Only for Entertainment

୬୩ ବର୍ଷ ବୟସ୍କ ଏହି ବ୍ୟକ୍ତିଙ୍କର ରହିଛି ୫ଟି ଗର୍ଲଫ୍ରେଣ୍ଡ, ସେମାନଙ୍କୁ ଖୁସି କରାଇବା ପାଇଁ କରୁଥିଲେ ଏହି କାମ ।

ndtv
0 33

ଉତ୍ତର ଦିଲ୍ଲୀରେ ଏପରି କିଛି ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଜଣେ ବ୍ୟକ୍ତି ନିଜର ୫ ଗର୍ଲଫ୍ରେଣ୍ଡଙ୍କୁ ଖୁସି କରିବା ପାଇଁ ଚେରି କରି ଶେଷରେ ଧରାପଡିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ବ୍ୟକ୍ତିଙ୍କର ବୟସ ୬୩ ବର୍ଷ । ଉତ୍ତର ଦିଲ୍ଲୀ ପୁଲିସ ଏହି ୬୩ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଚୋରି କରିବା ଆରୋପରେ ଗିରଫ କରିଛନ୍ତି ।

ସବୁଠାରୁ ଖାସ କଥା ହେଉଛି ଏହି ବ୍ୟକ୍ତି ଗୋଟିଏ କି ଦୁଇଟି ନୁହେଁ ୫ ଟି ଗର୍ଲଫ୍ରେଣ୍ଡ ରଖିଛନ୍ତି । ଏବଂ ସେମାନଙ୍କୁ ଖୁସି କରିବା ପାଇଁ ସେ ଚୋରିକୁ ଆପଣାଇଛନ୍ତି । ଏହି ବ୍ୟକ୍ତିଙ୍କ ବିରୋଧରେ ଏବେ ୨୦ ରୁ ଅଧିକ ଚୋରି ମାମଲା ରହିଛି ।। ଉତ୍ତର ଦିଲ୍ଲୀର ଡିସିପି ନୁପୁର ପ୍ରସାଦଙ୍କ କହିବା ଅନୁସାରେ ଅରୋପୀ ୨୮ ଜୁଲାଇରେ ସରାୟ ରୋହିଲ୍ଲା ଇଣ୍ଡଷ୍ଟ୍ରିଆଲ ଏରିଆର ଏକ ଫ୍ୟାକ୍ଟ୍ରିରେ ଚେରି କରିବା ସମୟରେ ସିସିଟିଭିରେ କଏଦ ହୋଇଯାଇଥିଲା । ଏହାପରେ ଏହି ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ।

ଏହି ବ୍ୟକ୍ତିଙ୍କ ନାମ ବନ୍ଧୁ ସିଂ । ବନ୍ଧୁ ଆନନ୍ଦ ପର୍ବତର ବାସୀନ୍ଦା । ପୁଲିସ ପଚରା ଉଚରା କରିବା ବେଳେ ଜଣାପଡିଲା ସେ ନିଜର ପ୍ରେମିକାମାନଙ୍କୁ ଖୁସି କରିବା ପାଇଁ ଚୋରି କରୁଥିଲା । ସେ ଏହା ମଧ୍ୟ କହିଥିଲା ତାହାର ୫ ଜଣ ପ୍ରେମିକା ଅଛନ୍ତି ଏବଂ ସେମାନଙ୍କୁ ମହଙ୍ଗା ଉପହାର ଦେବ ପାଇଁ ସେ ଲଗାତାର ଚୋରି କରୁଥିଲା । ଗିରଫ ବେଳେ ବନ୍ଧୁ ପାଖରୁ ୨ଟି ଲ୍ୟାପଟପ, ଗୋଟିଏ ଏଲଇଡି ଏବଂ ୫ ହଜାର ଟଙ୍କା ଜବତ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More