Only for Entertainment

୬୫ ତମ ରାଷ୍ଟ୍ରୀୟ ଫିଲ୍ମ ଆୱାର୍ଡ : ଶେଷ୍ଠ ଅଭିନେତ୍ରୀ ଭାବେ ଶ୍ରୀଦେବୀ ଏବଂ ବିନେଦ ଖନ୍ନାଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ

zeenews
0 37

ଆଜି ଦିଲ୍ଲୀରେ ୬୫ ତମ ରାଷ୍ଟ୍ରୀୟ ଫିଲ୍ମ ପୁରଷ୍କାର ଘୋଷଣ କରାଯାଇଛି । ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ମିଳିଥିବା ବେଳେ ସ୍ୱର୍ଗତ ଅଭିନେତା ବିନୋଦ ଖନ୍ନାଙ୍କୁ ଜୀବନ ବ୍ୟାପି ସାଧନା ପାଇଁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନୀତ କରାଯାଇଛି । ଶ୍ରୀଦେବୀଙ୍କ ୩୦୦ତମ ଫିଲ୍ମ ‘ମମ୍’ ପାଇଁ ଏହି ପୁରସ୍କାର ମିଳିଛି । ବଙ୍ଗାଳୀ ଫିଲ୍ମ ନଗର କିର୍ତ୍ତନ ପାଇଁ ରିଦ୍ଧି ସେନଙ୍କୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ ଦିଆଯାଇଛି ।

ଚଳିତ ବର୍ଷର ସର୍ବଶେଷ୍ଠ ଫିଲ୍ମ ଭାବେ ଆସାମି ଫିଲ୍ମ ‘ଭିଲେଜ ରକ ଷ୍ଟାର’କୁ ଆୱର୍ଡ ଦିଆଯାଇଛି । ଅନ୍ୟ ପକ୍ଷରେ ପପୁଲାର ଫିଲ୍ମବ ଭାବେ ବାହୁବଳୀ-୨ (ତେଲଗୁ) ଏବଂ ସର୍ବଶେଷ୍ଠ ହିନ୍ଦୀ ଫିଲ୍ମ ଭାବେ ‘ନ୍ୟୁଟନ’କୁ ପୁରସ୍କାର ପ୍ରଦାନ କରାଯାଇଛି ।  ‘ନ୍ୟୁଟନ’ ପାଇଁ ପଙ୍କଜ ତ୍ରିପାଠୀଙ୍କୁ ସ୍ପେଶାଲ ମେନସନ ଆୱାର୍ଡ ଦିଆଯାଇଛି ।

newton-1

ସେହିପରି ‘ହେଲୋ ଅର୍ଶି’କୁ ଶ୍ରେଷ୍ଠ ଓଡିଆ ଫିଲ୍ମ ପୁସ୍କାର ପ୍ରଦାନ କରାଯାଇଛି । ଏହା ସହିତ ଶ୍ରେଷ୍ଠ ଆକ୍ସନ ଡିରେକ୍ସନ ଏବଂ ସ୍ପେଶାଲ ଇଫେକ୍ଟ ଆୱାର୍ଡ ‘ବାହୁବଳୀ-୨’କୁ ମିଳିଛି । ଅନ୍ୟ ଆୱାର୍ଡ ମଧ୍ୟରେ

ଶ୍ରେଷ୍ଠ ପ୍ଲେ ବ୍ୟାକ ସିଙ୍ଗର- ଶାଶା ତିରୁପତି (ମାଲୟାଲମ)
ଶ୍ରେଷ୍ଠ ସହ କଲାକାର- ଦିବ୍ୟା ଦତ୍ତା (ଫିଲ୍ମ ଇରାଦା)
ଶ୍ରେଷ୍ଠ କୋରିଓଗ୍ରାଫର- ଗଣେଶ ଆଚାର୍ଯ୍ୟ (ଟଏଲେଟ କେ ପ୍ରେମ କଥା)
ଶ୍ରେଷ୍ଠ ମ୍ୟୁଜିକ ନିର୍ଦ୍ଦେଶକ – ଏ ଆର ରହମନ
ଶ୍ରେଷ୍ଠ ମରାଠି ଫିଲ୍ମ- କଚ୍ଚା ଲିମ୍ଭୁ
ଶ୍ରେଷ୍ଠ ଚାଇଲ୍ଡ ଫିଲ୍ମ- ମୋହରକ୍ୟା

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More