Only for Entertainment

ପିଲାଙ୍କ ଲାଳନପାଳନ ପାଇଁ ୭୦% ଭାରତୀୟ ମା’ ନେଉଛନ୍ତି ସ୍ମାର୍ଟଫୋନର ସାହାରା

The Tribune
16

ପିଲାଙ୍କ ଲାଳନପାଳନ କିପରି ହେବ ସେଥିପାଇଁ ନୂଆ ମା’ମାନେ ସେମାନଙ୍କ ମା’, ଶାଶୂ, ସମ୍ପର୍କୀୟ, ବନ୍ଧୁବାନ୍ଧବଙ୍କ ପରାମର୍ଶ ନେଇଥାନ୍ତି । ହେଲେ ଏବେ ଟେକ୍ନେଲୋଜିର ଏହି ଯୁଗରେ ମା’ମାନେ ସ୍ମାର୍ଟ ଫୋନ୍‍ର ସହଯୋଗରେ ପିଲାଙ୍କୁ କିପରି ଲାଲନପାଳନ କରିହେବ ତାହାର ପରାମର୍ଶ ନେଉଛନ୍ତି ।

ନିକଟରେ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡିଛି ଯେ, ନିଜ ପିଲାଙ୍କୁ ସଠିକ୍‍ ଭାବେ ପରିଚାଳନା କରିବା ପାଇଁ ଭାରତର ପାଖାପାଖି ୭୦% ମା’ମାନେ ସ୍ମାର୍ଟ ଫୋନ୍‍ର ବ୍ୟବହାର କରୁଛନ୍ତି । ଭାରତର ୧୦ ରୁ ୮ଜଣ ମା’ ଏହା ସ୍ୱୀକାର କରିଛନ୍ତି ଯେ, ଟେକ୍ନୋଲୋଜି ସେମାନଙ୍କର ପ୍ୟାରେଣ୍ଟିଂକୁ ଅତି ସହଜ ଓ ସରଳ କରିଦେଇଛି । ୩୮% ଲୋକ ଏପରି ଅଛନ୍ତି ଯେଉଁମାନେ ସେମାନଙ୍କ ପରିବାର  ଓ ବନ୍ଧୁମାନଙ୍କୁ ସ୍ମାର୍ଟ ଫୋନ୍‍ ବ୍ୟବହାର କରିବା ପାଇଁ ପରାମର୍ଶ ଦେଉଛନ୍ତି । ଇଣ୍ଟରନେଟ୍‍  ବେସଡ୍‍ ମାର୍କେଟ ରିସର୍ଚ୍ଚ ଆଣ୍ଡ ଡାଟା ଆନାଲିଟିକ୍ସ ଫାର୍ମ ୟୁଗୋଭ ଏକ ସର୍ଭେ କରିଥିଲା । ଏଥିରେ ୭୦% ମା’ ସ୍ମାର୍ଟ ଫୋନ୍‍ର ଉପଯୋଗିତାକୁ ସ୍ୱୀକାର କରିଥିଲେ ।

ତେବେ ଏହି ସର୍ଭେରେ ମଧ୍ୟ ଏହି ବିଷୟ ପଦାକୁ ଆସିଛି ଯେ, ପିଲାଙ୍କ ଲାଳନପାଳନ ସମ୍ପର୍କୀତ ପ୍ରସ୍ତାବ କ୍ଷେତ୍ରରେ ଭାରତରେ ଏବେ ବି ମା’ମାନେ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ପରାମର୍ଶ ଉପରେ ଅଧିକ ଭରସା କରୁଛନ୍ତି । ୫୦% ଯୁବ ଏବଂ ନୂଆ ମାଆ ମାନେ ଏ ସମ୍ପର୍କରେ ଅନ୍‍ଲାଇନ୍‍ ବ୍ଲଗ୍‍ ଏବଂ ଆପ୍‍ ମାଧ୍ୟମରେ ସୂଚନା ଏକତ୍ରିତ କରିଥାନ୍ତି । ସର୍ଭେରେ ୧୨ ମାସରୁ ୧୮ବର୍ଷ ବୟସର ପିଲାମାନଙ୍କର ମା’ମାନଙ୍କୁ ନେଇ ଏକ ସାକ୍ଷାତକାର କରାଯାଇଥିଲା । ୧୨ ମାସରୁ କମ୍‍ ବୟସର ଶିଶୁ ଏବଂ ୩ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କର ମା’ଙ୍କୁ ୟଙ୍ଗ ମଦର କାଟାଗୋରିରେ ରଖାଯାଇଥିଲା ।

ଏହି କାଟାଗୋରିରେ ଥିବା ୭୦୦ ମା’ଙ୍କୁ ନେଇ ଯେଉଁ ତଥ୍ୟ ସଂଗ୍ରହ କରାଯାଇଥିଲା ସେଥିରୁ ଜଣାପଡିଛି ଯେ, ସ୍ମାର୍ଟ ଫୋନ୍‍ ସେମାନଙ୍କ ଜୀବନଧାରାକୁ ଆହୁରି ସରଳ ଏବଂ ସହଜ କରିଛି । ତେବେ ପିଲାଙ୍କୁ କିପରି ଏହି ସ୍ମାର୍ଟ ଫୋନର ମାୟାଜାଲରୁ ଦୂରେଇ ରଖିହେବ ତାହା ସେମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ମା’ମାନେ କହିଛନ୍ତି

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More