Only for Entertainment

୬ବର୍ଷର ବାଳକ ଲଗାଇଲେ ୩,୨୭୦ପୁସଅପ, ଜିତିଲେ ପରିବାର ପାଇଁ ଘର !

80

ଥରକରେ ୧୦୦ଟା ପୁସଅପ ମାରିବା କାଠିକର ପାଠ । କିଛି ଲୋକ ତ ୫୦ପୁସଅପ କରି ନିଜକୁ ବଡିବିଲ୍ଡର ମନେ କରନ୍ତି । କିନ୍ତୁ ଗୋଟିଏ ୬ବର୍ଷର ବାଳକ ,ଯିଏକି ପୁସଅପ ମାମଲାରେ ବଡ ବଡଙ୍କୁ ହରାଇ ଦେଇଛି । କିନ୍ତୁ ଏହି ବାଳକ ଗୋଟିଏ ଥରରେ ୩ହଜାର ୨ଶହ ୭୦ପୁସଅପର ରେକର୍ଡ ବନାଇ ଉପହାରରେ ଗୋଟିଏ ବଡ ଘର ପାଇଛନ୍ତି ।

ରୁଷର ନୋବୀ ରେଦାନ୍ତରେ ରହୁଥିବା ଦମଦାର ଶିଶୁଙ୍କ ନାଁ ଇବ୍ରାହିମ ଲ୍ୟୋନୋବ । ଏହି ଅଦ୍ଭୁତ କାରନାମା ପାଇଁ ତାଙ୍କୁ ‘ରଷିଆ ବୁକ ଅଫ ରେକର୍ଡସ’ ମିଳିଛି ।


ରିପୋର୍ଟ ମୁତାବକ, ଇବ୍ରାହିମ ଏବଂ ତାଙ୍କ ବାପା କ୍ଲବର ପ୍ରତିଦିନିଆ ମେମ୍ବର ଅଟନ୍ତି । ଯେଉଁଠି ପୁଶଅପ ପ୍ରତିଯୋଗିତା ଜିତିବା ପାଇଁ ତାଲିମ ଦିଆଯାଏ । ଆଶ୍ଚର୍ଯ୍ୟର କଥା ଏହା ଯେ ସେହି ଇଲାକାରେ କେବଳ ଇବ୍ରାହିମ ନୁହଁନ୍ତି ଯାହାଙ୍କୁ ଆପାର୍ଟମେଂଟ ମିଳିଛି ।

ରିପୋର୍ଟ ମୁତାବକ, ୨୦୧୮ରେ ଜଣେ ୫ବର୍ଷୀୟ ପୁଅ ଥରକରେ ୪,୧୫୦ପୁଶଅପ କରିଥିଲେ । ଏହାପରେ ତାଙ୍କୁ ପୁରଷ୍କାରରେ ମର୍ସଡିଜ ମିଳିଥିଲା । ରୁଷର ରାଷ୍ଟ୍ରପତି ବ୍ଲାଦିମିର ପୁତିନଙ୍କ ନିକଟତର ବ୍ୟକ୍ତି ରମଜାନ କାଦିରୋବ ତାଙ୍କୁ କାରର ଚାବି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More