Only for Entertainment

କାଳ ସାଜିଲା ହରର୍ ଫିଲ୍ମ ! ଫିଲ୍ମ ଦେଖିବା ସମୟରେ ହଲ୍ ରେ ଚଲିଗଲା ବୃଦ୍ଧାଙ୍କ ଜୀବନ

Indiatimes
62

ମନୋରଂଜନ ଖୋରାକ ଯୋଗାଇଥାଏ ଫିଲ୍ମ । କିନ୍ତୁ ଏହି ଫିଲ୍ମ ଯଦି ଆପଣଙ୍କ ଜୀବନ ନେଇଯାଏ । ଆଜ୍ଞା ହିଁ, ଥାଇଲ୍ୟାଣ୍ଡରେ ଏହି ଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ହଲ୍ ରେ ଫିଲ୍ମ ଦେଖିବା ସମୟରେ ଜଣେ ୭୭ ବର୍ଷୀୟ ବ୍ରିଟିଶ ନାଗରିକଙ୍କର ମୃତ୍ୟୁ ହୋଇଛି। ମୃତଙ୍କ ନାମ ବର୍ନାର୍ଡ଼ ଚେନିଙ୍ଗ୍‍।

ସୂଚନା ଅନୁସାରେ, ବର୍ନାର୍ଡ଼ ଛୁଟି କଟାଇବାକୁ ଥାଇଲାଣ୍ଡ ଆସିଥିଲେ। ଏହି ସମୟରେ ସେ ଚଳିତ ବର୍ଷ ୨୬ ଜୁନ୍‌ରେ ମୁକ୍ତିଲାଭ କରିଥିବା ହଲିଉଡ଼ ହରର୍‍ ଚଳଚ୍ଚିତ୍ର ‘ଏନାବେଲ କମ୍ସ ହୋମ୍‍’ ଦେଖିବା ପାଇଁ ପ୍ରେକ୍ଷାଳୟକୁ ଯାଇଥିଲେ। ଯେତେବେଳେ ଚଳଚ୍ଚିତ୍ର ଶେଷ ହେଲା ଏବଂ ଲାଇଟ୍‍ ଜଳିଲା, ସେତେବେଳେ ପାଖ ସିଟ୍‌ରେ ବସିଥିବା ଜଣେ ମହିଳା ବର୍ନାର୍ଡ଼ଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ଏହି ହରର୍‍ ଚଳଚ୍ଚିତ୍ର ଦେଖି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ସ୍ଥାନୀୟ ପୁଲିସ ସେଠାରେ ପହଞ୍ଚିଥିଲା। ତେବେ ହରର୍‍ ଚଳଚ୍ଚିତ୍ର ଦେଖି ବର୍ନାର୍ଡ଼ଙ୍କ ମୃତ୍ୟୁ ହୋଇଛି କି ନାହିଁ ତାହା ଏଯାବତ୍‍ ସ୍ପଷ୍ଟ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୦୧୬ରେ ମଧ୍ୟ ଆନ୍ଧ୍ରପ୍ରଦେଶରେ ‘ଦି କଞ୍ଜରିଙ୍ଗ୍‍-୨’ ଦେଖିବା ସମୟରେ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଘଟଣା ସାମ୍ନାକୁ ଆସିଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More