Only for Entertainment

ଦୁନିଆରେ ଏବେ ମଧ୍ୟ ମାନବିକତା ବଂଚି ରହିଛି, ୭୬ବର୍ଷୀୟ ଏହି ବ୍ୟକ୍ତି ଚଲାଉଛନ୍ତି ଫ୍ରି ଅଟୋ ଆମ୍ବୁଲାନ୍ସ !

43

ଦିଲ୍ଲୀର ୭୬ବର୍ଷୀୟ ପୂର୍ବ ଟ୍ରାଫିକ ୱାର୍ଡନ ହରଜିନ୍ଦର ସିଂ ସହରର ଏକମାତ୍ର ଅଟୋ ଆମ୍ବୁଲାନ୍ସ ଡ୍ରାଇଭର ଅଟନ୍ତି । ଯିଏ ଲୋକମାନଙ୍କୁ ମାଗଣାରେ ଅଟୋ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି । ଜଣେ ପୂର୍ବ ଟ୍ରାଫିକ ୱାର୍ଡନ ହରଜିନ୍ଦର ସିଂଙ୍କ ଅଟୋ ଦିଲ୍ଲୀ ସଡକରେ ଭିନ୍ନ ନଜର ଆସିଛି । ଅଟୋ ପଛରେ ହିନ୍ଦୀ ଏବଂ ଇଂରାଜୀରେ ବଡ ଅକ୍ଷରରେ ଲେଖା ଅଛି ଯେ , ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ପାଇଁ ମାଗଣା ସେବା । ସେବା ବିଷୟରେ ହରଜିନ୍ଦର କହିଛନ୍ତି ସେ ସର୍ବବ୍ୟାପୀ ନୁହଁନ୍ତି , କିନ୍ତୁ ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବେ । ସେ ପ୍ରତିଦିନ ଜଣକୁ ସାହାଯ୍ୟ କରୁଛନ୍ତି । ଯେତେବେଳେ ସେ ଟ୍ରାଫିକ ୱାର୍ଡନ ଥିଲେ ସେତେବେଳେ ସେ ଆଖି ସାମ୍ନାରେ ଅନେକ ଲୋକଙ୍କୁ ଦୁର୍ଘଟଣାରେ ପୀଡିତ ଥିବା ଦେଖିଥିଲେ ଏବଂ ସେ ସମୟରେ ସାହାଯ୍ୟ କରିବା ପାଇଁ ମଧ୍ୟ ଚାହୁଁଥିଲେ । ଏହି କାରଣରୁ ଚାକିରୀରୁ ଅବସର ପାଇବା ପରେ ଏକ ଅଟୋ କିଣିଥିଲେ ଏବଂ ଏହାପରେ ହିଁ ତାଙ୍କର ଏଭଳି କରିବା ପାଇଁ ମନରେ ଆସିଥିଲା ।

ସିଂ ଅଟୋ ଆମ୍ବୁଲାନ୍ସ ଇନ୍ଧନ ପାଇଁ ଟଙ୍କା ଅନ୍ୟ କାମ କରି ଯୋଗାଡ କରୁଛନ୍ତି । ସେ ଅଟୋ ମଧ୍ୟରେ ଏକ ଡୋନେସନ ବକ୍ସ ରଖିଛନ୍ତି ମାତ୍ର ଯାତ୍ରୀ ମାନଙ୍କୁ କେବେ ହେଲେ ଡୋନେସନ ପାଇଁ ଅନୁରୋଧ କରନ୍ତି ନାହିଁ । ଯିଏ ଇଚ୍ଛା କରେ ଦିଏ , ସେହି ଦାନ ପେଟିର ଟଙ୍କାରେ ସେ ପୀଡିତ ଲୋକଙ୍କ ପାଇଁ ମେଡିସିନ ଆଣିଥାଆନ୍ତି ।

ସିଂ ଙ୍କ କହିବା ମୁତାବକ ଲୋକମାନେ ଠିକ ହେଲା ପରେ ତାଙ୍କୁ ଆଶୀର୍ବାଦ ଦେଉଛନ୍ତି , ଯେଉଁକାରଣରୁ ଆଗକୁ ବଢିବାକୁ ସାହାସ ମିଳୁଛି । ଏହି କାର୍ଯ୍ୟ ତାଙ୍କ ପରିବାର ଖୁବ ସପୋର୍ଟ ମଧ୍ୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More