Only for Entertainment

ଏମିତି ଏକ ଦେଶ ଯେଉଁଠି ପିତା-ମାତା ନିଜ ପିଲାଙ୍କୁ ଧୂମ୍ରପାନ ଗ୍ରହଣ ପାଇଁ ଉତ୍ସାହିତ କରିଥାନ୍ତି

dailyparent.com
0 54

ସାଧାରଣତଃ ଆମ୍ଭେମାନେ ସମସ୍ତେ ଜାଣିଛେ ଯେ ଧୂମ୍ରପାନ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ହାନିକାରକ । ଏହାଦ୍ୱାରା ଅନେକ ଲୋକ ଭିନ୍ନ ଭିନ୍ନ ରୋଗର ଶିକାର ହୋଇଥାନ୍ତି । ସେଥିପାଇଁ ବାରମ୍ବାର ସରକାରଙ୍କ ତରଫରୁ ସଚେତନତା ମଧ୍ୟ ଜାରି କରାଯାଇଛି । ଏବଂ ପ୍ରତିବର୍ଷ ମେ ୩୧ ରେ ୱାଲ୍ଡ-ନୋ-ଟବାକୋ ଡେ ଭାବେ ପାଳନ କରାଯାଉଛି । କିନ୍ତୁ ଏଭଳି ଏକ ଗାଁ ଅଛି ଯେଉଁଠି ଛୋଟ ପିଲାଙ୍କ ପାଇଁ ନିଜେ ପିତା-ମାତା ଧୂମ୍ରପାନ କିଣିବା ସହିତ ସେମାନଙ୍କ ପିଲାମାନଙ୍କୁ ସେହି ମାର୍ଗରେ ଯିବାପାଇଁ ଉତ୍ସାହିତ କରୁଛନ୍ତି ।
ପ୍ରକୃତରେ ଘଟଣାଟି ହେଉଛି ପର୍ତ୍ତୁଗାଲର ଏକ ଗାଁ ବେଲ୍ ଦେ ସାଲଗୁରୋ ର । ସେଠାକାର ଲୋକମାନେ ଏକ ପୁରାତନ ପ୍ରଥାକୁ ପାଳନ କରିବାକୁ ଯାଇ ଖୁବ୍୍ ଧୁମ୍ଧାମ୍୍ରେ ଭୋଜନ କରିବା ସହିତ ନିଶା ଦ୍ରବ୍ୟ ମଧ୍ୟ ଗ୍ରହଣ କରିଥାନ୍ତି । ଏହାକୁ କିଙ୍ଗ୍ ଫିଷ୍ଟ କୁହାଯାଇଥାଏ ।
ଚଳିତବର୍ଷ ଏହି ଉତ୍ସବଟି ଗତ ଜାନୁଆରୀ ୫ ତାରିଖ ଶୁକ୍ରବାର ଦିନ ଆରମ୍ଭ ହୋଇ ଶନିବାର ଦିନ ପାଳିତ ହୋଇଯାଇଛି । ଏହି ଅବସରରେ ଲୋକମାନେ ୱନ୍ଫାୟାର ଚର୍ତ୍ତୁପାଶ୍ୱର୍ରେ ବୁଲି ଗୀତ ଏବଂ ମୃଦଙ୍ଗର ତାଳେତାଳେ ନାଚିଥାନ୍ତି । ଏବଂ ସେହି ଦେଶର ରାଜା ଲୋକମାନଙ୍କୁ ବହୁଳ ମାତ୍ରାରେ ମଦ ଓ ଖାଦ୍ୟ ପଦାର୍ଥ ଦାନ କରିଥାନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପର୍ତ୍ତୁଗାଲରେ ତମ୍ବାଖୁ କିଣିବାର ସର୍ବନିମ୍ନ ବୟସ ହେଲା ୧୮ । କିନ୍ତୁ ଆଇ କାନୁନକୁ ବେଖାତିର କରି ଖୁବ୍ ଧୁମ୍୍ଧାମ୍୍ ରେ ଏହି ଉତ୍ସବ ପାଳନ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More