Only for Entertainment

‘ଗେମ ଅଫ ଥ୍ରୋନ୍ସ’ର ନୂଆ ରେକର୍ଡ ! ଏମୀ ଆୱାର୍ଡସର ୩୨ଟି ବିଭାଗରେ ହେଲା ନୋମିନେସନ

zee news
37

ଅନେକ ବର୍ଷରୁ ପୂରା ବିଶ୍ୱରେ ଲୋକପ୍ରିୟ ହାସଲ କରିଥିବା ଟିଭି ସିରିଜ ‘ଗେମ ଅଫ ଥ୍ରୋନ୍ସ’ ଶେଷ ହୋଇଯାଇଛି ସତ କିନ୍ତୁ ଶୋ’ର ରେକର୍ଡ ବନାଇବାର ଧାରା ଏବେ ମଧ୍ୟ ଜାରି ରହିଛି । ଏବେ ଏହି ଲୋକପ୍ରିୟ ଫ୍ୟାଣ୍ଟାସୀ ଡ୍ରାମା ଶୋ ‘ଗେମ ଅଫ ଥ୍ରୋନ୍ସ’ ଏମୀ ଆୱାର୍ଡ ୨୦୧୯ର ୩୨ ଟି ଶ୍ରେଣୀରେ ନୋମିନେସନ ପାଇ ନୂଆ ରେକର୍ଡ ସୃଷ୍ଟି କରିଛି ।

ଏହି ନାମାଙ୍କନ କୌଣସି ଶୋ’ର ଗୋଟିଏ ସିଜିନ ପାଇଁ ବହୁତ ଅଧିକ । ୭୧ ତମ ପ୍ରାଇମ ଟାଇମ ଏମୀ ଆୱାର୍ଡର ନାମାଙ୍କନ ମଙ୍ଗଳବାର ଘୋଷଣା କରାଯାଇଥିଲା । ଚଳିତ ବର୍ଷ ଆରମ୍ଭ ଗେମ ଅଫ ଥ୍ରୋନ୍ସ ୮ମ ସିଜିନ ସହିତ ଏହି କାହଣୀର ଅନ୍ତ କରିଥିଲା । କିନ୍ତୁ ଆୱାର୍ଡ ଶୋ’ର ନେମିନେସନକୁ ଦେଖିଲେ ଗେମ ଅଫ ଥ୍ରୋନ୍ସ ପାଇଁ ଦର୍ଶକଙ୍କ ପାଗଳପଣ ବାରି ହୋଇ ପଡୁଛି ।

କହିରଖୁଛୁ ଯେ, ଏହି ଶୋ ପ୍ରଥମରୁ ହାଇଏଷ୍ଟ ଭୁଇରସିପର ରେକର୍ଡ ସହିତ ଅନେକ ରେକର୍ଡ ନିଜ ନାମରେ କରି ସାରିଛି । ଏବେ ୩୨ଟି ନୋମିନେସନ ସହିତ ‘ଗେମ ଅଫ ଥ୍ରୋନ୍ସ’ ଶୋ ‘ଏନୱାଇପିଡି ବ୍ଲୁ’ ୧୯୯୪ ବନାଇଥିବା ୨୬ଟି ନୋମିନେସନର ରେକର୍ଡକୁ ଭାଙ୍ଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More