Only for Entertainment

କେବଳ ଟିଭି ଚ୍ୟାନେଲ ନୁହେଁ ବରଂ ଅଫଲାଇନରେ ପ୍ରତିଭା ଖୋଜିବାର ନିଆରା ପ୍ରୟାସ କରିଛି ଓଡ଼ିଶାର ଏହି ଗାଁ ।

kanak lifestyle
23

ଅଧିକାଂଶ ସମୟରେ ଦେଖିବାକୁ ମିଳେଯେ ଟିଭି ଚ୍ୟାନେଲ ମାଧ୍ୟମରେ ପ୍ରତିଭା ଅନ୍ୱେଷଣ କରାଯାଏ । ଯେଉଁଥିରେ ଭିନ୍ନ ଭିନ୍ନ ପ୍ରକାରର ପ୍ରତିଯୋଗୀତା ଅନ୍ତର୍ଭୁକ୍ତ ଥାଏ । କେବେ କୌଣସି ରିଆଲିଟି ଶୋ ମାଧ୍ୟମରେ ନାୟିକା ଖୋଜା ହେଉ ବା ଗାୟକ ଏବଂ ଗାୟିକା । ଆଉ କେବେ କେବେ ଡ୍ୟାନ୍ସର । ତେବେ ଏହା ଏଭଳି ଏକ ଅନ୍ୱେଷଣ ଯାହା ପିଲା ମାନଙ୍କ ଭବିଷ୍ୟତ ପାଇଁ ବିିଭନ୍ନ ସୁଯୋଗ ଏବଂ ସମ୍ମାନ ଯୋଗାଇଥାଏ । ସେହିଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶାର ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ।

ଆଜ୍ଞା ହଁ ଏହି ଗ୍ରାମ ବିଗତ ୫ ବର୍ଷ ହେବ ପ୍ରତିଭା ଖୋଜିବାର ପ୍ରୟାସ ଜାରି ରଖିିଛି । ବଣରେ ଫୁଟି ମଉଳି ଯାଉଥିବା ମଲିକୁ ସୁନ୍ଦର ଭାବରେ ଗଢି ତୋଳିବାର ଆଶା ଦେଖାଉଛି ତୁଳସୀପୁର । ନିକଟରେ ଏହାର ବାର୍ଷିକ ଉତ୍ସବ ପାଳନ ହୋଇ ସାରିଛି । ଯେଉଁଥିରେ ଶତାଧିକ ପ୍ରତିଯୋଗୀ ଯୋଗ ଦେଇଥିଲେ । ସେଠାରେ ଅନୁଷ୍ଠାନର ଲୋଗ ଏବଂ ୱେବସାଇଟ ମଧ୍ୟ ଉନ୍ମୋଚନ କରାଯାଇଛି ।

ଦିଲ୍ଲୀପ କୁମାର ସାମନ୍ତରାୟ, ଗୋପାଳ ଚନ୍ଦ୍ର ତ୍ରିପାଠୀ, ଶରତ ଚନ୍ଦ୍ର ପାଢୀ, ବଳରାମ ପାଇକରାୟ, ସଂଜୀବ କୁମାର, ସରୋଜ ପ୍ରଧାନ,ବିକାଶ ରଂଜନ ପ୍ରଧାନ, ଜିତେନ କୁମାର ସ୍ୱାଇଁ, ବିଜୟ ସାହୁ ଆଦି ପ୍ରସିଦ୍ଧ ଜଣାଶୁଣା ବ୍ୟକ୍ତିଙ୍କୁ ଗୋଟିଏ ମଂଚରେ ଦେଖିବାକୁ ମିଳିଥିଲା । ଯେଉଁମାନେ ଏହି ସଂପର୍କୀତ ବିଭିନ୍ନ ସୂଚନା ପ୍ରଦାନ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More