Only for Entertainment

୮୪୭ବର୍ଷର ଭାସମାନ ସେତୁ

lh3.googleusercontent.com
0 39

ଚାଇନା ଅନ୍ତର୍ଗତ ଗୁଆଙ୍ଗଡୋଙ୍ଗ ପ୍ରଦେଶର ଚାଓଝୌରେ ପ୍ରବାହିତ ହାନ ନଦୀ ଉପରେ ରହିଛି ଗୁଆଙ୍ଗଜି ଭାସମାନ ସେତୁ । କୁହାଯାଏ ଜଣେ ଚାଓଝୌ ବୁଲିବାକୁ ଯାଇ ସେହି ସେତୁ ଦେଖି ନପାରିଲେ ସାରା ପର୍ଯ୍ୟଟନ ମୂଲ୍ୟହୀନ ।
ଗୁଆଙ୍ଗଜି ବିଶ୍ୱର ପ୍ରଥମ ଭାସମାନ ସେତୁ ଯାହାକୁ ଜଳ ଜାହାଜ ବଡ ପୋତ ଆଦିର ଯାତାୟାତ ପାଇଁ ଖୋଲା ଯାଇପାରେ । ଏହି ସେତୁର ଏକ ଅଂଶ ୧୮ଟି ନୌକାର ସମାହାର ବିଶିଷ୍ଟ । ତେଣୁ ଏହି ସେତୁ ଖୋଲିଯିବାର ସମସ୍ୟା ହୁଏ ନାହିଁ ।

ସୋଙ୍ଗ ରାଜ ବଂଶର ଶାସନ କାଳରେ ୧୧୭୦ରେ ଗୁଆଙ୍ଗଜି ଭାସମାନ ସେତୁର ନିର୍ମାଣ ହୋଇଥିଲା । ତେବେ ନିର୍ମିତ ହେବାର ୪ବର୍ଷ ପରେ ପ୍ରଳୟଙ୍କରୀ ବନ୍ୟାରେ ଉକ୍ତ ସେତୁ ଭାସିଯାଇଥିଲା । ଅବଶେଷ ଉପରେ ଗଢା ହୋଇଥିବା ସେତୁ ଏବେ ବିଦ୍ୟମାନ ।
ପରବର୍ତ୍ତୀ କାଳରେ ବାରମ୍ବାର ନବୀକରଣ ଏବଂ ରକ୍ଷଣା ବେକ୍ଷଣା ଯୋଗୁଁ ଏତେ ବର୍ଷ ହେଲା ଗୁଆଙ୍ଗଜି ସେତୁ ତିଷ୍ଠି ରହିପାରିଛି । ଏହି ସେତୁର ଲମ୍ବ ୫୦୦ ମିଟର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More