Only for Entertainment

ଏହି ଆପ ଜରିଆରେ ୩୩ ବର୍ଷୀୟ ଯୁବକଙ୍କୁ ଡେଟ୍ କରୁଛନ୍ତି ୮୩ ବର୍ଷ ବୟସ୍କ ଜେଜେମା’

metro
53

ନ୍ୟୁୟର୍କରେ ରହୁଥିବା ୮୩ ବର୍ଷୀୟା ଜଣେ ମହିଳା ଏବେ  ଯୁବକଙ୍କୁ ନିଜର ଜୀବନସାଥୀ କରିବାର ଯୋଜନାରେ ଅଛନ୍ତି । ଏଥିପାଇଁ ସେ ଡେଟିଂ ଆପରେ ଖୋଲିଛନ୍ତି ନିଜର ଏକ ଆକାଉଣ୍ଟ । ନ୍ୟୁୟର୍କରେ ରହୁଥିବା ହେଟିଙ୍କର ଦୁଇ ନାତିନାତୁଣୀ ଅଛନ୍ତି । ଏକ ସାକ୍ଷାତକାରରେ ହେଟି କହିଛନ୍ତି ଯେ, ମୁଁ ପୂର୍ବରୁ ୧୯ ବର୍ଷର ଏକ ଯୁବକଙ୍କ ସହ ଡେଟ୍‍ କରିସାରିଛି । ଯଦି ମୋତେ ଯୁବକଙ୍କ ବୟସ ପୂର୍ବରୁ ଜଣାଥାନ୍ତା ତେବେ ମୁଁ ଏହା କରିନଥାନ୍ତି । ଏହି ମହିଳାଙ୍କର ମନ ଏବେ ବି ଯୌବନରେ ଭରପୁର ।

ନିଜକୁ ସୁସ୍ଥ ରଖିବା ପାଇଁ ଏହି ବୟସରେ ମଧ୍ୟ ସେ ନିୟମିତ ବ୍ୟାୟାମ କରୁଛନ୍ତି । ହେଟି କହିଛନ୍ତି ଯେ, ମୁଁ ପ୍ରଥମେ କୌଣସି ଯୁବକଙ୍କୁ ମେସେଜ୍‍ କରେ ନାହିଁ । ଯେଉଁ ଯୁବକମାନେ ମୋ ପ୍ରତି ଆଗ୍ରହ ଦେଖାଉଛନ୍ତି, ମୋତେ କଲ୍‍ କରୁଛନ୍ତି ମୁଁ ସେମାନଙ୍କୁ ଉତ୍ତର ଦେଉଛି । ମୋତେ ଅନେକ ପସନ୍ଦ କରୁଛନ୍ତି । ହେଲେ ମୁଁ ଏ ବୟସରେ ଜଣେ ସ୍ଥାୟୀ ପାର୍ଟନର ଖୋଜୁଛି । ବର୍ତ୍ତମାନ ୩୩ ବର୍ଷୀୟ ସନ୍‍ଙ୍କ ସହ ଡେଟ୍‍ କରୁଛି । ବୟସରେ ମୋ ଠାରୁ ୫୦ ବର୍ଷ ସାନ ହୋଇଥିଲେ ମଧ୍ୟ ମୋ ମନ ତାଙ୍କ ସହ ମିଶୁଛି ।

କହିରଖୁଛୁ ଯେ, କହିଛନ୍ତି ସେ ୮ ମାସ ହେବ ଏହି ଆପର ବ୍ୟବହାର କରୁଛନ୍ତି । ଆଠ ମାସ ମଧ୍ୟରେ ସେ ୫୦ ଜଣ ଯୁବକଙ୍କ ସହିତ ମିଶିଲେଣି । ନିଜ ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ହେଟି ପୁରୁଷଙ୍କ ସହିତ ଶାରୀରିକସମ୍ପର୍କ ରଖିବା ପାଇଁ ନ୍ୟୁଜପେପରରେ ଆଡ ଦେଇଥିଲେ । ଏହା ପରେ ଅନେକ ପୁରୁଷଙ୍କ ସହିତ ସମ୍ପର୍କ ରଖି ସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More