Only for Entertainment

୩୦ ବର୍ଷୀୟା ରମେଶ ଜୀ ଦେବୀଙ୍କୁ ବିବାହ କଲେ ୮୩ ବର୍ଷୀୟ ବୃଦ୍ଧ ।

dailyhunt
0 41

ରାଜସ୍ଥାନର କରୌଲୀ ଜିଲ୍ଲାର କୁଡ଼ଗାଁରେ ଜଣେ ୮୩ ବର୍ଷୀୟ ବୃଦ୍ଧ ଅର୍ଦ୍ଧବୟସ୍କାର ଏକ ଯୁବତୀକୁ ବିବାହ କରି ଚର୍ଚ୍ଚାର ବିଷୟ ପାଲିଟିଛନ୍ତି । ସୂଚନା ଅନୁସାରେ ବୃଦ୍ଧ ଜଣକ ନିଜ ସମ୍ପତ୍ତି ପାଇଁ ଏକ ଉତ୍ତରାଧିକାରୀ ଚାହୁଁଥିବାରୁ ସେ ଜଣେ ୩୦ ବର୍ଷୀୟା ଯବତୀଙ୍କୁ ବିବାହ କରିଛନ୍ତି । ୮୩ ବର୍ଷୀୟ ବୃଦ୍ଧ ସୁଖରାମ ବେରବା ନିଜ ଠାରୁ ୫୩ ବର୍ଷ ବୟସ ସାନ ୩୦ ବର୍ଷୀୟା ରମେଶ ଜୀ ଦେବୀଙ୍କୁ ଦି୍ୱତୀୟ ବିବାହ କରିଛନ୍ତି ।

ସୁଖରାମଙ୍କର ପ୍ରଥମ ପତ୍ନୀ ଥିଲେ ମଧ୍ୟ ପୁତ୍ର ସନ୍ତାନଟିଏ ନଥିବାରୁ ନିଜର ବଂଶବୃଦ୍ଧି ପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି । କେବଳ ଏତିକି ନୁହେଁ ବରଂ ହିନ୍ଦୁ ପରମ୍ପରା ଅନୁସାରେ ବିବାହର ସମସ୍ତ ବିଧିକୁ ସଂପୂର୍ଣ୍ଣ କରିଛନ୍ତି । ତେବେ ରାହିଲ ଗାଁରୁ ତାଙ୍କ ବରଯାତ୍ରୀ ବାହାରିଥିଲା ଏବଂ ସମସ୍ତଙ୍କ ଉପସ୍ଥିତିରେ ସେ ରମେଶ ଦେବୀଙ୍କୁ ବିବାହ କରିଥିଲେ ।

ଖବର ମୁତାବକ, ୨ ବର୍ଷ ପୂର୍ବରୁ ସୁଖରାମଙ୍କର ୩୦ ବର୍ଷୀୟ ପୁଅର ମୃତ୍ୟୁ ହୋଇଥିଲା । ଯେଉଁଥି ପାଇଁ ସେ ଦ୍ୱିତୀୟ ବିବାହ କରିବା କଥା ଚିନ୍ତା କରିଥିଲେ । ସୁଖରାମ ଓ ତାଙ୍କ ପତ୍ନୀଙ୍କ କହିବାଅନୁସାରେ ସେ ତାଙ୍କ ସଂମ୍ପତ୍ତିର ଉତ୍ତରାଧିକାରୀ ପାଇଁ ବିବାହ କରିଛନ୍ତି । ସୁଖରାମଙ୍କ ବିବାହରେ ତାଙ୍କ ଝିଅ, ଜ୍ୱାଇଁ ସହିତ ଅନ୍ୟ ବନ୍ଧୁ ପରିଜନ ମଧ୍ୟ ଉପସ୍ଥିତ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More