Only for Entertainment

କେଉଁଭଳି ବ୍ୟକ୍ତିଙ୍କୁ ବିବାହ କରିବା ଅନୁଚିତ୍ ! ଆସନ୍ତୁ ଜାଣିବା

HD Wallpapers Rocks
0 55

ବିବାହ କରିବା କୌଣସି ଅପରାଧ ନୁହେଁ ମାତ୍ର ଯିଏ ଆପଣଙ୍କ ଜୀବନକୁ ନଷ୍ଟ କରିପାରନ୍ତି ସେପରି ବ୍ୟକ୍ତିଙ୍କୁ ବିବାହ କରିବା ଆଦୌ ଉଚିତ୍ ନୁହେଁ । ତେବେ ଏକଥା ସତ ଯେ, ପ୍ରଥମ ଦେଖାରେ ଆପଣ କେବେ ବି କାହାକୁ ପରଖି ପାରିବେ ନାହିଁ । ତେଣୁ ବିବାହ ସବୁବେଳେ ଅଚାନକ ଫଳାଫଳ ଦେଇଥାଏ । ତେବେ ଏମିତି ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନଙ୍କୁ ବିବାହ କରିବା ଆଦୌ ଉଚିତ ହେବ ନାହିଁ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ।

  • ଯଦି ଆପଣ ଅନୁଭବ କରପାରୁଛନ୍ତି ଯେ, ଯାହାକୁ ଆପଣ ବିବାହ କରିବାକୁ ଯାଉଛନ୍ତି ସେ ବହୁତ ମିଛ କହୁଛନ୍ତି ତେବେ ତାଙ୍କୁ ଆଦୌ ବିବାହ କରନ୍ତୁ ନାହିଁ । କାରଣ ସେ ଆପଣଙ୍କୁ ସାରା ଜୀବନ ମିଛ କହୁଥିବେ ଏବଂ ଆପଣଙ୍କ ଜୀବନ ମିଛମୟ ହୋଇଯିବାର ସମ୍ଭାବନା ବହୁତ ଅଧିକ ରହିଛି । ତେଣୁ ମିଛ କହୁଥିବା କହୁଥିବା ପୁରୁଷ କାହାର କେବେ ବି ବିଶ୍ୱାସର ପାତ୍ର ହୋଇ ନଥାନ୍ତି ।
  • ଯେଉଁ ପୁରୁଷ ସାଥୀ ଆପଣଙ୍କ ନିକଟରେ ରହୁଥିବେ, କିନ୍ତୁ ଆପଣଙ୍କ ଖରାପ ବା ଅସୁବିଧା ସମୟରେ ଆପଣଙ୍କଠାରୁ ଦୂରେଇ ରହୁଥିବେ ତେବେ ସେଭଳି ସୁବିଧାବାଦୀ ଲୋକଙ୍କୁଠାରୁ ସବୁବେଳେ ଦୂରେଇ ରୁହନ୍ତୁ କିମ୍ବା ସେମାନଙ୍କ ସହ ଖୁବ କମ୍ ମିଳାମିଶା କରନ୍ତୁ । କାରଣ ଏଭଳି ବ୍ୟକ୍ତି କେବଳ ନିଜ ସୁବିଧା ଖୋଜି ଥାନ୍ତି । ଆଉ ଅନ୍ୟ କୌଣସି ଦୁଃଖରେ ସାମିଲ ମଧ୍ୟ ହୋଇ ନଥାନ୍ତି । ତେବେ ଏଭଳି ବ୍ୟକ୍ତି ସହ ବିବାହ କଲେ ଆପଣଙ୍କ ଜୀବନ ଦୁଃଖମୟ ହୋଇପାରେ ।
  • ଯଦି ନିଜକୁ ବେଶୀ ଭଲ ପାଆନ୍ତି ସେ ଚାହାଁନ୍ତି ସେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବାପାଇଁ । ଯଦି ଆପଣ ତାଙ୍କ ଚିନ୍ତାଧାରାକୁ ଗ୍ରହଣ ନକରନ୍ତି । ତେବେ ସେ ଆପଣଙ୍କୁ ସମସ୍ୟାରେ ପକାଇ ପାରନ୍ତି ତେଣୁ ଏଭଳି ବାକ୍ତିଙ୍କଠାରୁ ଦୂରେଇ ରହିବା ଭଲ ।
  • କପଟ ତଥା ଛଳନା ପୁରୁଷଠାରୁ ବ୍ୟବଧାନ ରଖିବା ନିହାତି ଆବଶ୍ୟକ । କାରଣ ସେପରି ବ୍ୟକ୍ତି ଗୋଟିଏ କଥା କହୁଥିବେ କିନ୍ତୁ ଆଉ ଗୋଟିଏ କଥା କରୁଥିବେ । ଆଉ ତାଙ୍କ କଥା ଓ କାର୍ୟ୍ୟରେ କୌଣସି ପ୍ରକାର ତାଳମେଳ ରହି ନଥାଏ । ସେ ଭଦ୍ରବ୍ୟକ୍ତିର ମୁଖା ପିନ୍ଧିଥିବେ ମାତ୍ର ଅନ୍ୟକୁ ଅସୁବିଧାରେ ପକାଇବାକୁ ସବୁବେଳେ ପ୍ରୟାସ କରିଥାନ୍ତି ।
  • ଅନ୍ୟକୁ ଅସୁବିଧାରେ ପକାଉଥିବା ବ୍ୟକ୍ତି କେବେ ବି ବିଶ୍ୱାସ ଯୋଗ୍ୟ ନୁହଁନ୍ତି । କାରଣ ଏପରି ପ୍ରବୃତ୍ତିର ଲୋକ ଅନ୍ୟକୁ ଅସୁବିଧାରେ ପକାଇ ସବୁ ଖୁସି ନିଜେ ନେବାକୁ ଚାହେଁ ।
  • ନିଷ୍କ୍ରିୟ ବ୍ୟକ୍ତିତ୍ୱ । ଏପରି ବ୍ୟକ୍ତି ବିଶେଷ ସାଧାରଣତଃ କୌଣସି ପଦକ୍ଷେପ ନେଉ ନଥିବେ । ଏଥିସହ ଆଦୌ କୌଣସି କାମ ପାଇଁ ସକ୍ରିୟ ହୋଇ ନଥିବେ । ଏପରିକି ଆପଣଙ୍କ ଆବଶ୍ୟକତା ଆଦୌ ବୁଝି ନଥିବେ । ତେବେ ସେଭଳି ବ୍ୟକ୍ତିଙ୍କୁ ବିବାହ କରିବା ଆଦୌ ଠିକ୍ ନୁହେଁ । ଜଣେ ନିଶାସକ୍ତ ବ୍ୟକ୍ତିଙ୍କୁ କେବେ ବି ବିବାହ କରିବା ଉଚିତ ନୁହେଁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More