Only for Entertainment

୬୭ପ୍ରତିଶତ ବିଦେଶୀ ଖେଳଣା ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ!

google
39

ପିଲାଙ୍କ ଜିଦ୍‍ ପୂରଣ ଏବଂ ଖୁସି ପାଇଁ ଆମେମାନେ ବଜାରରୁ ସେମାନଙ୍କ ନିମନ୍ତେ ଖେଳଣା କିଣିଥାଉ । ହେଲେ ଏହି ଖେଳଣା ଯେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ବଡ଼ ପ୍ରଭାବ ପକାଇଥାଏ ତାକୁ ଅଣଦେଖା କରିଥାଉ । ନିକଟରେ କ୍ୱାଲିଟି କାଉନସିଲ୍‍ ଅଫ୍‍ ଇଣ୍ଡିଆ ପକ୍ଷରୁ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଭାରତୀୟ ବଜାରରେ ଉପଲବ୍ଧ ହେଉଥିବା ବିଦେଶୀ ଖେଳଣା ମଧ୍ୟରୁ ୬୭ପ୍ରତିଶତ ଖେଳଣା ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । କ୍ୱାଲିଟି କାଉନସିଲ୍‍ ପକ୍ଷରୁ ଦିଲ୍ଲୀ ଏବଂ ଏନ୍‍ସିଆରର ବଜାରରେ ଉପଲବ୍ଧ ହେଉଥିବା ଖେଳଣାକୁ ନେଇ ପରୀକ୍ଷଣ କରାଯାଇଥିଲା । ଭାରତୀୟମାନଙ୍କ ଅନୁସାରେ ବଜାରରେ ବିକ୍ରି ହେଉଥିବା ୧୨୧ ପ୍ରକାରର ଖେଳଣାକୁ ଯାଞ୍ଚ ପାଇଁ ଲ୍ୟାବ୍‍ ପଠାଯାଇଥିଲା । ହେଲେ ଏହି ଖେଳଣାର ଗୁଣବତ୍ତା କମ୍‍ ଥିବା ଜଣାପଡିଥିଲା ।

ରିପୋର୍ଟରେ କୁହାଯାଇଛି ଯେ, ଉପଲବ୍ଧ ହେଉଥିବା ୩୦ ପ୍ରତିଶତ ପ୍ଳାଷ୍ଟିକ୍‍ ଖେଳଣା ପରୀକ୍ଷାରେ ଫେଲ୍‍ ହୋଇଛି । ସପ୍ଟ ଖେଳଣା ମଧ୍ୟରୁ ୪୫ ପ୍ରତିଶତ ଏବଂ ଇଲେକ୍ଟ୍ରିକ୍‍ ଖେଳଣା ମଧ୍ୟରୁ ୭୫ପ୍ରତିଶତ ବିଫଳ ହୋଇଛି ପରୀକ୍ଷାରେ । ଏହି ଖେଳଣା ଦ୍ୱାରା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପଡିଥାଏ ସେ ନେଇ କୁହାଯାଇଛି ଯେ, ଅନେକ ଖେଳଣା ପିଲାଙ୍କ ଚର୍ମ ଉପରେ ପ୍ରଭାବ ପକାଇଥାଏ ।

ସେହିପରି ଆଉ କିଛି ଖେଳଣା ବିଶେଷ କରି ଇଲେକ୍ଟ୍ରିକ୍‍ ଖେଳଣା ଶରୀରକୁ ପ୍ରଭାବିତ କରିଥାଏ । ପ୍ଳାଷ୍ଟିକ୍‍ ଖେଳଣାରେ ବିଭିନ୍ନ ରସାୟନିକ ତତ୍ତ୍ୱର ଉପଯୋଗ ହେଉଥିବାରୁ ଛୋଟ ପିଲା ଏହାକୁ ପାଟିରେ ଲଗାଇବା ଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ । ତେଣୁ ବଜାରରେ ଉପଲବ୍ଧ ଖେଳଣା କିଣିବା ପୂର୍ବରୁ ପିଲାର ସ୍ୱାସ୍ଥ୍ୟ ପ୍ରତି ଏହା ପ୍ରଭାବ ପକାଇବ ନା ନାହିଁ ସେଥିପ୍ରତି ଅଭିଭାବକମାନେ ଦୃଷ୍ଟି ଦେବା ଦରକାର ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More