Only for Entertainment

ଓଡିଶା ପହଁଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଏ ଆର୍ ରେହମାନ , ସେୟାର କେଲେ ଫଟୋ ।

The News Minute
26

ବଲିଉଡ ମ୍ୟୁଜିକ ନିର୍ଦ୍ଦେଶକ ତଥା ଓସ୍କାର ବିଜେତା ଏ ଆର୍ ରେହମାନଙ୍କ ଯାଦୁ ଓଡିଶା ହକି ପୁରୁଷ ବିଶ୍ୱକପ-୨୦୧୮ରେ ଦେଖିବାକୁ ମିଳିବ । ରେହମାନ ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ କହି ଆନଥେମକୁ ପରିବେଷଣ କରିବେ । ସେଥିପାଇଁ ରେହମାନ ଆଜି ଭୁବନେଶ୍ୱରରେ ପହଁଚିଛନ୍ତି ।

ଭୁବନେଶ୍ୱରରେ ପହଁଚିବା ପରେ ତାଙ୍କୁ ବିମାନ ବନ୍ଧରରେ ସ୍ୱଗତ କରାଯାଇଥିଲା । ମ୍ୟୁଜିକ ଦୁନିଆର ଏହି ଲିଜେଣ୍ଡ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବା ପାଇଁ ନବୀନ ନିବାସକୁ ଯାଇଥିଲେ । ରେହମାନ ଉଦଘାଟନୀ ଉତ୍ସବ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ ଏବଂ ତାଙ୍କ ସହିତ ସେଲ୍ଫି ମଧ୍ୟ ନେଇଥିଲେ । ଏହି ଫଟୋକୁ ରେହମାନ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।


କହିରଖୁଛୁ ଯେ, ରେହମାନ ଆଜି ସଂନ୍ଧ୍ୟାରେ ମୁମ୍ବାଇ ଫେରିଯିବେ ଏବଂ ୨୭ ନଭେମ୍ବରରେ ଓଡିଶା ଆସିବେ ଏବଂ ଉଦଘାଟନୀ ଉତ୍ସବରେ ଯୋଗ ଦେବେ । ଏହା ସହିତ କଟକରେ ବାରବାଟୀ ଷ୍ଟାଡିୟମରେ ୱାଲ୍ଡକପ ସେଲିବ୍ରେସନରେ ମଧ୍ୟ ସାମିଲ ହେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More