Only for Entertainment

୯୩ ବର୍ଷରେ ଘର ପାଇଁ ସଂଘର୍ଷ କରୁଛନ୍ତି ସ୍ୱାଧୀନତା ସଂଗ୍ରାମୀ, ଦିନେ ନେତାଜୀଙ୍କ ସମୟରେ ସୈନ୍ୟ ଭାବରେ କାମ କରୁଥିଲେ

awesoma machi
59

ଦୟନୀୟ ଅବସ୍ଥାରେ ଗତି କରୁଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମୟର ଜଣେ ସ୍ୱାଧୀନତା ସଂଗ୍ରାମୀ । ଦିନେ ସୈନ୍ୟ ଭାବରେ ଭାରତ ପାଇଁ କାମ କରୁଥିଲେ ଏହି ବୟସ୍କ । ଯାହାଙ୍କ ନାମ ହେଉଛି ସି.ଏମ ପଣ୍ଡିରାଜ୍ । ପଣ୍ଡିରାଜ୍ ଏବେ ଏକ ଛପର ଘରେ ଭଡ଼ାରେ ରହୁଛନ୍ତି । ତାଙ୍କର ସବୁଠାରୁ ଚିନ୍ତାର ବିଷୟ ହେଉଛି ଆଜି ପର୍ଯ୍ୟନ୍ତ ସରକାର ତାଙ୍କ ପାଇଁ ରହିବା ପାଇଁ ଏକ ଘରର ବ୍ୟବସ୍ଥା କଲେ ନାହିଁ । ପଣ୍ଡିରାଜ୍ ଏବେ ରାମନାଥପୁରମ ଠାରେ ରହୁଛନ୍ତି । ତାଙ୍କର ତିନୋଟି ଝିଅ ଏବଂ ଦୁଇ ପୁଅ ଅଛନ୍ତି । ଯେତେବେଳେ ପଣ୍ଡିରାଜ୍ଙ୍କୁ ନେତାଜୀଙ୍କ ସମୟର ସୈନ୍ୟ ସଂଘର୍ଷ ବିଷୟରେ ପ୍ରଶ୍ନ କରାଗଲା ସେ ତାଙ୍କର ୟୁନିଫର୍ମ ପିନ୍ଧି ଦେଇ ସୁଭାଷ ବୋଷଙ୍କୁ ଏକ ସାଲ୍ୟୁଟ ମାରିଦେଲେ । କେବଳ ତାଙ୍କ ପ୍ରତିକ୍ରିୟା ନୁହେଁ ବରଂ ଦେଶାତ୍ମବୋଧର ପ୍ରତ୍ୟେକଟି ଶବ୍ଦ ତାଙ୍କର ଛାତିକୁ ଥରାଇ ଦେଇଛି । ପଣ୍ଡିରାଜ ୧୭ ବର୍ଷ ବୟସରେ ୧୯୪୩ ମସିହାରେ ସୈନ୍ୟ ବିଭାଗରେ ଯୋଗ ଦେଇଥିଲେ ।

 

୫୫ ବର୍ଷ ଧରି ସେ ଭଡ଼ାରେ ରହି ଆସୁଛନ୍ତି । ୧୬ ବର୍ଷ ହେବ ସେ ସରକାରଙ୍କୁ ଅନୁରୋଧ କରି ଆସୁଛନ୍ତି ଘରଟିଏ ପାଇଁ, କିନ୍ତୁ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ କେବଳଯେ ମୁଁ ନୁହେଁ ଏଭଳି କେତେକ ସୈନ୍ୟ ସଂଘର୍ଷକ ନିଜର ମୌଳିକ ଆବଶ୍ୟକତା ପୂରଣ କରିପାରିନଥିଲେ, ଯଦି ଏହା ସରକାର ବୁଝିଥାନ୍ତେ ତେବେ ଏକ ରିଲିଫ ହୋଇ ପାରିଥାନ୍ତା, କହିଛନ୍ତି ପଣ୍ଡିରାଜ୍ । ଏମାନଙ୍କୁ ସାହାଯ୍ୟ ନକରିବା ଯୁକ୍ତିଯୁକ୍ତ ନୁହେଁ । ସରକାରଙ୍କ କର୍ତ୍ତବ୍ୟ ଏମାନଙ୍କୁ ଦୃଷ୍ଟି ଦେବା ବୋଲି ମଧ୍ୟ ପଣ୍ଡିରାଜ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More