ ଓ ବନ୍ଧୁତ୍ୱର ଗୁରୁତ୍ୱ ତଥା ଆବଶ୍ୟକତା କେଉଁ କାଳରୁ ରହିଆସିଛି । ପୁରାଣରେ ଶ୍ରୀକୃଷ୍ଣ ଏବଂ ସୁଦାମା ଏବଂ ଶ୍ରୀକୃଷ୍ଣ ଏବଂ ଅର୍ଜୁନ ବନ୍ଧୁତ୍ୱ ପରି ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଯେଉଁଥିରୁ ସ୍ପଷ୍ଟ ରୂପେ ଜଣାପଡ଼ୁଛି କି ମଣିଷ ଜୀବନରେ ସାଙ୍ଗମାନଙ୍କ ଆବଶ୍ୟକତା ଓ ଗୁରୁତ୍ୱ କେତେ ରହିଛି । କେବଳ ପୁରାଣ କିମ୍ବା ବାସ୍ତବ ନୁହେଁ ଏଭଳି ଏନେକ ବଲିଉଡ ଫିଲ୍ମ ରହିଛି ଯାହା ବନ୍ଧୁତାର ପରିଭାଷାକୁ ଉତ୍ତମ ରୂପେ ସୂଚାଇ ଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଫିଲ୍ମ ବିଷୟରେ ।

ସୋଲେ :

sholey_0_0_0ବଲିଉଡରେ ବେଷ୍ଟ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ସୋଲେ ହେଉଛି ଅନ୍ୟତମ । ଏହି ଚଳଚ୍ଚିତ୍ରରେ ଜୟ ଓ ଭୀରୁର ପ୍ରକୃତ ବନ୍ଧୁତ୍ୱ ସ୍ପଷ୍ଟ ରୂପେ ବାରି ହୋଇପଡ଼ୁଛି । ଏହି ଚଳଚ୍ଚିତ୍ର ପରଠୁ ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ର ବନ୍ଧୁତ୍ୱଙ୍କୁ ଆଦର୍ଶ ବନ୍ଧୁତ୍ୱ ରୂପେ ଜଣାଗଲା । ଏହାର ପ୍ରସିଦ୍ଧ ସଂଗୀତ “ୟେ ଦୋସ୍ତି ହମ୍ ନହି ଛୋଡେଙ୍ଗେ’ ଆଜି ବି ବନ୍ଧୁତ୍ୱ ଦିବସରେ ବୋଲାଯାଏ ।

ୟାରାନା :

yarana୧୯୮୫ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ଏକ ଆଦର୍ଶ ଓ ନିସ୍ୱାର୍ଥ ବନ୍ଧୁତ୍ୱର ଝଲକ ଦେଖାଯାଇଛି । ଦୁଇ ସାଙ୍ଗ କିଶନ୍ ଓ ବିଶନ୍ ପରସ୍ପରକୁ ଏତେ ଭଲ ପାଆନ୍ତି ଯେ ଜଣେ ଅନ୍ୟ ଜଣଙ୍କ ପାଇଁ ନିଜ ଜୀବନର ବାଜି ଦେବାକୁ ମଧ୍ୟ ପଛାଏ ନାହିଁ । କିଶନକୁ ଏକ ଭଲ ସଂଗୀତଜ୍ଞ କରିବା ପାଇଁ ବିଶନ୍ ନିଜ ସମ୍ପତ୍ତିକୁ ବନ୍ଧା ପକାଇ ଟଙ୍କା ଯୋଗାଡ଼ କରେ, ଏହି ବିଶ୍ୱାସରେ କି କିଶନ ଦିନେ ନିଶ୍ଚୟ ଏକ ପ୍ରସିଦ୍ଧ ସଂଗୀତଜ୍ଞ ହେବ ।

ଦୋସ୍ତାନା :

dostanaଏହି ଚଳଚ୍ଚିତ୍ରରେ ଉଭୟ ସମୀର ଓ କୁନାଲ ମଧ୍ୟରେ ଏକ ନିଆରା ବନ୍ଧୁତ୍ୱ ସ୍ଥାପନ ହୋଇଥିଲା । ଏଥିରେ ଉଭୟ ରଙ୍ଗବେରଙ୍ଗ ପୋଷାକ ପିନ୍ଧିଥିବାର ଦେଖାଯାଇଛି । ଗୋଟିଏ ଝିଅକୁ ପାଇବା ପାଇଁ ଉଭୟ ସାଙ୍ଗ ‘ଗେ’ ହେବାର ନାଟକ କରି ସେହି ଝିଅ ଘରେ ରହିଥିଲେ । ଆଉ ସେହି ରହିବା ସମୟ ମଧ୍ୟରେ ଉଭୟଙ୍କ ଫ୍ରେଣ୍ଡସିପ୍ ଗଭୀର ହୋଇଯାଇଥିଲା ।

କୁଛ୍ କୁଛ୍ ହୋତା ହୈ :

kkhhରାହୁଲ- ଅଞ୍ଜଳୀ ଯୋଡ଼ିକୁ କିଏ ନଜାଣିଛି । ଏହି ଚଳଚ୍ଚିତ୍ର ଫ୍ରେଣ୍ଡସିପ୍ର ସବୁ ବନ୍ଧବାଡ଼କୁ ଭାଙ୍ଗି ଦେଇଥିଲା । ତାଙ୍କ ଦୁଇ ଜଣଙ୍କ ଫ୍ରେଣ୍ଡସିପ୍ ନା କେବଳ ସମସ୍ତଙ୍କର ମନକୁ ଛୁଇଁଥିଲା, ତାଙ୍କର ଷ୍ଟାଇଲ ଓ ଫ୍ୟାସନ ମଧ୍ୟ ଯୁବପିଢ଼ୀ ମଧ୍ୟରେ ବେଶ୍ ଆଦୃତି ଲାଭ କରିଥିଲା ।

ଥ୍ରୀ ଇଡିୟଟ୍ସ :

3 idiots filmତିନି ସାଙ୍ଗଙ୍କ ଫ୍ରେଣ୍ଡସିପ୍କୁ ନେଇ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ର ଲୋକଙ୍କ ଆଖିରେ ଲୁହ ନେଇଆସିଥିଲା । ବନ୍ଧୁତ୍ୱ କିପରି ସେମାନଙ୍କ ଜୀବନର ଗତି ପଥକୁ ପରିବର୍ତ୍ତନ କରିଦିଏ, କିପରି ଦୁଇ ଲକ୍ଷ୍ୟ ବିହୀନ ସାଙ୍ଗକୁ ନୂଆ ରାହା ଦେଖାଇଦିଏ ତାହା ଏହି ଚଳଚ୍ଚିତ୍ରରେ ଦର୍ଶାଇଥିଲେ ।

ବୀରେ ଦି ୱେଡିଂ :

veere-di-wedding-222ନିକଟରେ ରିଲିଜ ହୋଇଥିବା କରୀନା କପୁର, ସୋନମ କପୁର, ସ୍ୱରା ଭାସ୍କର ଏବଂ ଶୀଖା ତଲସାନିଆଙ୍କ ଏହି ଫିଲ୍ମ ୪ଜଣ ବାନ୍ଧବୀଙ୍କ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ଜଗତର ଏହା ପ୍ରଥମ ଫିଲ୍ମ ଯାହା ଝିଅମାନଙ୍କ ବନ୍ଧୁତାକୁ ନେଇ ନିର୍ମିତ ହୋଇଥିଲା । ଏହି ଫିଲ୍ମ ଅନେକ ଆଲୋଚନାର ଶିକାର ହୋଇଥିଲା ସତ କିନ୍ତୁ ଫିଲ୍ମରେ ନିବିଡ ବନ୍ଧୁତ୍ୱ ଦେଖିବାକୁ ମିଳିଥିଲା ।

ଏହିପରି ଅନେକ ଚଳଚ୍ଚିତ୍ର ନିବିଡ଼ ବନ୍ଧୁତ୍ୱ ବାର୍ତ୍ତା ଦର୍ଶକଙ୍କୁ ଦେଇଛି ଯାହା ଦର୍ଶକଙ୍କ ହୃଦୟକୁ ଛୁଇବାରେ ସଫଳ ହୋଇଛି । ଏପରି ଚଳଚ୍ଚିତ୍ର ଗୁଡ଼ିକ ମଣିଷ ଭିତରେ ଭାଇଚାରା ଓ ବନ୍ଧୁତ୍ୱର ସେତୁକୁ ମଜଭୁତ୍ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More